ETV Bharat / state

କ୍ରେଡିଟ କାର୍ଡରୁ 8କୋଟି ଟଙ୍କାର ଅଭିନବ ଠକେଇ, ୫ ଅଭିଯୁକ୍ତ ଗିରଫ

author img

By ETV Bharat Odisha Team

Published : Dec 23, 2023, 10:41 PM IST

5 fraudsters held in Credit card Fraud case in Bhubaneswar: କ୍ରେଡିଟ କାର୍ଡରୁ 8 କୋଟି ଟଙ୍କାର ଅଭିନବ ଉପାୟରେ ଠକେଇ ଅଭିଯୋଗ । ବିଭିନ୍ନ ବେସରକାରୀ ହସ୍ପିଟାଲ ବିଲ କାଉଣ୍ଟର ରେ ଲୋକମାନଙ୍କୁ ଅନ୍ୟଙ୍କ ନାଁରେ କ୍ରେଡିଟ କାର୍ଡ ବ୍ୟବହାର ବଦଳରେ ଟଙ୍କା ଲୁଟ । ଅଧିକ ପଢନ୍ତୁ

କ୍ରେଡିଟ କାର୍ଡରୁ  8 କୋଟି ଟଙ୍କାର ଅଭିନବ ଠକେଇ, ୫ ଅଭିଯୁକ୍ତ ଗିରଫ
କ୍ରେଡିଟ କାର୍ଡରୁ 8 କୋଟି ଟଙ୍କାର ଅଭିନବ ଠକେଇ, ୫ ଅଭିଯୁକ୍ତ ଗିରଫ

କ୍ରେଡିଟ କାର୍ଡରୁ 8 କୋଟି ଟଙ୍କାର ଅଭିନବ ଠକେଇ, ୫ ଅଭିଯୁକ୍ତ ଗିରଫ

ଭୁବନେଶ୍ବର : କ୍ରେଡିଟ କାର୍ଡରୁ 8 କୋଟି ଟଙ୍କାର ଅଭିନବ ଠକେଇ ଅଭିଯୋଗ । ପିପିଲିର ବିଜୁ ତ୍ରିପାଠୀ ନାମକ ଅଭିଯୁକ୍ତ ଏହି ଠକେଇ କରୁଥିବା ବେଳେ ତା ସହ ସାମିଲ ଥିବା ୫ ଜଣଙ୍କୁ ଗିରଫ କରିଛି ସାଇବର ଥାନା ପୋଲିସ । ରାକେଶ କୁମାରଙ୍କ ଅଭିଯୋଗ ପରେ କ୍ରେଡିଟ କାର୍ଡର ଏହି ବଡ ଠକେଇ ସାମ୍ନାକୁ ଆସିଛି । ଏହି ଆଧାରରେ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏନେଇ ସୂଚନା ଦେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି ଯେତେବେଳେ ରାକେଶ ଲୋନ ପାଇଁ ଆବେଦନ କରିଥିଲେ ସେତେବେଳେ ସେ ଜାଣିବାକୁ ପାଇଥିଲେ ତାଙ୍କ ନାଁରେ ଏକ କ୍ରେଡିଟ କାର୍ଡ ରହିଛି ଯେଉଁଥିରେ ଟଙ୍କା କାରବାର ହେଉଛି । ଯାହା ତାଙ୍କ ଅଜାଣତରେ କରିଥିବା ଅଭିଯୋଗ କରି ସାଇବର ଥାନା ରେ ଅଭିଯୋଗ କରିବା ପରେ ପୋଲିସ ବର୍ତ୍ତମାନ ଏହାର ତଦନ୍ତ କରିଥିଲା ।

ଏହା ମଧ୍ୟ ପଢନ୍ତୁ... ବେଙ୍ଗାଲୁରୁରୁ ମହାଠକ ଗିରଫ, ଟଙ୍କା ଡବଲ କରିବାକୁ କହି ଚୂନ ଲଗାଇଥିଲେ ୨୫ କୋଟି

ତେବେ ସାଇବର ଥାନାର ତଦନ୍ତ ପରେ ହିଁ ସବୁ ଠକେଇ ବାହାରକୁ ଆସିଥିଲା । ଅଭିଯୁକ୍ତ ବିଜୁ ତ୍ରିପାଠୀ ଏହି କାର୍ଡ ବ୍ୟବହାର କରୁଥିବା ଜାଣିବାକୁ ପାଇଥିଲା ପୋଲିସ । ସେହି କ୍ରେଡିଟ କାର୍ଡ କୁ ବିଭିନ୍ନ ବେସରକାରୀ ହସ୍ପିଟାଲ ରେ ଯାଇ ବିଲ କାଉଣ୍ଟର ରେ ଲୋକମାନଙ୍କୁ କ୍ରେଡିଟ କାର୍ଡ ବ୍ୟବହାର କରି ଲୋକଙ୍କ ଠାରୁ ଟଙ୍କା ନେଉଥିଲା । ବିଭିନ୍ନ ବେସରକାରୀ ମେଡିକାଲ ର ବିଲିଂ କାଉଣ୍ଟରର ଲୋକ ମଧ୍ୟ ସାମିଲ ଅଛନ୍ତି । ଏହାସହ ଏହି ଠକେଇରେ ୩ ବସ୍ତା ମନି ରିସିପ୍ଟ ମିଳିଛି । ଏହାର ଗଣତି ପୋଲିସ କରୁଥିବା ବେଳେ ୨ କୋଟିରୁ ଅଧିକ ଟଙ୍କାର ହେବ ବୋଲି ଜଣାପଡିଛି ।

ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି । ମେଡିକାଲ କାର୍ଯ୍ୟରେ ଏହି କାର୍ଡ ବ୍ୟବହାର ହେଉଥିବାରୁ ଏଥିରେ ଆହୁରି ଅନେକ ଲୋକଙ୍କର ସମ୍ପୃକ୍ତ ରହିଥିବା ସନ୍ଦେହ କରୁଛି ପୋଲିସ । ତେଣୁ ତଦନ୍ତ ଜାରି ରହିଥିବା ବେଳେ ଏତେବଡ ଠକେଇର ସମସ୍ତ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ପୋଲିସ ଗିରଫ କରିବ ବୋଲି କହିଛି । ବିଶେଷ କରି ବିଲିଂ ଏଜେଣ୍ଟ ଏଥିରେ ସାମିଲ ହୋଇଥିବା ସନ୍ଦେହ କରୁଛି ପୋଲିସ । ଏଥି ସହିତ ୭ ଲକ୍ଷ ରୁ ଅଧିକ ଟଙ୍କା, ୪୫୦ ଟି ଡେବିଟ କାର୍ଡ,୪ ଟି କିଓସ୍କି ମେସିନ, ୬ଟି ମୋବାଇଲ ଫୋନ ଏବଂ ଏକାଧିକ ବ୍ୟାଙ୍କ ପାସବୁକ ଚେକ ବୁକ ଜବତ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.