ETV Bharat / state

ତିନି ମାସର ଛୁଆକୁ ଛାଡି ମାଆ ଫେରାର, ଥାନାରେ ଏତଲା

author img

By ETV Bharat Odisha Team

Published : Sep 27, 2023, 4:22 PM IST

ଜନ୍ମକଲା ସନ୍ତାନକୁ ଛାଡି ପ୍ରେମିକ ସହ ମା‘ ଫେରାର ହୋଇଯାଇଥିବା ଅଭିଯୋଗ
ଜନ୍ମକଲା ସନ୍ତାନକୁ ଛାଡି ପ୍ରେମିକ ସହ ମା‘ ଫେରାର ହୋଇଯାଇଥିବା ଅଭିଯୋଗ

ସହକର୍ମୀ ପାଖରେ ତିନି ମାସର ଶିଶୁକନ୍ୟାକୁ ଛାଡ଼ି ପ୍ରେମିକ ସହ ମହିଳା ଫେରାର ହୋଇଯାଇଥିବା ଅଭିଯୋଗ । ଅଧିକ ପଢନ୍ତୁ

ଜନ୍ମକଲା ସନ୍ତାନକୁ ଛାଡି ପ୍ରେମିକ ସହ ମା‘ ଫେରାର ହୋଇଯାଇଥିବା ଅଭିଯୋଗ

ଖୋର୍ଦ୍ଧା: ଜନ୍ମକଲା ସନ୍ତାନକୁ ଛାଡି ପ୍ରେମିକ ସହ ମା’ ଫେରାର ହୋଇଯାଇଥିବା ଅଭିଯୋଗ । ସହକର୍ମୀ ପାଖରେ ତିନି ମାସର ଶିଶୁକନ୍ୟାକୁ ଛାଡ଼ି ମା’ ଫେରାର ହୋଇଯାଇଥିବା ଅଭିଯୋଗ ଆଣିଛନ୍ତି ସହକର୍ମୀ ସଞ୍ଜୁଲତା ସିଂ । ସେପଟେ ପରିବାର ଲୋକେ ଶିଶୁକନ୍ୟାଟିକୁ ଘରକୁ ନେବାକୁ ନାରାଜ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ବୋଲଗଡ଼ ଅଞ୍ଚଳରେ । ମଙ୍ଗଳବାର ଅପରାହ୍ନରେ ଅଙ୍ଗନବାଡି କର୍ମୀ ରୋଜାଲିନ ସେଠି ବୋଲଗଡ଼ ବସଷ୍ଟାଣ୍ଡ ନିକଟରେ ତାଙ୍କ ସହକର୍ମୀ ସଞ୍ଜୁଲତା ସିଂଙ୍କୁ ନିଜ ଶିଶୁକନ୍ୟା ସହ ମୋବାଇଲ ଦେଇ ସମ୍ପର୍କୀୟଙ୍କ ନିକଟରୁ ଆସୁଛି କହି ଆଉ ଫେରିନାହାନ୍ତି । ଏବେ ସଞ୍ଜୁଲତା ଶିଶୁକନ୍ୟାକୁ ଧରି ବୋଲଗଡ଼ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରିବା ସହ ସିଡବ୍ଲୁସିକୁ ଶିଶୁକନ୍ୟାକୁ ହସ୍ତାନ୍ତର କରିଛି ।

ରୋଜାଲିନଙ୍କ ସହକର୍ମୀ ସଞ୍ଜୁଲତା ସିଂ କହିଛନ୍ତି,‘‘ଆମେ ଏକ ସରକାରୀ କାର୍ଯ୍ୟକ୍ରମରେ ବୋଲଗଡ଼ ଯାଇଥିଲୁ । ହେଲେ ସେଠାରେ ସେ ସେହି କାର୍ଯ୍ୟକ୍ରମରେ ଯୋଗ ନଦେଇ ତାର ସମ୍ପର୍କୀୟଙ୍କ ଦେହ ଭଲ ନଥିବା କହି ତାଙ୍କୁ ଦେଖା କରିବାକୁ ଯାଇଥିଲେ । ମତେ ସମ୍ପର୍କୀୟଙ୍କୁ ଦେଖା କରିବାକୁ କହି ଶିଶୁକନ୍ୟା ଓ ଫୋନକୁ ଦେଇଦେଇ ଯାଇଥିଲେ । କିନ୍ତୁ ଦୀର୍ଘ ସମୟ ବିତିଗଲେ ମଧ୍ୟ ରୋଜାଲିନ ଆଉ ଫେରି ନଥିଲେ । ଶିଶୁକନ୍ୟାକୁ ଧରି ମୁଁ ଘରକୁ ଆସିଥିଲେ । ପରେ ସମସ୍ତ କଥା ରୋଜାଲିନଙ୍କ ଶାଶୁକୁ କହିଥିଲି । ରୋଜାଲୀନଙ୍କ ଶାଶୁଙ୍କୁ ଶିଶୁକୁ ଦେବା ପାଇଁ ଚେଷ୍ଟା କରିଥିଲି । ହେଲେ ସେ ମୋଠାରୁ ଝିଅକୁ ନେଇ ନଥିଲେ । ଛୁଆକୁ ନେବାକୁ ସେ ନାରାଜ ହେବା ପରେ ଏହାକୁ ନେଇ ମଧ୍ୟ ଥାନାରେ ଏତଲା ଦେଇଛି ।’’

ଏହା ମଧ୍ୟ ପଢନ୍ତୁ..୬ବର୍ଷର ପୁଅକୁ ଛାଡି କୁଆଡେ ଗଲେ ସୀତା ? ସ୍ତ୍ରୀକୁ ଖୋଜି ଆଣିବାକୁ ସ୍ବାମୀର ନିବେଦନ

ଖୋଜାଖୋଜି ପରେ ରୋଜାଲିନଙ୍କ କୌଣସି ପତ୍ତା ମିଳୁନଥିବା ପୋଲିସ ସୂଚନା ଦେଇଛନ୍ତି । ସଞ୍ଜୁଲତାଙ୍କ ଲିଖିତ ଅଭିଯୋଗ ଆଧାରରେ ବୋଲଗଡ଼ ପୋଲିସ ମାମଲା ରୁଜୁ କରିବା ସହ ଶିଶୁକନ୍ୟାଟିକୁ ସିଡବ୍ଲୁସିକୁ ହସ୍ତାନ୍ତର କରିଛି । ଏବେ ପୁରା ଘଟଣାଟି ଆଇନଗତ ପକ୍ରିୟା ଭିତରୁ ଚାଲିଯାଇଛି । ତେବେ ଏହି ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି । ଜନ୍ମକଲା ମା’ କିପରି ନିଜ ସନ୍ତାନକୁ ପର କଲା ଓ ପରିବାର କିପରି ଶିଶୁକୁ ଅପଣାଇବାକୁ ନାରାଜ ସେନେଇ ଗାଁରେ ଆଲୋଡନ ସୃଷ୍ଟି ହୋଇଛି ।

ଇଟିଭି ଭାରତ ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.