ETV Bharat / state

ବୈଠକ ପରେ ଦୂର ହେଲା ଦ୍ବନ୍ଦ, ପରୀକ୍ଷାରେ ସହଯୋଗ କରିବେ 662 ବର୍ଗ ଅଧ୍ୟାପକ

author img

By

Published : Feb 28, 2023, 8:49 PM IST

662 private college faculty protest in Bhubaneswar
662 private college faculty protest in Bhubaneswar

ଯୁକ୍ତ ଦୁଇ ପରୀକ୍ଷାରେ ସହଯୋଗ କରିବେ 662 ବର୍ଗ ଅଧ୍ୟାପକ। ବୈଠକ ପରେ ବାହାରିଲା ନିଷ୍କର୍ସ । ଅଧିକ ପଢ଼ନ୍ତୁ

ପରୀକ୍ଷାରେ ସହଯୋଗ କରିବେ 662 ବର୍ଗ ଅଧ୍ୟାପକ

ଭୁବନେଶ୍ବର: ଆସନ୍ତାକାଲି ଠାରୁ ରାଜ୍ୟରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଏହି ସମୟରେ 662 ବର୍ଗ ଅଧ୍ୟାପକ ଆନ୍ଦୋଳନ ଜାରି ରଖିଥିବାବେଳେ ପରୀକ୍ଷା ନେଇ ଉଠିଥିବା ଦ୍ବନ୍ଦ ଦୂର ହୋଇଛି । ଯୁକ୍ତ ଦୁଇ ପରୀକ୍ଷାରେ ଆନ୍ଦୋଳନରତ 662 ବର୍ଗ ଅଧ୍ୟାପକ ସଂଘ ସହଯୋଗ କରିବେ । ବୈଠକ ପରେ ଏନେଇ ଅଧ୍ୟାପକଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ତେବେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ପ୍ରତୀକାତ୍ମକ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ସୂଚନା ଦେଇଛି ।

ଆଜି (ମଙ୍ଗଳବାର) ମଧ୍ୟାହ୍ନରେ ଆନ୍ଦୋଳନରତ 662 ବର୍ଗ ଅଧ୍ୟାପକ ସଂଘର ଏକ ପ୍ରତିନିଧି ମଣ୍ଡଳୀ ଅର୍ଥମନ୍ତ୍ରୀ ନୀରଞ୍ଜନ ପୂଜାରୀଙ୍କୁ ଭେଟି 4 ଦଫା ଦାବି ଉପରେ ଆଲୋଚନା ହୋଇଥିଲା । ଆଲୋଚନା ପରେ ସର୍ତ୍ତମୂଳକ ଭାବରେ ପରୀକ୍ଷା ପରିଚାଳନାରେ ଭାଗ ନେବାକୁ 662 ବର୍ଗ ଅଧ୍ୟାପକ ସଂଘ ନିଷ୍ପତ୍ତି ନେଇଛନ୍ତି । ବୁଧବାର ଯୁକ୍ତ ଦୁଇ ପରୀକ୍ଷା ଥିବାରୁ ପିଲାଙ୍କ ସ୍ଵାର୍ଥ ଦୃଷ୍ଟିରୁ ସହଯୋଗ କରିବେ ବୋଲି ଅଧ୍ୟାପକ ସଂଘ କହିଛି । ତେବେ ଦୀର୍ଘ 15 ଦିନ ହେଲା 4 ଦଫା ଦାବିକୁ ନେଇ 662 ବର୍ଗ ଅଧ୍ୟାପକ ସଂଘ ଆନ୍ଦୋଳନରେ ବସିଛନ୍ତି । ଦାବି ମୁତାବକ ସମାନ ଗ୍ରେଡ-ପେ’କୁ ସମାନ ଦରମା, ସମସ୍ତ କର୍ମଚାରୀଙ୍କୁ ଗ୍ରାଚ୍ୟୁଇଟି ଦେବା ଓ ପେନସନ୍ ପରିସରଭୁକ୍ତ କରିବା ।

ଅନୁଦାନରୁ ବାଦ୍ ପଡ଼ିଥିବା କର୍ମଚାରୀଙ୍କୁ ଅନୁଦାନ ପରିସରଭୁକ୍ତ କରିବା ଭଳି ୪ଦଫା ଦାବି ନେଇ ଆନ୍ଦୋଳନ ଓହ୍ଲାଇଛନ୍ତି 662 ଅଧ୍ୟାପକ । ରାଜ୍ୟରେ 4ହଜାର 500 ଜଣ ଅଧ୍ୟାପକ କାମ କରୁଛନ୍ତି । ହେଲେ ଅଧ୍ୟାପକ 72 ଭାଗ ଶିକ୍ଷା ଭାର ବହନ କରୁଛନ୍ତି । ଏନେଇ 662 ଅଧ୍ୟାପକ ସଂଘ ସଭାପତି ଗୋଲକ ନାୟକ କହିଛନ୍ତି ଯେ, "ସରକାର ଏ ଦାବି ଜାଣିଛନ୍ତି । 12 ତାରିଖରେ ଏକ କମିଟି ବସିବ ସେଥିରେ ଦାବି ଗୁଡିକର ପୂର୍ଣ୍ଣାଙ୍ଗ ରୂପରେଖ ପ୍ରକାଶ ପାଇବ । ତେବେ ଆସନ୍ତାକାଲି ଠାରୁ ଯେଉଁ ଯୁକ୍ତ ଦୁଇ ପରୀକ୍ଷା କରାଯାଉଛି ସେଥିରେ ସମସ୍ତ 662 ବର୍ଗର ଅଧ୍ୟାପକମାନେ ସହଯୋଗ କରନ୍ତୁ ବୋଲି ଅନୁରୋଧ କରୁଛି ।

ସୂଚନା ଅନୁଯାୟୀ, ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ପାଇଁ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ମୋଟ 3 ଲକ୍ଷ 56 ହଜାର 449 ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି । ସେମାନଙ୍କ ମଧ୍ୟରେ 3 ଲକ୍ଷ 38 ହଜାର 747ଜଣ ରେଗୁଲାର ଏବଂ 1 ଲକ୍ଷ 77 ହଜାର 204 ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ରହିଛନ୍ତି । ରେଗୁଲାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ କଳାରେ 2 ଲକ୍ଷ 19 ହଜାର 110 ଜଣ ଅଛନ୍ତି । ସେହିପରି ବିଜ୍ଞାନରେ 91 ହଜାର 379, ବାଣିଜ୍ୟରେ 23 ହଜାର 148 ଏବଂ ଧନ୍ଦାମୂଳକ ଶିକ୍ଷାରେ 5 ହଜାର 110ଜଣ ରହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.