ETV Bharat / state

ସରିଲା ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକ, ୧୫ ପ୍ରସ୍ତାବରେ ବାଜିଲା ମୋହର

author img

By

Published : Feb 13, 2023, 8:40 PM IST

Updated : Feb 13, 2023, 9:24 PM IST

ସରିଲା ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକ
ସରିଲା ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ଆଜି ପ୍ରଥମେ ମନ୍ତ୍ରୀ ପରିଷଦ ଓ ଦ୍ଵିତୀୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ୧୫ଟି ପ୍ରସ୍ତାବକୁ ମୋହର ମାରିଛନ୍ତି ସରକାର । ଅଧିକ ପଢ଼ନ୍ତୁ

ସରିଲା ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ଆଜି ଦୁଇଟି ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ପ୍ରଥମେ ମନ୍ତ୍ରୀ ପରିଷଦ ଓ ଦ୍ଵିତୀୟରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି । ତେବେ ଏହି ବୈଠକରେ ୧୫ଟି ପ୍ରସ୍ତାବରେ ମୋହର ବାଜିଛି । ଏନେଇ ବୈଠକ ପରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

ବୈଠକ ପରେ ମୁଖ୍ୟ ଶାସନ ସଚିବ କହିଛନ୍ତି, "ରାଜ୍ୟ କ୍ୟାବିନେଟ୍‌ର ୫୫ତମ ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହୋଇଛି । ବର୍ତ୍ତମାନ ରାଜ୍ୟର ହାଇସ୍କୁଲ ଗୁଡ଼ିକରେ ୪୦ ହଜାର ୧୬୬ ଶିକ୍ଷକ ଅଛନ୍ତି । ୬ ହଜାର ୨୫ ହାଇସ୍କୁଲ ଶିକ୍ଷକଙ୍କ ନିଯୁକ୍ତିକୁ ବୈଠକରେ ମଞ୍ଜୁରୀ ମିଳିଛି । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୨୩୭ଟି ହଷ୍ଟେଲ ନିର୍ମାଣ ହେବ । ଏଥିପାଇଁ ୧୦୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ସରକାର । ଭୁବନେଶ୍ବରରେ ଜନସଂଖ୍ୟା ବଢ଼ିବା ସହ ପାନୀୟ ଜଳର ଚାହିଦା ମଧ୍ୟ ବଢ଼ୁଛି । ସେନେଇ ଜଳଯୋଗାଣ ପାଇଁ ଆସନ୍ତା ୨ ବର୍ଷ ମଧ୍ୟରେ ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା ହେବାନେଇ ବୈଠକରେ ନିଷ୍ପତ୍ତି ହୋଇଛି । ୧୩୦ ଏମ୍‌ଏଲ୍‌ଡି ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟକୁ ଅନୁମୋଦାନ କରିଛନ୍ତି ସରକାର । ଏଥିପାଇଁ ୨୮୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।"

ଆଜିର ବୈଠକରେ ନିଆଯାଇଥିବା ଅନ୍ୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗୁଡ଼ିକ ହେଉଛି, ଜେଲରେ କଏଦୀଙ୍କ ମୃତ୍ୟୁ ହେଲେ ସମ୍ପର୍କୀୟଙ୍କୁ କ୍ଷତିପୂରଣ ମିଳିବ, ସମ୍ବଲପୁରରେ ତ୍ରିଲୋଚନ ନେତ୍ରାଳୟ ପାଇଁ ୫ ଏକର ଜମି ଅନୁମୋଦିତ ହୋଇଛି । ରାଜ୍ୟ ସରକାର ବିମାନ ଇନ୍ଧନରେ ଭା‌ଟ୍‌କୁ ୧% ହ୍ରାସ କରିବେ । ଏମଏସଏମଇ ଖାଦ୍ୟ ପ୍ରକ୍ରିୟାକରଣ ନୀତିରେ ସଂଶୋଧନ ହେବ । ତୃତୀୟ ଲିଙ୍ଗୀ ସନ୍ତାନକୁ ପରିବାର ପେନ୍‌ସନ୍‌ ମିଳିବ ବୋଲି ଆଜିର ବୈଠକରେ କ୍ୟାବିନେଟ ମୋହର ବାଜିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Feb 13, 2023, 9:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.