ETV Bharat / state

ସିଲଭର ସ୍କ୍ରିନରେ ଅମ୍ଲାନ-ଏଲିନାଙ୍କ ରୋମାନ୍ସ, ରିଲିଜ ହେଲା ଫିଲ୍ମ ‘ପ୍ରିୟେ ତୁ ମୋ ସିଏ’

author img

By

Published : Jun 30, 2023, 11:01 AM IST

Updated : Jun 30, 2023, 12:00 PM IST

ସିଲଭର ସ୍କ୍ରିନରେ ଅମ୍ଲାନ-ଏଲିନାଙ୍କ ରୋମାନ୍ସ, ରିଲିଜ ହେଲା ଫିଲ୍ମ ‘ପ୍ରିୟେ ତୁ ମୋ ସିଏ’
ସିଲଭର ସ୍କ୍ରିନରେ ଅମ୍ଲାନ ଓ ଏଲିନାଙ୍କ ରୋମାନ୍ସ, ରିଲିଜ ହେଲା ଫିଲ୍ମ ‘ପ୍ରିୟେ ତୁ ମୋ ସିଏ’

ବଡ ପରଦାରେ ଏକାଠି ନଜର ଆସିଲେ ଅମ୍ଲାନ ଦାସ ଏବଂ ଏଲିନା ସାମନ୍ତରାୟ । ରିଲିଜ ହୋଇଛି ଅମ୍ଲାନ ଏବଂ ଏଲିନା ଯୋଡିଙ୍କ ଅଭିନୀତ ଫିଲ୍ମ ‘ପ୍ରିୟେ ତୁ ମୋ ସିଏ’। ସାରା ଓଡ଼ିଶାର ୩୫ଟି ସିନେମା ହଲରେ ରିଲିଜ ହୋଇଛି ଫିଲ୍ମ । ଏହି ଯୋଡିକୁ ପ୍ରଥମ ଥର ସ୍କ୍ରିନରେ ଦେଖି ଉତ୍ସାହିତ ଫ୍ୟାନ୍ସ । ଅଧିକ ପଢନ୍ତୁ,

ସିଲଭର ସ୍କ୍ରିନରେ ଅମ୍ଲାନ-ଏଲିନାଙ୍କ ରୋମାନ୍ସ, ରିଲିଜ ହେଲା ଫିଲ୍ମ ‘ପ୍ରିୟେ ତୁ ମୋ ସିଏ’

ଭୁବନେଶ୍ବର: ଓଲିଉଡ ଅଭିନେତା ଅମ୍ଲାନ ଦାସ ଏବଂ ଏଲିନା ସାମନ୍ତରାୟଙ୍କ ଅଭିନୀତ ଫିଲ୍ମ ‘ପ୍ରିୟେ ତୁ ମୋ ସିଏ’ ରିଲିଜ ହୋଇଛି । ସାରା ଓଡ଼ିଶାର ୩୫ଟି ସିନେମାହଲରେ ରିଲିଜ ହୋଇଛି ଫିଲ୍ମ । ପ୍ରଥମଥର ପାଇଁ ପରଦାରେ ଏକାଠି ସ୍କ୍ରିନ ସେୟାର କରିିଛନ୍ତି ଅମ୍ଳାନ ଓ ଏଲିନା । ବାହୁଡା ଅବସରରେ ଏହି ଯୋଡିଙ୍କ ଫିଲ୍ମ ରିଲିଜ ହୋଇଥିବାରୁ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି ।

ଏହି ଫିଲ୍ମ ଝିଲ୍ଲିକ ମୋସନ ପିକ୍ଚର୍ସର ଚତୁର୍ଥ ଅବଦାନ । ଏହି ଫିଲ୍ମରେ ଲଭ କେମେଷ୍ଟ୍ରୀକୁ ନେଇ ହୋଇଛି ନୂଆ ଏକ୍ସପେରିମେଣ୍ଟ୍ । ଯେଉଁଥିରେ ସୁପରଷ୍ଟାର ଅମ୍ଳାନ ଓ ଚୁଲବୁଲି ଲୋକପ୍ରିୟ ନାୟିକା ଏଲିନାଙ୍କୁ ଏକାଠି ରୋମାନ୍ସ କରୁଥିବା ଦେଖିବାକୁ ମିଳିଛି । ଏଥିସହ ଫିଲ୍ମରେ ବଵି ମିଶ୍ର ଚୌଧୁରୀ ଜୟପ୍ରକାଶ ଦାସ‌, ଈଷା ବେବର୍ତ୍ତା, ସୋମା ଭୌମିକ, ଛନ୍ଦିତା ପାଢ଼ୀ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

ଭୁବନେଶ୍ୱରର ସ୍ଵାତି ସିନେପ୍ଲେକ୍ସ ରେ "ପ୍ରିୟେ ତୁ ମୋ ସିଏ" ଚଳଚ୍ଚିତ୍ରର ପ୍ରିମିଅର ଶୋ' ହୋଇଥିଲା । ଏହି ସମୟରେ ଫିଲ୍ମର ସମସ୍ତ ଟିମ ସଦସ୍ୟ ଉପସ୍ଥିତ ଥିଲେ । ଫିଲ୍ମର ଗୀତ ଗୁଡିକ ବୈଦ୍ୟନାଥ ଦାସଙ୍କ ନିର୍ଦ୍ଦେଶନାରେ ହୋଇଥିବା ବେଳେ ଦର୍ଶକଙ୍କ ବେଶ ମନଛୁଆଁ ହୋଇଛି l ଫିଲ୍ମର ସୁଟିଂ ବାରିପଦାରେ ହୋଇଥିବାବେଳେ ଗୀତ ଗୁଡିକ ମନାଲୀ ଓ ଚଣ୍ଡିଗଡ଼ରେ ସୁଟିଂ ହୋଇଛି । ଯାହା ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଛି ।

ଫିଲ୍ମର କାହାଣୀ କହିବାକୁ ଗଲେ, ଫିଲ୍ମଟି ଏକ ଲଭ ଷ୍ଟୋରୀ ଉପରେ ଆଧାରିତ ଫିଲ୍ମ । କାହାଣୀରେ ଭରି ରହିଛି ଓଡ଼ିଆ ଛୁଙ୍କ । ଏହି ସିନେମାରେ ପ୍ରେମର ପରିଭାଷାକୁ ବୁଝାଯାଇଛି । ଯେଉଁଠି ପରିବାରର ଆଭିଜାତ୍ୟ ଆକାଶ- ପାତାଳର ପାର୍ଥକ୍ୟ ହୋଇଥିଲେ ମଧ୍ୟ ଗରୀବ ପୁଅକୁ ମନ ଦେଇଛି ଜମିଦାରର ଝିଅ । ଏମିତି କାହିଁକି ହେଲା, କେମିତି ହେଲା । କାହିଁକି ଆଭିଜାତ୍ୟରେ ପରିପୂର୍ଣ୍ଣ ଝିଅ ରାସ୍ତା କଡର ପୁଅକୁ ପ୍ରେମିକ ରୂପେ ସ୍ୱୀକାର କଲା ? ନିଆରା ପ୍ରେମ, ପ୍ରତିଶ୍ରୁତିକୁ ନେଇ ସୁନ୍ଦର ଲଭଷ୍ଟୋରୀକୁ ନେଇ ଫିଲ୍ମ ନିର୍ମିତ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ପ୍ରିୟେ ତୁ ମୋ ସିଏ: ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିବେ ଅମ୍ଲାନ ଏଲିନା, ବାହୁଡ଼ାରେ ରିଲିଜ ହେବ ଫିଲ୍ମ

ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ପ୍ରଯୋଜନା ଦାୟିତ୍ୱ ନେଇଥିବାବେଳେ ନିର୍ଦ୍ଦେଶନା ଦେଇଛନ୍ତି ସୁଧାଂଶୁ ମୋହନ ସାହୁ । କାହାଣୀର ରଚନା କରିଛନ୍ତି ଜଣାଶୁଣା ଯୁବ ଲେଖକ ଶରଣାବିନ୍ଦ ଓଝା । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଯୁବ ସଙ୍ଗୀତ ନିର୍ଦ୍ଦେଶକ ବୈଦନାଥ ଦାସ । ତେବେ ଝିଲ୍ଲିକ ମୋସନ ପିକଚର୍ସ ବ୍ୟାନରରେ ‘ପ୍ରିୟେ ତୁମୋ ସିଏ’ ହେଉଛି ଚତୁର୍ଥ ଫିଲ୍ମ । ଆଗରୁ ଅଭିନୟ ମାଧ୍ୟମରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିବା ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ, ଏବେ ପ୍ରଯୋଜନା ମାଧ୍ୟମରେ ମଧ୍ୟ ସଫଳତା ହାସଲ କରିଛନ୍ତି । ଝିଲ୍ଲିକଙ୍କ ବ୍ୟାନରରେ ‘ରୁଦ୍ରାଣୀ’, ‘କିସମିସ’ ଏବଂ ‘ତୋର ମୋର କଟି’ ପରେ ଆସୁଛି ‘ପ୍ରିୟେ ତୁ ମୋ ସିଏ’ । ସମସ୍ତ ଫିଲ୍ମକୁ ବେଶ ଲୋକପ୍ରିୟତା ହାସଲ କରିିଥିଲା । ତେବେ ଏଲିନା ଏବଂ ଆମ୍ଳାନଙ୍କ ଯୋଡ଼ିଙ୍କୁ ମଧ୍ୟ ବେଶ ଲୋକପ୍ରିୟତା ମିଳିବ ବୋଲି ଆଶା କରିଛି ପ୍ରଯୋଜନା ସଂସ୍ଥା । କାହାଣୀ ଟି ପ୍ରାୟ ତିରିଶି ବର୍ଷ ପଛର ଏବଂ ଖୁବ ସୁନ୍ଦର ଭାବେ ନିର୍ଦ୍ଦେଶକ ଉପସ୍ଥାପନା କରିଛନ୍ତି l କାହାଣୀର ସ୍ୱତନ୍ତ୍ରତା ହିଁ ଦର୍ଶକଙ୍କୁ ଆକୃଷ୍ଟ କରିବ କହିଛନ୍ତି ଫିଲ୍ମର ନିର୍ଦ୍ଦେଶକ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jun 30, 2023, 12:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.