ETV Bharat / state

Archana Nag case: ତୃତୀୟ ଥର ଇଡିରେ ହାଜର ହେଲେ ପ୍ରମୋଦ ସ୍ବାଇଁ

author img

By

Published : Jan 3, 2023, 12:43 PM IST

Archana Nag case
ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲା

ତୃତୀୟ ଥର ପାଇଁ ଇଡିରେ ହାଜରେ ହେଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ । ଆଜି ପ୍ରଯୋଜକଙ୍କ ଠାରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓଗାଳିପାରେ ଇଡି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ପୁଣିଥରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ । ତୃତୀୟ ଥର ପାଇଁ ଇଡିରେ ହାଜର ହୋଇ ତଥ୍ୟ ରଖିଛନ୍ତି (Film Producer Pramod Swain Appears Third time in ED) । ଏହାପୂର୍ବରୁ ଗତ ନଭେମ୍ବର ଓ ଡିସେମ୍ବରରେ ଦୁଇ ଇଡିରେ ହାଜର ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ଚଳିତ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥର ରେକର୍ଡ ଲକ୍ଷ୍ୟ, 36ଟି ଷ୍ଟେସନର କରାଯିବ ଉନ୍ନତିକରଣ

ଅର୍ଚ୍ଚନା ନାଗ ମାମଲାରେ ଖୋଳତାଡ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (Enforcement Directorate) । ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ଜଣକ ପରେ ଜଣକୁ ସମନ ଜାରି କରୁଛି । ଏହି କ୍ରମରେ ଆଜି ପୁଣି ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁଙ୍କ ପାଳି ପଡ଼ିଛି । ଅର୍ଚ୍ଚନା ନାଗ ଅର୍ଥ ହେରଫେର ମାମଲା ଇଡି ହାତକୁ ନେବା ପରେ ତଦନ୍ତକୁ ଜୋରଦାର କରିଛି । ପ୍ରଥମେ ଅର୍ଚ୍ଚନାଙ୍କ ବାପାଙ୍କୁ ଜେରା କରିବା ପରେ ଜଗବନ୍ଧୁଙ୍କ ଭାଇଙ୍କୁ ଜେରା କରିଥିଲା ଇଡି । ଏହାପରେ ଜଣେ ବ୍ୟବସାୟୀ ଓ ଅର୍ଚ୍ଚନା ଚଳାଉଥିବା କାର ଶୋ ରୁମର ମାଲିକକୁ ପଚରାଉଚରା କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ଟ୍ରେନ ବଗିରେ ମଳ ବୋଳିବା ସହ ଅଶ୍ଳୀଳ ଶବ୍ଦ ଲେଖୁଥିଲେ ବ୍ୟକ୍ତି, କାବୁ କଲା RPF

ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଓ ଅର୍ଚ୍ଚନାର ସହଯୋଗୀ କୁହାଯାଉଥିବା ଶ୍ରଦ୍ଧାଞ୍ଜଳିକୁ ମୁହାଁମୁହଁ ଜେରା କରିଥିଲା ଇଡି । ଢେଙ୍କାନାଳ ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ ଇଡିରେ ହାଜର ହୋଇ ତଥ୍ୟ ରଖିଥିଲେ । ସେହିପରି ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁଙ୍କ ସହ ଖଗେଶ୍ବରଙ୍କ ସହଯୋଗୀ ଚନ୍ଦନକୁ ଜେରା କରିଥିଲା । ଏହାପରେ ଆଜି ତୃତୀୟ ଥର ପାଇଁ ଇଡିରେ ହାଜର ହୋଇଛନ୍ତି ପ୍ରମୋଦ ସ୍ବାଇଁ । ଆଜି ପ୍ରଯୋଜକଙ୍କଠାରୁ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓଗାଳିପାରେ ଇଡି ।

ସୂଚନାଅନୁସାରେ, ଅର୍ଚ୍ଚନାଙ୍କୁ ହିରୋଇନ୍ କରାଇ ଦେବାର ସ୍ବପ୍ନ ଦେଖାଇ ପ୍ରଥମ କେସ୍‌ ଫାଇଲ ହୋଇଥିବା ଫିଲ୍ମ ପ୍ରଯୋଜକ ହେଉଛନ୍ତି ପ୍ରମୋଦ ସ୍ବାଇଁ । ଯାହାଙ୍କ ନାଁରେ ୧୬ ନଭେମ୍ବର ୨୦୧୭ରେ ମହିଳା ଥାନାରେ ଅଭିଯୋଗ ଆଣିଥିଲେ ଅର୍ଚ୍ଚନା । ଏହାସହ ଶ୍ରଦ୍ଧାଞ୍ଜଳି ମଧ୍ୟ ପ୍ରମୋଦଙ୍କ ନାମରେ ଅଭିଯୋଗ କରିଥିଲେ । କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ପ୍ରଯୋଜକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.