ETV Bharat / state

BSKYର ବଢୁଛି ଲୋକପ୍ରିୟତା, ଦେୟମୁକ୍ତ ଚିକିତ୍ସାରେ ୪୧୩ ଶତକଡ଼ା ଅଭିବୃଦ୍ଧି

author img

By

Published : Jan 13, 2023, 12:55 PM IST

Etv Bharat
Etv Bharat

ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (BSKY)ର ଲୋକପ୍ରିୟତା ବଢୁଛି । ଦେୟମୁକ୍ତ ଚିକିତ୍ସାରେ ୪୧୩ ଶତକଡ଼ା ଅଭିବୃଦ୍ଧି ଘଟିଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ଗତ ୨ ବର୍ଷ ମଧ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଲୋକପ୍ରିୟତା ବଢିବାରେ ଲାଗିଛି । ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଡ଼ାକ୍ତର ବୃନ୍ଦା ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଆନ୍ତରୀଣ ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି । ଦେୟମୁକ୍ତ ଚିକିତ୍ସାରେ ୪୧୩ ଶତକଡ଼ା ଅଭିବୃଦ୍ଧି ଘଟିଥିବା ବେଳେ ପାଣ୍ଠି ବିନିଯୋଗରେ ୫୪୮ ଶତକଡ଼ା ଅଭିବୃଦ୍ଧି ହୋଇଥିବା ଜଣାପଡିଛି ।

ଏନେଇ ସୋସାଇଟିର ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଶାସନ ସଚିବ ଶୁଭାନନ୍ଦ ମହାପାତ୍ର ଏହି ସମସ୍ତ ବିଷୟରେ ହୋଇଛି ଆଲୋଚନା । ସେ କହିଛନ୍ତି, "୨୦୨୧ ବର୍ଷରେ ବିଭିନ୍ନ ଘରୋଇ ହସ୍ପିଟାଲ ଗୁଡିକରେ ବି.ଏସ.କେ.ୱାଇ (BSKY card) ଅନ୍ତର୍ଭୁକ୍ତ ପ୍ରାୟ ୧.୨୬ ଲକ୍ଷ ଲୋକ ସୁପର ସ୍ପେସାଲିଟି କ୍ରିଟିକାଲ୍ ଭେଷଜ ଚିକିତ୍ସା ଓ ଓ୍ୟୖଷଧ ସମ୍ପୂର୍ଣ୍ଣ ଦେୟମୁକ୍ତ ଭାବେ ସ୍ବାସ୍ଥ୍ୟ ସେବା ପାଇଛନ୍ତି । ୨୦୨୨ କ୍ୟାଲେଣ୍ଡର ବର୍ଷରେ ଏହି ସଂଖ୍ୟା ୬.୪୫ ଲକ୍ଷକୁ ବୃଦ୍ଧି ପାଇ ଏ କ୍ଷେତ୍ରରେ ପ୍ରାୟ ୪୧୩ ଶତକଡ଼ା ବୃଦ୍ଧି ପାଇଛି।"

ଏହା ବି ପଢନ୍ତୁ- ରାଜଧାନୀରେ ମନମୋହୁଛି ଓଲି ଗ୍ରାଉଣ୍ଡ, ବୁଲିବା ପାଇଁ କଳିଙ୍ଗ ଷ୍ଟାଡିୟମକୁ ଛୁଟୁଛି ସୁଅ

୨୦୨୧ ମସିହାରେ ଦେୟମୁକ୍ତ ଚିକିତ୍ସା ବାବଦକୁ ରାଜ୍ୟ ସରକାର ପ୍ରାୟ ୨୨୪.୮୭ କୋଟି ଟଙ୍କାର ବିଲ୍ ଘରୋଇ ହସ୍ପିଟାଲ ଗୁଡ଼ିକୁ ପୈଠ କରିଥିବାବେଳେ ୨୦୨୨ ମସିହାରେ ଏହା ୧୪୫୬.୪୨ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା । ବି.ଏସ.କେ.ୱାଇ. ଯୋଜନା ମାଧ୍ୟମରେ ଚିକିତ୍ସା ବାବଦ ପାଣ୍ଠି ବିନିଯୋଗରେ ୫୪୮ ଶତକଡ଼ା ବୃଦ୍ଧି ହୋଇଥିଲା । ଏହି ସମୟ ମଧ୍ୟରେ ତାଲିକାଭୁକ୍ତ ହସ୍ପିଟାଲ ସଂଖ୍ୟାରେ ମଧ୍ୟ ୩୩୩ ଶତକଡ଼ା ବୃଦ୍ଧି ହୋଇଥିଲା । ୨୦୨୧ ମସିହା ଆରମ୍ଭରେ ୧୮୭ ଟି ହସ୍ପିଟାଲ ତାଲିକାଭୁକ୍ତ ଥିବାବେଳେ ୨୦୨୨ ଶେଷସୁଦ୍ଧା ଏହି ସଂଖ୍ୟା ୫୫୪କୁ ବୃଦ୍ଧି ପାଇଥିଲା ।

ବି.ଏସ.କେ.ୱାଇ. କାର୍ଯ୍ୟାନ୍ବୟନ ସମୀକ୍ଷା କରି ହସ୍ପିଟାଲ ଗୁଡ଼ିକ ଦେଉଥିବା ବିଲ ଅନୁମୋଦନ ପୂର୍ବରୁ ଅନଲାଇନ ୱେବସାଇଟରେ ଦାଖଲ ହୋଇଥିବା ଦସ୍ତାବିଜ ଓ ଚିକିତ୍ସା ପ୍ରମାଣ ଆଦିକୁ ସଠିକ ଭାବେ ତନଖି କରିବା ପାଇଁ ଡାକ୍ତର ବୃନ୍ଦା ବିଭିନ୍ନ ବେସରକାରୀ ହସ୍ପିଟାଲ ଦାୟିତ୍ଵରେ ଥିବା ନୋଡ଼ାଲ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବି.ଏସ.କେ.ୱାଇ. ଯୋଜନାର ଲୋକପ୍ରିୟତା ବିଷୟ ଉଲ୍ଲେଖ କରି ଆଗାମୀ ଦିନରେ ଘରୋଇ ହସ୍ପିଟାଲଗୁଡିକରେ ଯୋଜନା ଅନ୍ତର୍ଭୁକ୍ତ ରୋଗୀଙ୍କ ସଂଖ୍ୟା ଅଧିକ ବଢିବ ବୋଲି ନୋଡ଼ାଲ ଅଫିସରମାନେ ଆଶା ପ୍ରକାଶ କରିଛନ୍ତି । ଗରିବ ଶ୍ରେଣୀର ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଲାଗି ରାଜ୍ୟ ସରକାର ଏହି ଯୋଜନା ଆଣିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.