ETV Bharat / state

୧୦୬ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ଦେୟ ଧାର୍ଯ୍ୟ

author img

By

Published : Jun 18, 2023, 6:47 PM IST

upgraded govt higher secondary schools
upgraded govt higher secondary schools

୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟରେ ୧୦୬ ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବ । ୧୦୬ ଟି ବିଦ୍ୟାଳୟରୁ ୧୦୦ ଗୋଟି ବିଦ୍ୟାଳୟରେ କଳା ଓ ୬ ଗୋଟି ବିଦ୍ୟାଳୟରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରାଯିବ । ଅଧିକ ପଢନ୍ତୁ

ଭୁବନେଶ୍ବର : ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟରେ ୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବ । ଏଥିପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ବେଳେ ଛାତ୍ରଛାତ୍ରୀଙ୍କ ଆବେଦନ ଜାରି ରହିଛି । ତେବେ ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ପାଇଁ ଦେୟ ଧାର୍ଯ୍ୟ କରାଯାଇଛି । କଳାରେ ନାମ ଲେଖାଇବା ପାଇଁ ୧୦୩୪ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ବିଜ୍ଞାନ ପାଇଁ ୧୦୮୭ ଟଙ୍କା ନାମଲେଖା ଦେୟ ଧାର୍ଯ୍ୟ ରଖାଯାଇଛି । ମାଧ୍ୟମିକ ଶିକ୍ଷା ପରିଷଦ ବ୍ୟତୀତ ଅନ୍ୟ ବୋର୍ଡର ଛାତ୍ରଛାତ୍ରୀଙ୍କୁ ଅଧିକ ୨୦ ଟଙ୍କା ଦେୟ ଦେବାକୁ ପଡ଼ିବ । ଏ ସଂକ୍ରାନ୍ତରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଉକ୍ତ ବିଦ୍ୟାଳୟଗୁଡ଼ିକ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ଅବଗତ କରାଯାଇଛି । ତେବେ ଏହାରି ମଧ୍ୟରୁ ଟିୟୁସନ ଫି', ଆଡ଼ମିଶନ ଫି', ମେଡିକାଲ ଫି', ପରୀକ୍ଷା ଫି'ଠାରୁ ଆରମ୍ଭ କରି ପାଖାପାଖି ୩୦ଟି ପର୍ଯ୍ୟାୟରେ ଫି' ଆଦାୟ କରାଯାଇଛି ।

upgraded govt higher secondary schools
upgraded govt higher secondary schools

ସୂଚନା ଅନୁଯାୟୀ, ୧୦୬ଟି ବିଦ୍ୟାଳୟରୁ ୧୦୦ ଗୋଟି ବିଦ୍ୟାଳୟରେ କଳା ଓ ୬ ଗୋଟି ବିଦ୍ୟାଳୟରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରାଯିବ । ପ୍ରତ୍ୟେକ ସେକ୍ସନ୍‌ରେ ୬୪ ଜଣ ଲେଖାଏଁ ମୋଟ ୧୨୮ ଛାତ୍ରଛାତ୍ରୀ ନାମ ଲେଖାଇବେ । ଏହାଦ୍ୱାରା ରାଜ୍ୟରେ ୧୦୬ ଗୋଟି ସରକାରୀ ବିଦ୍ୟାଳାୟରେ ମୋଟ ୧୩୪୬୮ ସିଟ ନାମ ଲେଖା ପାଇଁ ବୃଦ୍ଧି ପାଇବ । ଏନେଇ ସମ୍ପ୍ରତି ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିବା ପାଇଁ ସେମାନଙ୍କୁ ରାଜ୍ୟସ୍ତରରେ ତାଲିମ ଦିଆଯାଇଛି ।

ତେବେ ଏଥି ମଧ୍ୟରୁ ୧୦୦ ଗୋଟି ବିଦ୍ୟାଳୟରେ କଳା ବିଭାଗ ଥିବା ସ୍କୁଲ ରହିଛି । ଅନୁଗୋଳ ଜିଲ୍ଲାରେ 1ଟି ସ୍କୁଲ ରହିଥିବା ବେଳେ ବାଲେଶ୍ବରରେ ମଧ୍ୟ 1ଟି ସ୍କୁଲ ରହିଛି । ସେହି ଭଳି ଭାବରେ ବରଗଡ଼ ଜିଲ୍ଲାରେ 2ଟି, ଭଦ୍ରକରେ 1, ବଲାଙ୍ଗୀରରେ 8ଟି, ଦେବଗଡ଼ରେ 4ଟି, ବୌଦ୍ଧରେ 2ଟି, କଟକରେ 2ଟି, ଢ଼େଙ୍କାନାଳରେ 1, ଗଜପତିରେ 2ଟି, ଗଞ୍ଜାମରେ 9ଟି, ଜଗତସିଂହପୁର ରେ 2 ଟି, ଯାଜପୁର ରେ 1, ଝାରସୁଗୁଡ଼ାରେ 1, କଳାହାଣ୍ଡିରେ 8ଟି, କନ୍ଧମାଳରେ 4ଟି, କେନ୍ଦ୍ରାପଡ଼ାରେ 2ଟି, କେନ୍ଦୁଝରରେ 6ଟି, ଖୋର୍ଦ୍ଧାରେ 1, କୋରାପୁଟରେ 4, ମାଲକାନଗିରିରେ 6ଟି, ମୟୂରଭଞ୍ଜରେ 2ଟି, ନବରଙ୍ଗପୁରରେ 7ଟି, ନୟାଗଡ଼ରେ 1, ନୂଆପଡ଼ାରେ 6ଟି, ପୁରୀରେ 1, ରାୟଗଡ଼ାରେ 4ଟି ଏବଂ ସୋନପୁରରେ 1 , ସମ୍ବଲପୁରରେ 4ଟି ଏବଂ ସୁନ୍ଦରଗଡରେ 6ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ହେବ ନାମ ଲେଖା । ସେହିପରି ୬ ଗୋଟି ବିଦ୍ୟାଳୟରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରାଯିବ । ସେହି ବିଦ୍ୟାଳୟଗୁଡ଼ିକ ହେଲା ରାୟଗଡ଼ାରେ, କୋରାପୁଟ, ଗଜପତି ଏବଂ ମାଲକାନଗିରିରେ ଗୋଟିଏ ଲେଖାଏଁ ସ୍କୁଲରେ ରହିଥିବା ବେଳେ ନବରଙ୍ଗପୁରରେ ୨ଟି ସ୍କୁଲରେ ଶିକ୍ଷାଦାନ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.