ETV Bharat / state

BSKYରେ ସାମିଲ ହେଲା ଆଉ 155ଟି ଘରୋଇ ସୁପର ସ୍ପେଶାଲିଟି ହସ୍ପିଟାଲ୍

author img

By ETV Bharat Odisha Team

Published : Nov 10, 2023, 8:09 PM IST

Updated : Nov 10, 2023, 9:30 PM IST

ବିଏସକେୱାଇରେ ସାମିଲ ହେଲା ରାଜ୍ୟ ବାହାରର ଆଉ 115 ଟି ଘରୋଇ ସୁପରସ୍ପେସାଲିଟି ହସ୍ପିଟାଲ୍
ବିଏସକେୱାଇରେ ସାମିଲ ହେଲା ରାଜ୍ୟ ବାହାରର ଆଉ 115 ଟି ଘରୋଇ ସୁପରସ୍ପେସାଲିଟି ହସ୍ପିଟାଲ୍

ବିଏସକେୱାଇରେ ସାମିଲ ହେଲା ରାଜ୍ୟ ବାହାରର ଆଉ 155ଟି ଘରୋଇ ସୁପର ସ୍ପେଶାଲିଟି ହସ୍ପିଟାଲ୍ । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଜାରି । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଲା ରାଜ୍ୟ ବାହାରର ଆଉ 155ଟି ଘରୋଇ ସୁପର ସ୍ପେଶାଲିଟି ହସ୍ପିଟାଲ୍ । ଏଥିସହ ସରକାରଙ୍କ ବିଏସକେୱାଇରେ ଦ୍ଵାରା ଅନୁବନ୍ଧିତ ହସ୍ପିଟାଲ ସଂଖ୍ୟା ୭୬୫ରେ ପହଞ୍ଚିଛି । ତେବେ ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର (ବିଏସକେୱାଇ)ଅଗ୍ରଗତି ଦେଖିବାକୁ ମିଳିଛି । ଉଭୟ ଜନସାଧାରଣ ଏବଂ ଘରୋଇ ହସ୍ପିଟାଲ୍‌ମାନେ ଅଧିକରୁ ଅଧିକ ଏଥିରେ ସାମିଲ ହୋଇଛନ୍ତି । ଚଳିତ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା ଯୋଜନାରେ ସାମିଲ ହୋଇଥିବା ଘରୋଇ ସୁପର ସ୍ପେଶାଲିଟି ହସ୍ପିଟାଲ୍‌ ସଂଖ୍ୟା ୭୬୫କୁ ବୃଦ୍ଧି ପାଇଛି । ତେବେ ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଲୋଚନା ହୋଇଛି ।

ତେବେ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇବା ଦିଗରେ ବିଭିନ୍ନ କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରି ରାଜ୍ୟ ସରକାରଙ୍କ ସହ ସହଭାଗିତାରେ ଅନୁବନ୍ଧିତ ଘରୋଇ ହସ୍ପିଟାଲମାନଙ୍କରେ ରୋଗୀ ସେବା ଯୋଗାଇ ଦିଆଯାଉଛି । ରାଜ୍ୟ ସରକାର ଏନେଇ ନଜର ରଖିବା ସହ ଚିକିତ୍ସା ବାବଦରେ ଅନଲାଇନ ମାଧ୍ୟମରେ ବିଲ ଦାଖଲ କରାଇବା ପାଇଁ ସଚିବ ସମିତିର ନୋଡାଲ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ ଆନ୍ଧ୍ରପ୍ରଦେଶ, ଆସାମ, ତେଲେଙ୍ଗାନା, କର୍ଣ୍ଣାଟକ, ଦିଲ୍ଲୀ, ଗୁଜୁରାଟ, ମହାରାଷ୍ଟ୍ର, ପଶ୍ଚିମ ବଙ୍ଗଳା, ଛତିଶଗଡ, ଝାଡଖଣ୍ଡ, ପଞ୍ଜାବ, ହରିୟାନା, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଆଦି ୧୯ଟି ରାଜ୍ୟରେ ଥିବା 155ଟି ସୁପର ସ୍ପେଶାଲିଟି ହସ୍ପିଟାଲ୍ ବିଏସକେୱାଇରେ ସାମିଲ ହୋଇଛନ୍ତି । ଏହି ସବୁ ରାଜ୍ୟରେ ବିଭିନ୍ନ କାରଣରୁ ଅସ୍ଥାୟୀଭାବେ ରହୁଥିବା ଓଡିଆ ଲୋକମାନେ ମାଗଣାରେ ଉଚ୍ଛମାନର ଚିକିତ୍ସା ସୁବିଧା ପାଇପାରିବେ ।

ଏହାମଧ୍ୟ ପଢନ୍ତୁ..BSKYରେ ୬୮୧ ସୁପର ସ୍ପେଶାଲିଟି ହସ୍ପିଟାଲ ସାମିଲ, ୬୬୮ ଫ୍ରଣ୍ଟଲାଇନ କର୍ମଚାରୀ ନିୟୋଜିତ

ଭେଲୋରର ଖିଷ୍ଟିଆନ୍‌ ମେଡିକାଲ୍‌ କଲେଜ, ବେଙ୍ଗାଲୁରୁର ଶ୍ରୀ ଶଙ୍କରା କ୍ୟାନସର ପ୍ରତିଷ୍ଠାନ, କୋଲକାତାର ଟାଟା ମେଡିକାଲ୍‌ ସେଣ୍ଟର, ଭାଇଜାକ୍‌ ଓ ସାନାଗୁରର ହୋମିବାବା କ୍ୟାନସର ହସ୍ପିଟାଲ୍‌, ମହାମାନ୍ୟ ପଣ୍ଡିତ ମଦନ ମୋହନ ମାଲବ୍ୟ କ୍ୟାନସର ହସ୍ପିଟାଲ୍‌, ମୁମ୍ବାଇର ଆଡଭାନ୍ସ କ୍ୟାନସର ଚିକିତ୍ସା ଓ ଗବେଷଣା ପ୍ରତିଷ୍ଠାନ, ଟାଟା ମେମୋରିଆଲ ହସ୍ପିଟାଲ ଆଦି ବିଏସକେୱାଇରେ ସାମିଲ ହୋଇଛନ୍ତି । ଏହା ଛଡା ଚେନ୍ନାଇ, ଡେରାଡୁନ୍‌, କାଶୀ, ବେଙ୍ଗାଲୁରୁ, ମୁମ୍ବାଇ, କଲିକତା, ଅମୃତସର, ଫରିଦାବାଦ, ଗୁରଗାଓଁ, ଜୟପୁର, ନଏଡା, ଲୁଧିଆନା, ନୂଆଦିଲ୍ଲୀ, ଆଦି ସ୍ଥାନରେ ଥିବା ଫୋର୍ଟିସ୍‌ ଗ୍ରୁପର ୨୪ଟି ହସ୍ପିଟାଲ ଏବଂ ନାରାୟଣ ହୃଦୟାଳୟର ୭ଟି ହସ୍ପିଟାଲ୍‌ମାନେ ମଧ୍ୟ ବିଏସକେୱାଇ ସହ ସହଭାଗିତା ସଂଯୁକ୍ତ ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ବିଶାଖାପାଟଣା, ରାଇପୁର, ଜାମସେଦପୁର, ସୁରଟ, ଶ୍ରୀକାକୁଲମ, ମଦୁରାଇ, ହାଇଦ୍ରାବାଦ, ରାଇଘର, ଦ୍ଵାରକାନଗର, ବିଜୟନଗରମ ଆଦି ସହରର ପ୍ରମୁଖ ସୁପର ସ୍ପେଶାଲିଟି ହସ୍ପିଟାଲମାନେ ମଧ୍ୟ ଏହି ଯୋଜନାରେ ସାମିଲ ହୋଇଛନ୍ତି । ଚଳିତ ବର୍ଷ ଜାନୁଆରୀରୁ ଅକ୍ଟୋବର ମାସ ମଧ୍ୟରେ ରାଜ୍ୟ ବାହାର ହସ୍ପିଟାଲମାନଙ୍କରେ ପ୍ରାୟ ୯୧ ହଜାର ୫୦୦ ଓଡିଆ ଲୋକମାନେ ମାଗଣାରେ ଜଟିଳ ରୋଗର ଅତ୍ୟାଧୁନିକ ଚିକିତ୍ସା ପାଇଛନ୍ତି ବୋଲି କୁହାଯାଇଛି ।

ଭୁବନେଶ୍ବର, ଇଟିଭି ଭାରତ

Last Updated :Nov 10, 2023, 9:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.