ETV Bharat / state

ଟିକାତାଳ କୋଦୁଅବେରଣୀ ରାସ୍ତା ନିମ୍ନମାନର ଅଭିଯୋଗ, ଠିକାଦାରଙ୍କ ମନମାନୀକୁ ବିରୋଧ

author img

By

Published : Jul 19, 2023, 5:25 PM IST

ନିମ୍ନମାନର ରାସ୍ତାକାମ ଅଭିଯୋଗ

57 ନମ୍ବର ଜାତୀୟ ରାଜପଥ ଓ 48 ନମ୍ବର ରାଜ୍ୟ ରାଜପଥକୁ ସଂଯୋଗ କରୁଥିବା ଟୀକାତାଳ କୋଦୁଅବେରଣୀ ରାସ୍ତା ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି । ସରକାରଙ୍କ ବିଧି ବ୍ୟବସ୍ଥା ଏବଂ ଅଟକଳ ଅନୁଯାୟୀ ନିର୍ମାଣ କରାନଗଲେ ରାଜପଥ ଅବରୋଧ ଚେତାବନୀ ଦିଆଯାଇଛି । ଅଧିକ ପଢନ୍ତୁ

ନିମ୍ନମାନର ରାସ୍ତାକାମ ଅଭିଯୋଗ

ଖୋର୍ଦ୍ଧା: ଟୀକାତାଳ କୋଦୁଅବେରଣୀ ରାସ୍ତା ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି । 57 ନମ୍ବର ଜାତୀୟ ରାଜପଥ ଓ 48 ନମ୍ବର ରାଜ୍ୟ ରାଜପଥକୁ ସଂଯୋଗ କରୁଛି ଟୀକାତାଳ କୋଦୁଅବେରଣୀ ରାସ୍ତା । ଏହି ରାସ୍ତାର ଉନ୍ନତିକରଣ ପାଇଁ ରାଜ୍ୟ ସରକାରଙ୍କ ନିର୍ମାଣ ବିଭାଗ 14 କୋଟି 84 ଲକ୍ଷ ବ୍ୟୟ ଅଟକଳ କରିଛି । ଏହାସହ କାର୍ଯ୍ୟ ସମାପ୍ତି ପାଇଁ ଆସନ୍ତା 2024 ମସିହା ଜୁଲାଇ ମାସ ସୁଦ୍ଧା ଶେଷ କରିବାକୁ ଫଳକ ଲଗାଇଛି ନିର୍ମାଣ ବିଭାଗ ।

ହେଲେ କାର୍ଯ୍ୟ ଆରମ୍ଭରୁ ବିଭ୍ରାଟ ଦେଖିବାକୁ ମିଳିଥିବା ଅଭିଯୋଗ ହୋଇଛି । ଠିକାଦାର ମନଇଚ୍ଛା ରାସ୍ତା ନିର୍ମାଣ କରିଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟଲୋକ ଓ ସରପଞ୍ଚ । ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଠିକାଦାର କଲଭର୍ଟ ନିର୍ମାଣ ପାଇଁ ସିମେଣ୍ଟ ଢଳେଇ ପକାଉଥିବା ଅଭିଯୋଗ ହୋଇଛି । ସେହିପରି ମେଣ୍ଟାଲ, ବାଲି ଓ ସିମେଣ୍ଟ ଜାଗାରେ ଡ଼ଷ୍ଟ ଓ ମେଣ୍ଟାଲ ମିଶାଇ ଢଳେଇ ପକାଯାଉଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରଲ ହୋଇଛି । ଫଳରେ ଏହି ରାସ୍ତା ନିର୍ମାଣ କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକ ।

ଟିକାତାଳଠାରୁ କୋଦବେରେଣୀ ଦୀର୍ଘ 10 କିମି ରାସ୍ତା ଦେଇ ଦୈନିକ ହଜାର ହଜାର ଗାଡ଼ି ଚଳାଚଳ କରୁଥିବାବେଳେ ଠିକାଦାର ନିମ୍ନମାନର କଲର୍ଭଟ ନିର୍ମାଣ କରୁଥିବା ଅଭିଯୋଗ ହୋଇଛି । ଏହାସହ କଲଭର୍ଟରେ ପୁରୁଣା ପାଇପ ବିଛାଇ କାମ କରାଯାଉଥିବା ଦେଖିବାକୁ ମିଳିଛି । ଏହି ରାସ୍ତାକୁ ପୂର୍ବରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ 4 କୋଟି ବ୍ଯୟରେ ନିର୍ମାଣ କରାଯାଇଥିଲା। ହେଲେ ମାତ୍ର ବର୍ଷ ପରେ ରାସ୍ତାରେ ଯାତାୟତ ଅନୁପଯୋଗ ହେବାରୁ ସରକାର ପୁଣି 60 ଲକ୍ଷ ଟଙ୍କା ଖର୍ଚ୍ଚ କରି ମରାମତି ନିର୍ଦ୍ଦେଶ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ...ନିୟମଗିରିରେ ରାସ୍ତାକାମ ଶୀଘ୍ର ସାରିବାକୁ ଜିଲ୍ଲାପାଳଙ୍କୁ ଗୁହାରି କଲେ ଡଙ୍ଗରିଆ, ରାସ୍ତା ନିର୍ମାଣକୁ ବିରୋଧ କରିଥିଲା ଲାଲବାହିନୀ

ବର୍ତ୍ତମାନ ପୁନର୍ବାର 14.84 କୋଟି ବ୍ଯୟବରାଦରେ ନିର୍ମାଣ ବିଭାଗ ରାସ୍ତା ନିର୍ମାଣ କରୁଥିବାବେଳେ ବିଭାଗୀୟ ଅଧିକାରୀ ଘଟଣାସ୍ଥଳକୁ ନଆସିବାରୁ ଠିକାଦାର ନିମ୍ନମାନର କାମ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସରକାରଙ୍କ ବିଧି ବ୍ୟବସ୍ଥା ଏବଂ ଅଟକଳ ଅନୁଯାୟୀ ରାସ୍ତା ନିର୍ମାଣ କରାନଗଲେ ଆଗାମୀ ଦିନରେ ଏହି ରାସ୍ତା କାର୍ଯ୍ୟକୁ ବନ୍ଦ କରି ଜାତୀୟ ରାଜପଥ ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି ସ୍ଥାନୀୟ ମାଣିବନ୍ଧ ସରପଞ୍ଚ ସୁନନ୍ଦା ବରାଳ । ସେପଟେ ଅଭିଯୋଗ ସମ୍ପର୍କରେ ବିଭାଗୀୟ ଅଧିକାରୀ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.