ETV Bharat / state

ମଦ ଦୋକାନକୁ ମହିଳାଙ୍କ ବିରୋଧ

author img

By

Published : Jun 23, 2021, 6:19 PM IST

ମଦ ଦୋକାନକୁ ମହିଳାଙ୍କ ବିରୋଧ
ମଦ ଦୋକାନକୁ ମହିଳାଙ୍କ ବିରୋଧ

କେନ୍ଦୁଝରରେ ମଦ ଦୋକାନକୁ ମହିଳାଙ୍କ ପ୍ରବଳ ବିରୋଧ । ଦୋକାନକୁ ଯଦି ପ୍ରଶାସନ ଅନ୍ୟତ୍ର ସ୍ଥାନାନ୍ତର ନ କରେ, ତେବେ ଆଗାମୀ ଦିନରେ ଶତାଧିକ ମହିଳାଙ୍କ ଦ୍ବାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ । ଅଧିକ ପଢନ୍ତୁ...

କେନ୍ଦୁଝର: ସରକାର ରାଜସ୍ବ ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ନୂତନ ବିଦେଶୀ ମଦ ଦୋକାନକୁ ସ୍ବୀକୃତି ପ୍ରଦାନ କରିଛନ୍ତି । ଏହି ସ୍ବୀକୃତି ପାଇବା ପରେ ଦୋକାନୀମାନେ ଉକ୍ତ ଅଞ୍ଚଳରେ ସରକାରୀ ନିୟମ ଅନୁଯାୟୀ ଦୋକାନ ଖୋଲିଛନ୍ତି । ଏହି ନୂତନ ବିଦେଶୀ ମଦ ଦୋକାନ କିଛି ସ୍ଥାନରେ ବିରୋଧ କରୁଛନ୍ତି ସ୍ଥାନୀୟ ଜନସାଧାରଣ ।

ମଦ ଦୋକାନକୁ ମହିଳାଙ୍କ ବିରୋଧ

ସୂଚନା ଅନୁସାରେ ସଦର ଥାନା ଅନ୍ତର୍ଗତ ନେଲୁଙ୍ଗ ଗ୍ରାମ୍ୟ ରାସ୍ତା ନିକଟରେ ହେବାକୁ ଥିବା ନୂତନ ଵିଦେଶୀ ମଦ ଦୋକାନ ମଦ ଉକ୍ତ ଗ୍ରାମ ଓ ନିକଟସ୍ଥ ଗ୍ରାମର ଶତାଧିକ ମହିଳା ବିରୋଧ କରିଛନ୍ତି। ଉକ୍ତ ରାସ୍ତା ଦେଇ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯିବା ସହ ନୂତନ ଦୋକାନ ନିକଟରେ ଗ୍ରାମ୍ୟ ଠାକୁରାଣୀ ଅଛନ୍ତି । ଏହା ଉକ୍ତ ଦୁଇ ପଞ୍ଚାୟତର ଶତାଧିକ ମହିଳା ଏନେଇ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଏହି ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି କରିଛନ୍ତି ଏହି ମହିଳାମାନେ । ଏହି ବିଦେଶୀ ଦୋକାନକୁ ଯଦି ପ୍ରଶାସନ ଅନ୍ୟତ୍ର ସ୍ଥାନାନ୍ତର ନ କରେ ଆଗାମୀ ଦିନରେ ଶତାଧିକ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଉକ୍ତ ମଦ ଦୋକାନକୁ ଭାଙ୍ଗିବାକୁ ଚେତାବନୀ ଦେଇଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.