ETV Bharat / state

ଖୋର୍ଦ୍ଧା ଉପଖଣ୍ଡର 5 ପଞ୍ଚାୟତର 7 ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଉପଜିଲ୍ଲାପାଳ

author img

By

Published : May 25, 2021, 10:30 PM IST

ଖୋର୍ଦ୍ଧା ଜିଲ୍ଲାରେ କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଖୋର୍ଦ୍ଧା ଜିଲ୍ଲାକୁ ରେଡ ଜୋନ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

ଖୋର୍ଦ୍ଧା ଉପଖଣ୍ଡର 5 ପଞ୍ଚାୟତରେ 7 ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଉପଜିଲ୍ଲାପାଳ
ଖୋର୍ଦ୍ଧା ଉପଖଣ୍ଡର 5 ପଞ୍ଚାୟତରେ 7 ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଉପଜିଲ୍ଲାପାଳ

ଖୋର୍ଦ୍ଧା: ଜିଲ୍ଲାରେ କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଖୋର୍ଦ୍ଧା ଜିଲ୍ଲାକୁ ରେଡ ଜୋନ ଘୋଷଣା କରିଛନ୍ତି । ତେବେ କୋରୋନାର ଏହି ଚେନକୁ ଭାଙ୍ଗିବା ପାଇଁ ରାଜ୍ୟ ସରକାର ସହ ସ୍ଥାନୀୟ ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଥିବାବେଳେ ଆଜି ଖୋର୍ଦ୍ଧା ଜିଲାର ବେଗୁନିଆ ଏବଂ ବାଣପୁର ବ୍ଲକର ପାଞ୍ଚଟି ପଞ୍ଚାୟତର 7ଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି । ବେଗୁନିଆ ବ୍ଲକର ସିମର ଗ୍ରାମପଞ୍ଚାୟତର କଣ୍ଟାମଳିମ ଗ୍ରାମ, ପୋଡାଡିହ ପଞ୍ଚାୟତର ପୋଡାଡିହ, ପାଇକରାସାହି ଓ ପୋଡାଡିହପାଟଣା, କୁଞ୍ଜୁରୀ ପଂଚାୟତର କୁଞ୍ଜୁରୀ ଗ୍ରାମ, ଦୁର୍ଗାପୁର ପଞ୍ଚାୟତର ବେଙ୍ଗିଟାଙ୍ଗି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।

ଖୋର୍ଦ୍ଧା ଉପଖଣ୍ଡର 5 ପଞ୍ଚାୟତରେ 7 ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଉପଜିଲ୍ଲାପାଳ
ଖୋର୍ଦ୍ଧା ଉପଖଣ୍ଡର 5 ପଞ୍ଚାୟତରେ 7 ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଉପଜିଲ୍ଲାପାଳ

ସେହିପରି ବାଣପୁର ବ୍ଲକ ନନ୍ଦପୁର ପଞ୍ଚାୟତର ନହରଡ଼ିହି ଗ୍ରାମକୁ ଆଜି (ମଙ୍ଗଳବାର) ସନ୍ଧ୍ୟା 7ଟାରୁ ଆସନ୍ତା 3ତାରିଖ ରାତି 9ଟା ପର୍ଯ୍ୟନ୍ତ ସାତ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି ଉପଜିଲାପାଳ । ଯେପରି ବାହାର ଲୋକ ଭିତରକୁ ଓ ଅବରୋଧ ଅଞ୍ଚଳରୁ ବାହାରକୁ ନଯିବେ, ସେଥିପ୍ରତି ଧ୍ୟାନ ଦେବାକୁ ବ୍ଳକ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯିବା ସହ ଏହି ଅଞ୍ଚଳରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନକୁ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି । ସେହିପରି କଣ୍ଟେନମେଣ୍ଟ ଅଞ୍ଚଳକୁ ସାନିଟାଇଜ କରିବାପାଇଁ ସ୍ଥାନୀୟ ଅଗ୍ନିଶମ ବାହିନୀକୁ ନିର୍ଦେଶ ଦିଆଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.