ETV Bharat / state

ବଢୁଛି ଜାତୀୟତା ପ୍ରତି ପିଲାଙ୍କ ଆଗ୍ରହ, ଗାନ୍ଧିମାର୍ଗରେ ଜମିଲା ଅଭିଭାବକଙ୍କ ସହ ପିଲାଙ୍କ ଭିଡ

author img

By

Published : Jan 27, 2023, 8:12 PM IST

74th republic day
74th republic day

ଗତକାଲି ପାଳିତ ହୋଇଯାଇଛି 74ତମ ଗଣତନ୍ତ୍ର ଦିବସ । ପିଲାମାନେ ଜାତୀୟତା ସମ୍ପର୍କରେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥିବା ବେଳେ ଗାନ୍ଧି ମାର୍ଗରେ ଦେଖିବାକୁ ମିଳିଥିଲା ଲୋକଙ୍କ ଭିଡ । ଅଧିକ ପଢନ୍ତୁ

74th republic day

ଭୁବନେଶ୍ବର: ଗତକାଲି ପାଳିତ ହୋଇଯାଇଛି ସାଧାରଣତନ୍ତ୍ର ବା ଗଣତନ୍ତ୍ର ଦିବସ । ଏହି ଉତ୍ସବକୁ ପ୍ରତିଟି ଭାରତୀୟ ଗର୍ବିତ। ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ ହୋଇଥିଲା ଗାଁ ଠାରୁ ସହର। ରଙ୍ଗ ବେରଙ୍ଗ ଆଲୋକମାଳାରେ ଝଲସୁଥିଲା ଦିଲ୍ଲୀରୁ ପଲ୍ଲୀ। ସେହିପରି ଏହି 74ତମ ଗଣତନ୍ତ୍ର ଦିବସରେ ଗାନ୍ଧି ମାର୍ଗରେ ଦେଖିବାକୁ ମିଳିଥିଲା ଲୋକଙ୍କ ଭିଡ । ଏଥିସହ ଅଧିକାଂଶ ଛୁଆକୁ ବୁଲାଇ ଆଣିଥିଲେ ସେମାନଙ୍କ ବାପା ମାଆ। ଛୁଆଙ୍କୁ ଧରି ପରେଡ ଗ୍ରାଉଣ୍ଡରେ ବୁଲିବା ସହ ସେଲଫି ନେଉଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା। ପିଲାମାନେ ଜାତୀୟତା ସମ୍ପର୍କରେ ଜାଣିବା ପାଇଁ ଇଚ୍ଛା ପ୍ରକାଶ କରିଥିବା ବେଳେ ସ୍ବାଧୀନତା ସଂଗ୍ରାମୀଙ୍କ ବିଷୟରେ ଜଣାଇଛନ୍ତି ଅଭିଭାବକ।

ପିଲା କିଛି ଶିଖିବା ସହ ଦେଶ ଓ ସମ୍ବିଧାନ ବିଷୟରେ ଜାଣିବେ । ଏଥିସହ କାହିଁକି ଏହା ପାଳନ କରାଯାଉଛି ସେ ବିଷୟରେ ମଧ୍ୟ ଅବଗତ ହେବେ। ଏନେଇ ପରେଡ ସରିବା ପରେ ଅଭିଭାବକ ସହ ପିଲାଙ୍କୁ ନେଇ ବେଶ ଭିଡ ଦେଖିବାକୁ ମିଳିଥିଲା। ଏପରିକି କେହି କେହି ତିନି ବର୍ଷରୁ ତଳକୁ ଛୁଆ ନେଇ ଆସୁଛନ୍ତି ତ ଆଉ କେହି ସ୍କୁଲରେ ପଢୁଥିବା ପିଲାଙ୍କୁ ନେଇ ଆସୁଛନ୍ତି। ପିଲାଙ୍କ ମଧ୍ୟରେ ଜାତୀୟତା ପ୍ରତି ଭଲପାଇବା ପିଲା ବେଳୁ ଜାଗ୍ରତ ପାଇ ପ୍ରୟାସ କରୁଛନ୍ତି ଅଭିଭାବକ। କାରଣ କିଛି ନିର୍ଦ୍ଦିଷ୍ଟ ସ୍କୁଲର ପିଲା ହିଁ ପରେଡରେ ଅଶଂଗ୍ରହଣ କରୁଛନ୍ତି । ଏନେଇ ଅନ୍ୟ ପିଲାଙ୍କ ଆଗ୍ରହ ରହିଥାଏ ଜାଣିବା ପାଇ ପରେଡ ଗ୍ରାଉଣ୍ଡ ସମ୍ପର୍କରେ। ଏନେଇ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି କେଉମାନେ ଆସନ୍ତି ଏବଂ କିପରି ପାଳନ କରାଯାଏ ସେ ସବୁ ବିଷୟରେ ଜାଣିବା ପାଇଁ ଅଭିଭାବକ ଓ ପିଲାଙ୍କ ଭିଡ ଜମିଥିବାର ଦେଖିବାକୁ ମିଳିଥିଲା।

ପ୍ରକାଶ ଥାଉକି, 1950 ମସିହା ଜାନୁଆରୀ 26 ତାରିଖରେ ଭାରତର ନୂତନ ସମ୍ବିଧାନ ଲାଗୁ ହୋଇଥିଲା । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଦେଶ ବ୍ରିଟିଶ ସରକାର କବଳରୁ ସ୍ବାଧୀନ ହୋଇଥିଲା। କିନ୍ତୁ ଦେଶ ପରିଚାଳନା ପାଇଁ କୌଣସି ସାମ୍ବାଧାନିକ ବ୍ୟବସ୍ଥା ନଥିଲା । ଏହାପରେ ବାବା ସାହେବ ଆମ୍ବେଦକରଙ୍କ ନେତୃତ୍ବରେ ଏକ ସମ୍ବିଧାନ ଡ୍ରାଫଟିଂ କମିଟି ଗଠନ କରାଯାଇ ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ବିଶ୍ବର ଦୀର୍ଘତମ ଲିଖିତ ସମ୍ବିଧାନ ଆଗତ କରାଯାଇଥିଲା । ଏହାର ଠିକ୍ ଦୁଇ ବର୍ଷ ପରେ ଅର୍ଥାତ ୧୯୫୦ ମସିହା ଜାନୁଆରୀ ୨୬ରେ ଭାରତ ଏକ ସାର୍ବଭୌମତ୍ବ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ପରିଗଣିତ ହେବା ସହ ଲିଖିତ ସମ୍ବିଧାନ ବ୍ୟବସ୍ଥାର କାର୍ଯ୍ୟକାରୀ ହୋଇଥିଲା। ଆଉ ଯେଉଁଥିରେ ସମସ୍ତ ନାଗରିକ ଭାରତକୁ ଏକ ସମ୍ପୂର୍ଣ୍ଣ ସମାଜବାଦୀ, ଧର୍ମନିରପେକ୍ଷ, ଆର୍ଥିକ, ବିଶ୍ବାସ, ଧର୍ମ ଓ ଉପାସନାର ସ୍ବାଧୀନତା ଏବଂ ପ୍ରତିଷ୍ଠା, ରାଷ୍ଟ୍ରୀୟ ଅଖଣ୍ଡତା, ଏକତା ପାଇଁ ସଂକଳ୍ପ ନେଇଥିଲେ । ତେଣୁ ଏହି ଦିନକୁ ସମ୍ମାନ ଜଣାଇ ସାଧାରଣତନ୍ତ୍ର ଦିବସ ବା ଗଣତନ୍ତ୍ର ଦିବସ ପାଳନ କରାଯାଏ ।

ତେଣୁ ପ୍ରତିବର୍ଷ ଦେଶ ଖୁବ୍ ଧୁମଧାମରେ ସାଧାରଣତନ୍ତ୍ର ଦିବସ ପାଳନ କରିଥାଏ । ସମସ୍ତ ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥାଏ । ଚଳିତ ବର୍ଷ ମଧ୍ୟ ସାରା ଦେଶ ଏହି ମହାନ ଦିନକୁ ପାଳନ କରିଛି । ଦିଲ୍ଲୀରେ ସ୍ବତନ୍ତ୍ର ପରେଡ୍ ଆୟୋଜିତ ହୋଇଥିଲା । ପ୍ରତିବର୍ଷ ଏଦି ଦିନରେ ରାଷ୍ଟ୍ରପତି ନୂଆଦିଲ୍ଲୀର ରାଜପଥରେ ଜାତୀୟ ପତାକା ଉତ୍ତୋଳନ କରିଥାନ୍ତି । ଏନେଇ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ପରେଡ୍‌ରେ ବାୟୁ, ସ୍ଥଳ ଓ ନୌସେନା ଯବାନମାନେ ଅଂଶଗ୍ରହଣ କରି ନିଜର ଅଦମ୍ୟ ସାହାସ ପ୍ରଦର୍ଶନ କରିଥାନ୍ତି । ବିଭିନ୍ନ ରାଜ୍ୟର କଳା ଓ ସଂସ୍କୃତିରେ ଝଲକ ପରେଡରେ ପ୍ରଦର୍ଶନ କରାଯାଏ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.