ETV Bharat / state

ଯୌତୁକ ଦାବିରେ ବଧୂହତ୍ୟା ଅଭିଯୋଗ

author img

By

Published : Mar 24, 2021, 6:26 AM IST

ଯୌତୁକ ପାଇଁ ମହିଳାଙ୍କୁ ଶାଶୁଘର ଲୋକେ ମାରି ଦେଇଥିବା ଅଭିଯୋଗ କରିଛନ୍ତି ବାପଘର ଲୋକେ । ଏଭଳି ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ନୂଆଗାଁ ଗ୍ରାମରେ । ଅଧିକ ପଢନ୍ତୁ...

ଯୌତୁକ ଦାବିରେ ବଧୂହତ୍ୟା ଅଭିଯୋଗ
ଯୌତୁକ ଦାବିରେ ବଧୂହତ୍ୟା ଅଭିଯୋଗ

ଆନନ୍ଦପୁର: ଯୌତୁକ ପାଇଁ ମହିଳାଙ୍କୁ ଶାଶୁଘର ଲୋକେ ମାରି ଦେଇଥିବା ଅଭିଯୋଗ କରିଛନ୍ତି ବାପଘର ଲୋକେ । ଏଭଳି ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ନୂଆଗାଁ ଗ୍ରାମରେ । ସୋମବାର ରାତିରେ ଗାଁର ପୂର୍ଣ୍ଣଚନ୍ଦ୍ର ରାଉତଙ୍କ ପତ୍ନୀ ଝିଲିଙ୍କ ଝୁଲନ୍ତା ମୃତଦେହ ଘର ପଛପଟେ ଥିବା ଏକ ଗଛରୁ ଉଦ୍ଧାର ହୋଇଥିଲା ।

ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲା ଟମକା ଥାନା ବାଦିବିଲି ଗାଁର ସୁର୍ଦଶନ ଜେନାଙ୍କ ଝିଅ ଝିଲ୍ଲି ସହ ୨ ବର୍ଷ ତଳେ ନୂଆଗାଁର ଚୈତନ୍ୟ ରାଉତଙ୍କ ପୁଅ ପୂର୍ଣ୍ଣଚନ୍ଦ୍ରଙ୍କ ସହ ବିବାହ ହୋଇଥିଲା । ହେଲେ ବିବାହ ସମୟରେ ଦାବି ମୁତାବକ ଟଙ୍କା ଦେଇନଥିବାରୁ ଝିଅ ସହ ଶାଶୁଘର ଲୋକେ ଅତ୍ୟାଚାର କରିଆସୁଥିଲେ । ଏପରିକି ଗତ ୧ ମାସ ହେବ ଅତ୍ୟାଚାର ସହିନପାରି ଝିଅ ବାପଘରେ ରହିଥିଲା । ୪ ଦିନ ତଳେ ବାପଘରେ ଲୋକେ ନୂଆଗାଁର କିଛି ଭଦ୍ରଲୋକଙ୍କ ମାଧ୍ୟମରେ ବୁଝାସୁଝା କରି ଝିଅକୁ ଶାଶୁଘରେ ଛାଡିଥିଲେ । ହେଲେ ସୋମବାର ରାତିରେ ବାଡିପଟ ଗଛରୁ ଝିଲ୍ଲିର ଝୁଲନ୍ତା ମୃତଦେହ ମିଳିବା ଘଟଣାକୁ ନେଇ ଶାଶୁଘର ଲୋକଙ୍କ ଆତ୍ମହତ୍ୟା କଥାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ବାପଘର ଲୋକେ ।

ବାକି ରହିଥିବା ୩୦ ହଜାର ଯୌତୁକ ଟଙ୍କା ପାଇଁ ଝିଲ୍ଲିକୁ ମାରି ଆତ୍ମହତ୍ୟା ରୂପ ଦିଆଯାଇଥିବା ବାପଘର ତରଫରୁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଏହି ଘଟଣା ପରେ ସ୍ବାମୀ ପୂର୍ଣ୍ଣଚନ୍ଦ୍ର ଫେରାର ହୋଇଥିବା ଘଟଣା ଆହୁରି ସନ୍ଦେହଘେରକୁ ଟାଣୁଛି । ଖବରପାଇ ରାମଚନ୍ଦ୍ରପୁର ପୋଲିସ ପହଁଞ୍ଚି ମୃତଦେହକୁ ଜବଦ କରିଛି । ସାଇଣ୍ଟିଫିକ୍ ଟିମର ତଦନ୍ତ ପରେ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି । ତେବେ ଏହି ଘଟଣାରେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇନାହିଁ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.