ETV Bharat / state

ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଲୁଟ ଘଟଣା: ୩ ଗିରଫ, ମାରଣାସ୍ତ୍ର ସହ ଲକ୍ଷାଧିକ ଟଙ୍କା ଜବତ

author img

By

Published : Apr 18, 2021, 6:10 PM IST

ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଲୁଟ ଘଟଣାରେ ୩ ଗିରଫ, ମାରଣାସ୍ତ୍ର ସହ ଲକ୍ଷାଧିକ ଟଙ୍କା ଜବତ
ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଲୁଟ ଘଟଣାରେ ୩ ଗିରଫ, ମାରଣାସ୍ତ୍ର ସହ ଲକ୍ଷାଧିକ ଟଙ୍କା ଜବତ

୧୬ ନମ୍ବର ଜାତୀୟ ରାଜପଥରେ ବନ୍ଧୁକ ଦେଖାଇ ଲୁଟ ଘଟଣାରେ 3 ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ....

ଖୋର୍ଦ୍ଧା: ଗତ ଶୁକ୍ରବାର ୧୬ ନମ୍ବର ଜାତୀୟ ରାଜପଥରେ ସ୍ପଷ୍ଟ ଦିବାଲୋକରେ ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ରାମେଶ୍ବର ଛକ ନିକଟରେ ଲୁଟ୍ ଘଟଣାରେ ଆଜି 3 ଅଭିଯୁକ୍ତଙ୍କୁ ଗିରଫ କରିଛି ଖୋର୍ଦ୍ଧା ପୋଲିସ । ଖୋର୍ଦ୍ଧା ପୋଲିସର ସ୍ପେଶାଲ ସ୍କ୍ବାର୍ଡ ଗତ କିଛି ଦିନ ଧରି ବିଭିନ୍ନ ସ୍ଥାନରେ ଚଢାଉ କରିବା ପରେ ମଳିପଡ଼ା ନିକଟ ଏକ ପରିତ୍ୟକ୍ତ ଘରୁ 3 ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ତେବେ ଉକ୍ତ ଅଭିଯୁକ୍ତଙ୍କ ଠାରୁ ନଗଦ 1 ଲକ୍ଷ 7 ହଜାର 7 ଶହ ଟଙ୍କା ସମେତ ଗୋଟିଏ ଦେଶୀ ବନ୍ଧୁକ, ଦୁଇଟି ଜୀବନ୍ତ ଗୁଳି ଓ ଗୋଟିଏ ଖଣ୍ଡା ମଧ୍ୟ ଜବତ କରିଛି ପୋଲିସ ।

ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଲୁଟ ଘଟଣାରେ ୩ ଗିରଫ, ମାରଣାସ୍ତ୍ର ସହ ଲକ୍ଷାଧିକ ଟଙ୍କା ଜବତ

ପୂର୍ବ ସୂଚନା ଅନୁଯାୟୀ, ରାମେଶ୍ୱର ଛକ ନିକଟସ୍ଥ ପାଇକରାୟ ପେଟ୍ରୋଲ ପମ୍ପର ୨ ଜଣ କର୍ମଚାରୀ ଟଙ୍କା ଜମା କରିବା ପାଇଁ ବ୍ୟାଙ୍କକୁ ଯାଉଥିବାବେଳେ ୬ ଜଣ ଲୁଟେରା ଆସି କର୍ମଚାରୀଙ୍କୁ ଭୁଜାଲି ଓ ପିସ୍ତଲ ଦେଖାଇ ସ୍କୁଟି ଚାବି ଛଡାଇ ନେବା ସହିତ ସ୍କୁଟି ଡିକିରୁ ଜମା ପାଇଁ ଥିବା ୫ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଇଥିଲେ । ଘଟଣା ସମ୍ପର୍କରେ ଅଭିଯୋଗ ପାଇ ଜଙ୍କିଆ ପୋଲିସ ନିଜ ପକ୍ଷରୁ ତଦନ୍ତ ଆରମ୍ଭ କରିବା ସହ ଖୋର୍ଦ୍ଧା ସ୍ପେଶାଲ ସ୍କ୍ବାର୍ଡ, ନିରାକାରପୁର ପୋଲିସ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲେ । ତେବେ ଆଜି ପୋଲିସକୁ ସଫଳତା ମିଳିଛ । ଘଟଣାର ସମ୍ପୂର୍ଣ୍ଣ ବିସ୍ତୃତ ସୂଚନା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.