ETV Bharat / state

Bahanaga Train Tragedy: ଉପଯୁକ୍ତ ମୃତଦେହ ପରିଚାଳନା କ୍ଷେତ୍ରରେ ଏମ୍ସ ସମ୍ମାନିତ

author img

By

Published : Aug 15, 2023, 8:12 AM IST

ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଉପଯୁକ୍ତ ମୃତଦେହ ପରିଚାଳନା ପାଇଁ ଏମ୍ସ ଭୁବନେଶ୍ବରକୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ଉପଯୁକ୍ତ ମୃତଦେହ ପରିଚାଳନା କ୍ଷେତ୍ରରେ ଏମ୍ସ ସମ୍ମାନିତ
ଉପଯୁକ୍ତ ମୃତଦେହ ପରିଚାଳନା କ୍ଷେତ୍ରରେ ଏମ୍ସ ସମ୍ମାନିତ

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା‌ ବାହାନଗାରେ ହୋଇଥିବା ଦୁର୍ଭାଗ୍ୟଜନକ ଟ୍ରେନ୍‌ ଦୁର୍ଘଟଣାରେ ମୃତଦେହ ପରିଚାଳନା ‌‌କ୍ଷେତ୍ରରେ ପ୍ରତିବଦ୍ଧତା, ଉତ୍ସର୍ଗୀକୃତ ମନୋଭାବ ଏବଂ ନିରନ୍ତର ପ୍ରୟାସ ପାଇଁ ଏମ୍ସ ଭୁବନେଶ୍ବର ସମ୍ମାନିତ ହୋଇଛି । ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମ୍ସକୁ ସମ୍ମାନିତ କରିଛନ୍ତି । ରାଜ୍ୟ ସରକାର ଏକ ସ୍ବତନ୍ତ୍ର ରାଜ୍ୟସ୍ତରୀୟ ସମାରୋହରେ ବାହାନଗା ଟ୍ରେନ୍‌ ଦୁର୍ଘଟଣାର ପୀଡ଼ିତଙ୍କ ମୃତଦେହ ସଂରକ୍ଷଣ ତଥା ପରିଚାଳନାରେ ଏମ୍ସ ଭୁବନେଶ୍ବରର ଅନନ୍ୟ ଉଦ୍ୟମକୁ ପ୍ରଶଂସା କରିବା ସହିତ ଏହାକୁ ମର୍ଯ୍ୟାଦା ପ୍ରଦାନ କରିଛନ୍ତି । ଏଭଳି ସମ୍ମାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ।

ଉପଯୁକ୍ତ ମୃତଦେହ ପରିଚାଳନା କ୍ଷେତ୍ରରେ ଏମ୍ସ ସମ୍ମାନିତ
ଉପଯୁକ୍ତ ମୃତଦେହ ପରିଚାଳନା କ୍ଷେତ୍ରରେ ଏମ୍ସ ସମ୍ମାନିତ

ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ୨୯୬ ଜଣଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ଏମ୍ସ ଭୁବନେଶ୍ବରକୁ ମୃତଦେହ ପରିଚାଳନା ଭଳି ଏକ ଗୁରୁଦାୟିତ୍ବ ପ୍ରଦାନ କରାଯାଇଥିଲା । ଦୁଇଟି ପର୍ଯ୍ୟାୟରେ ଏମ୍ସକୁ ମୋଟ ୧୬୨ ମୃତଦେହ ଆସିଥିଲା । ସମସ୍ତ ମୃତଶରୀରଗୁଡ଼ିକୁ ସଂରକ୍ଷିତ କରି ରଖିବା ଏବଂ ସଠିକ୍‌ ଭାବେ ଚିହ୍ନଟ କରି ସେମାନଙ୍କର ସମ୍ପର୍କୀୟମାନଙ୍କୁ ହସ୍ତାନ୍ତର କରିବା ଏକ ଆହ୍ବାନ ଥିବା ପ୍ରକାଶ କରିଛନ୍ତି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ.ବିଶ୍ବାସ ।

ଉପଯୁକ୍ତ ମୃତଦେହ ପରିଚାଳନା କ୍ଷେତ୍ରରେ ଏମ୍ସ ସମ୍ମାନିତ
ଉପଯୁକ୍ତ ମୃତଦେହ ପରିଚାଳନା କ୍ଷେତ୍ରରେ ଏମ୍ସ ସମ୍ମାନିତ

ଏହାମଧ୍ୟ ପଢନ୍ତୁ: Bahanaga Train Tragedy: ଆଜି ବାହାନଗା ଯୋଦ୍ଧାଙ୍କୁ ସମ୍ମାନିତ କରିବେ ମୁଖ୍ୟମନ୍ତ୍ରୀ

ସେ ଆହୁରି କହିଛନ୍ତି ଯେ, ମେଡିକାଲ ଇତିହାସରେ ଏତେସଂଖ୍ୟକ ମୃତଦେହକୁ ସଂରକ୍ଷିତ କରି ରଖିବା ପ୍ରଥମ ଘଟଣା ଥିଲା । ଏହି ଅପ୍ରତ୍ୟାଶିତ ଆହ୍ବାନକୁ ଗ୍ରହଣ କରିବା ସହିତ ପ୍ରାୟ ଦେଢ଼ ଶହ ଡାକ୍ତର, ପାରାମେଡିକାଲ୍‌ କର୍ମଚାରୀ ଏବଂ ଆଟେଣ୍ଡାଣ୍ଟ୍‌ଙ୍କ ନିଷ୍ଠାପର ଉଦ୍ୟମ ଏଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବକୁ ସଫଳତାର ସହିତ ପୂରଣ କରିବାରେ ସହାୟକ ହୋଇଥିଲା । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନିରନ୍ତର ସହଯୋଗ ଏବଂ ସହାୟତା ବଳରେ ଏମ୍ସ ଭୁବନେଶ୍ବର ସମସ୍ତ ମରଶରୀର ଗୁଡ଼ିକୁ ଅତ୍ୟାଧୁନିକ ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷିତ କରି ରଖିବା ସହିତ ଆଧାର କାର୍ଡ ଏବଂ ଡିଏନ୍‌ଏ ରିପୋର୍ଟ ବିଶ୍ଳେଷଣ ସହାୟତାରେ ସଠିକ୍‌ ଚିହ୍ନଟ କରିପାରିଛି ।

ସୂଚନା ଅନୁଯାୟୀ, ଟ୍ରେନ୍‌ ଦୁର୍ଘଟଣାରେ ଏମ୍ସ ଭୁବନେଶ୍ବରକୁ ଦୁଇଟି ପର୍ଯ୍ୟାୟରେ ୧୬୨ ମୃତଦେହ ଆସିଥିଲା । ପଶ୍ଚିମବଙ୍ଗ, ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଛତିଶଗଡ, ତାମିଲନାଡୁ, କେରଳ ଆଦି ରାଜ୍ୟରୁ ଥିବା ଏହି ମରଶରୀର ଗୁଡ଼ିକୁ ଦୀର୍ଘଦିନ ପର୍ଯ୍ୟନ୍ତ ସଂରକ୍ଷିତ କରି ରଖିବା ସହିତ ସଠିକ୍‌ ଚିହ୍ନଟ କରି ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି । ଆଜିସୁଦ୍ଧା ୧୩୩ଟି ମୃତଦେହ ସେମାନଙ୍କର ପରିବାରକୁ ହସ୍ତାନ୍ତର କରାଯାଇ ସାରିଥିବା ବେଳେ ଆଉ ୨୯ଟି ମୃତଦେହ ଚିହ୍ନଟ ନହେବା ଯୋଗୁଁ ସଂରକ୍ଷିତ କରି ରଖାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.