ETV Bharat / state

ନିଲାମ ହେଉ ହେଉ ବର୍ତ୍ତିଗଲା ନିର୍ମାଣ ସୌଧ କୋଠାବାଡି ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ

author img

By ETV Bharat Odisha Team

Published : Nov 17, 2023, 8:32 PM IST

ନିଲାମ ହେଉ ହେଉ ବର୍ତ୍ତିଗଲା ନିର୍ମାଣ ସୌଧ କୋଠାବାଡି ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ
ନିଲାମ ହେଉ ହେଉ ବର୍ତ୍ତିଗଲା ନିର୍ମାଣ ସୌଧ କୋଠାବାଡି ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ

ଠିକାଦାରଙ୍କ 18 ଲକ୍ଷ ଟଙ୍କା ଦେଇ ନପାରିବାରୁ ନିର୍ମାଣ ସୌଧ କୋଠାବାଡି ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ ନିଲାମ ପାଇଁ ରାୟ ଦେଇଥିଲେ ଭୁବନେଶ୍ବର ସିନିୟର ଡିଭିଜନ ସବ ଜଜ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ମୁଖ୍ୟ ଯନ୍ତ୍ରୀ ଦୁଃଖବନ୍ଧୁ ବେହେରାଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ କୋର୍ଟ କର୍ମଚାରୀ । ଅଧିକ ପଢନ୍ତୁ

ନିଲାମ ହେଉ ହେଉ ବର୍ତ୍ତିଗଲା ନିର୍ମାଣ ସୌଧ କୋଠାବାଡି ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭୁବନେଶ୍ବର: ନିଲାମ ହେଉ ହେଉ ବର୍ତ୍ତିଗଲା ନିର୍ମାଣ ସୌଧ କୋଠାବାଡି ମୁଖ୍ୟଯନ୍ତ୍ରୀ ଦୁଃଖବନ୍ଧୁ ବେହେରାଙ୍କ କାର୍ଯ୍ୟାଳୟର ଆସବାପତ୍ର ଓ ବିଭିନ୍ନ ମୂଲ୍ୟବାନ ସାମଗ୍ରୀ । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ନିଲାମ ହେବାକୁ ଯାଉଥିବା ବେଳେ, ଶେଷରେ ସରକାର ବାକିଥିବା 18 ଲକ୍ଷ ଟଙ୍କୁ ଭୁବନେଶ୍ବର ସିନିୟର ଡିଭିଜନ ସବ ଜଜଙ୍କ ନିକଟରେ ଜମା କରିବା ପରେ ନିଲାମ ବାତିଲ ହୋଇଛି । ସରକାର ମଧ୍ୟ ଅପଦସ୍ତ ହେଉ ହେଉ ରକ୍ଷା ପାଇଯାଇଛନ୍ତି । ଆଜି ଏଭଳି ଏକ ଘଟଣାକୁ ନେଇ ରାଜଧାନୀ ସମେତ ରାଜ୍ୟରେ ଚାଲିଛି ଚର୍ଚ୍ଚା ।

ଘଟଣା ଅନୁସାରେ ଠିକାଦାରଙ୍କ 18 ଲକ୍ଷ ଟଙ୍କା ଦେଇ ନପାରିବାରୁ ନିର୍ମାଣ ସୌଧ କୋଠାବାଡି ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ ନିଲାମ ପାଇଁ ରାୟ ଦେଇଥିଲେ ଭୁବନେଶ୍ବର ସିନିୟର ଡିଭିଜନ ସବ ଜଜ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ମୁଖ୍ୟ ଯନ୍ତ୍ରୀ ଦୁଃଖବନ୍ଧୁ ବେହେରାଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ କୋର୍ଟ କର୍ମଚାରୀ । ଏହାସହ କାର୍ଯ୍ୟାଳୟରେ ଥିବା ସମସ୍ତ ନଥିପତ୍ର ସମେତ ବିଭିନ୍ନ ସାମଗ୍ରୀକୁ ଜବତ କରି ନେଇଯାଇଥିଲେ ।

ଅଧିକ ପଢନ୍ତୁ- ଶାରଳା ରିଅଲକନ ଚିଟଫଣ୍ଡ କମ୍ପାନୀର ସମ୍ପତ୍ତି ନିଲାମ ଉପରେ ରାହିତାଦେଶ

କଷ୍ଟ୍ରକସନ ଇଣ୍ଡିଆର ଠିକାଦାର ଦିନେଶ ପାଠକଙ୍କ ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ପୂର୍ବରୁ ଏହି ମାମଲାରେ ସମୟ ନେଇଥିଲେ ମୁଖ୍ୟଯନ୍ତ୍ରୀ । ଗତ ଏପ୍ରିଲ 29 ତାରିଖରେ ପୂର୍ବରୁ କୋର୍ଟ ବକେୟା ଅର୍ଥ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ସେ ସମୟରେ ମୁଖ୍ୟଯନ୍ତ୍ରୀଙ୍କ ପକ୍ଷରୁ ସମୟ ନିଆଯାଇଥିଲା । ସମୟ ମଧ୍ୟରେ ଟଙ୍କା ପୈଠ ନ କରିବାରୁ ପୁଣି କୋର୍ଟ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ ନିଲାମ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହି ଆଧାରରେ ଆଜି ନିଲାମ ପାଇଁ ସମସ୍ତ ସାମଗ୍ରୀ ନେଉଥିବା ବେଳେ ସରକାର ଅପବାଦରୁ ବର୍ତ୍ତିବା ପାଇଁ ଚେତିଥିଲେ । ଆଉ ତୁରନ୍ତ ଠିକା ସଂସ୍ଥାର ବକେୟା ଟଙ୍କାକୁ କୋର୍ଟଙ୍କ ନିକଟରେ ଜମା କରିଥିଲେ ।

ସୂଚନା ଅନୁସାରେ 1974 ମସିହାରେ ନ’ତାଲାର ନିର୍ମାଣ ସୌଧ ନିର୍ମାଣ କରିଥିଲେ ଠିକାଦାର ଦିନେଶ ପାଠକ । ୧୯୮୨ରେ ସରିଥିଲା ନିର୍ମାଣ କାର୍ଯ୍ୟ । ୧୯୮୨ରୁ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ୧୯୯୮ ପର୍ଯ୍ୟନ୍ତ ବଳକା ଥିବା ୬ ଲକ୍ଷ ଟଙ୍କାକୁ ଦେଇନଥିଲେ ନିର୍ମାଣ ସୌଧ କୋଠାବାଡି ମୁଖ୍ୟଯନ୍ତ୍ରୀ ଦୁଃଖ ବନ୍ଧୁ ବେହେରା । ଏହାକୁ ନେଇ ୧୯୯୮ ମସିହାରେ ଆରମ୍ଭ ହୋଇଥିଲା ମାମଲା । ଟଙ୍କା ଭରଣା କରିବା ପାଇଁ ବାରମ୍ବାର କୋର୍ଟ ନିର୍ଦେଶ ଦେଇଥିଲେ ମଧ୍ୟ ବାରମ୍ବାର ସମୟ ମାଗିବା ସହ ନିର୍ଦେଶକୁ ଅଣଦେଖା କରିଚାଲିଥିଲେ ମୁଖ୍ୟଯନ୍ତ୍ରୀ ଦୁଃଖବନ୍ଧୁ ବେହେରା ।

ଶେଷରେ ଗୋଟେ ଗତ ଏପ୍ରିଲ ମାସ ୨୯ ତାରିଖରେ ଟଙ୍କା ଭରଣା ପାଇଁ ପୁନର୍ବାର ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ଗୋଟିଏ ବର୍ଷ ସମୟ ମଧ୍ୟ ଦେଇଥିଲେ । କିନ୍ତୁ ସେହି ଅବଧିରେ ବି ଟଙ୍କା ଫେରସ୍ତ ହୋଇନଥିଲା । ଶେଷରେ ଆଜି ଭୁବନେଶ୍ବର ସିନିୟର ଡିଭିଜନ ସବ ଜଜଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟଯନ୍ତ୍ରୀ ଦୁଃଖ ବନ୍ଧୁ ବେହେରାଙ୍କ କାର୍ଯ୍ୟାଳୟରେ କୋର୍ଟ କର୍ମଚାରୀ ମାନେ ପହଞ୍ଚି ଫ୍ୟାନ, ଟିଭି, ସୋଫା, ଟେବୁଲ, ଚେୟାର, କମ୍ପ୍ୟୁଟର, ପ୍ରିଣ୍ଟର ମେସିନ ପରି ସମସ୍ତ ଆସବାବ ପତ୍ରକୁ ସିଜ କରିଥିଲେ । ସିଜ କରାଯିବା ସହ ଯଥାଶୀଘ୍ର ଏସବୁ ସାମଗ୍ରୀ ନିଲାମ କରାଯିବ ବୋଲି ସୂଚନା ଦେଇଥିଲେ ।

ଅନ୍ୟପଟେ କଷ୍ଟ୍ରକସନ ଇଣ୍ଡିଆର ଠିକାଦାର ଦିନେଶ ପାଠକଙ୍କ କହିବା ଅନୁସାରେ ଜଣେ ସରକାରୀ କର୍ମଚାରୀଙ୍କ ପାଇଁ ଏହି ଟଙ୍କାର ପରିମାଣ ବଡ ନୁହେଁ । କେବଳ ଅଣଦେଖା କରିବାର ଏହା ହେଉଛି ଫଳ । ଏପରି କାର୍ଯ୍ୟ କରିବା ପଛରେ ସରକାରଙ୍କୁ ଉଦେଶ୍ୟ ମୂଳକ ଭାବେ କ୍ଷତି ପହଞ୍ଚାଇବା ଥାଇ ପାରେ ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.