ETV Bharat / state

20 ପେଟି ଦେଶୀ ମଦ ଜବତ, 2 ଗିରଫ

author img

By

Published : May 3, 2021, 9:10 PM IST

20 ପେଟି ଦେଶୀ ମଦ ଜବତ, 2 ଗିରଫ
20 ପେଟି ଦେଶୀ ମଦ ଜବତ, 2 ଗିରଫ

କରୋନା ସଂକ୍ରମଣ ପାଇଁ ଆସନ୍ତା 5ତାରିଖରୁ ରାଜ୍ୟରେ ଲକଡାଉନ ଆରମ୍ଭ ହେବାକୁ ଯାଉଥିବା ବେଳେ ସକ୍ରିୟ ହୋଇ ଉଠିଛନ୍ତି ଚୋରା ମଦ ବ୍ୟବସାୟୀ । ଅଧିକ ପଢନ୍ତୁ...

ଖୋର୍ଦ୍ଧା: କରୋନା ସଂକ୍ରମଣ ପାଇଁ ଆସନ୍ତା 5 ତାରିଖରୁ ରାଜ୍ୟରେ ଲକଡାଉନ ଆରମ୍ଭ ହେବାକୁ ଯାଉଛି । ଲକଡାଉନ ପାଇଁ ଗତ ବର୍ଷ ମଦ ବ୍ୟବସାୟୀମାନେ ମାଲାମାଲ ହୋଇଥିବା ଦେଖିବାକୁ ମିଳିଥିଲା। ଏଥର ମଧ୍ୟ ଲକଡାଉନ ଆରମ୍ଭରୁ ମଧ୍ୟ ଚୋରା ମଦ ମାଫିଆମାନେ ମଦ କାରବାର ଆରମ୍ଭ କରି ଦେଇଥିବା ଦେଖିବାକୁ ମିଳିଲାଣି । ଆଜି ଖୋର୍ଦ୍ଧାରେ 20ପେଟି ମଦ ସହ 2 ଜଣଙ୍କୁ ଗିରଫ କରିଛି ଜଟଣୀ ପୋଲିସ ।

20 ପେଟି ଦେଶୀ ମଦ ଜବତ, 2 ଗିରଫ

ମିଳିଥିବା ସୂଚନା ଅନୁସାରେ ଆଜି ଜଟଣୀ ଥାନା ଅନ୍ତର୍ଗତ ବାଲିଛକ ମୁଣ୍ଡିଆସାହିର ଦୁଇଜଣ ବ୍ୟକ୍ତି ବେଆଇନ ଭାବେ ଏକ ଅଟୋରେ 20 ପେଟି ଦେଶୀ ମଦ ନେଉଥିବା ଖବର ପାଇଥିଲା ପୋଲିସ, ମିଳିଥିବା ସୂଚନା ଆଧାରରେ ଚଢାଉ କରିଥିଲା । ମଦ ଜବତ ସହ 2 ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତି ଦୁଇ ଅଭିଯୁକ୍ତ ଅରୁଣ ଦାସ ଏବଂ ପ୍ରହଲ୍ଲାଦ ଦାସ ବୋଲି ଜଟଣୀ ପୋଲିସ ସୂଚନା ଦେଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.