ETV Bharat / state

ପରକୀୟା ପ୍ରୀତିର କରୁଣ ପରିଣତି, ସଉତୁଣୀକୁ ହତ୍ୟା କଲେ ମହିଳା

author img

By

Published : Mar 25, 2023, 6:12 PM IST

ପରକୀୟା ପ୍ରୀତିକୁ ନେଇ ହତ୍ୟା
ପରକୀୟା ପ୍ରୀତିକୁ ନେଇ ହତ୍ୟା

ପରକୀୟା ପ୍ରୀତିରୁ ହତ୍ୟା । ସ୍ବାମୀର ପ୍ରେମିକାକୁ ହତ୍ୟା କଲା ପତ୍ନୀ । ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଟାଉନ ଥାନା ଡିମ୍ବୋ ପଞ୍ଚାୟତ ନଇଗାଁ ତୋଟାସାହିରେ । ଅଧିକ ପଢ଼ନ୍ତୁ

ପରକୀୟା ପ୍ରୀତିକୁ ନେଇ ହତ୍ୟା

କେନ୍ଦୁଝର: ପରକୀୟା ପ୍ରୀତିର କରୁଣ ପରିଣତି । ସ୍ବାମୀର ପ୍ରେମିକାକୁ ହତ୍ୟା କଲା ପତ୍ନୀ । ଏମିତି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଟାଉନ ଥାନା ଡିମ୍ବୋ ପଞ୍ଚାୟତ ନଇଗାଁ ତୋଟାସାହିରେ । ମୃତକ ମହିଳାଙ୍କ ନାଁ ଆଶା ମୁଣ୍ଡା ବୋଲି ଜଣାପଡିଛି । ଅଭିଯୁକ୍ତା ହେଲେ ତୋଟାସାହିର ଆକାଶ ମୁଣ୍ଡାଙ୍କ ପତ୍ନୀ ମୁନି ମୁଣ୍ଡା ।

ଅଧିକ ପଢ଼ନ୍ତୁ : କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି, ଏନଏଚ 55 କାର୍ଯ୍ୟ ତୁରନ୍ତ ସାରିବାକୁ ଅନୁରୋଧ

ତେବେ ସୂଚନା ମୁତାବକ, ମୁନିଙ୍କ ସ୍ବାମୀ ଆକାଶ ମୁଣ୍ଡାଙ୍କ ପ୍ରେମ ସମ୍ପର୍କ ଆଶା ମୁଣ୍ଡାଙ୍କ ସହ ଗଢି ଉଠିଥିଲା । ଆକାଶ ବିବାହିତ ହୋଇଥିବା ବେଳେ ତାଙ୍କ ୨ଟି ସନ୍ତାନ ଅଛନ୍ତି । ଅନ୍ୟପଟେ ଘୁଟୁର ଗ୍ରାମର ଆଶା ମଧ୍ୟ ବିବାହିତ ହୋଇଥିବାବେଳେ ତାଙ୍କର ମଧ୍ୟ ଗୋଟିଏ ସନ୍ତାନ ଅଛି । ମାତ୍ର ପ୍ରେମର ଉବୁଟୁବୁ ହୋଇ ନିଜ ସ୍ବାମୀ ଓ ପରିବାର ଛାଡି ଆଶା ଆକାଶଙ୍କ ସହ ତାଙ୍କ ଘରକୁ ଚାଲି ଆସିଥିଲେ । ଏହାପରେ ଆକାଶଙ୍କ ପ୍ରଥମ ସ୍ତ୍ରୀ ଏହାକୁ ସହ୍ୟ କରିପାରି ନଥିଲେ । ଆକାଶଙ୍କ ଦୁଇ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ଲାଗି ରହିଥିଲା । ଘରେ ପାଟିତୁଣ୍ତ ଲାଗି ରହୁଥିବା କହିଛନ୍ତି ଗ୍ରାମବାସୀ ।

ଅଧିକ ପଢ଼ନ୍ତୁ : Manish Sisodia Bail Plea: ସିସୋଦିଆଙ୍କ ଜାମିନ ଆବେଦନ ଶୁଣାଣି ସ୍ଥଗିତ, ଆସନ୍ତା ୫ ଯାଏଁ ଜେଲରେ ରହିବେ

ତେବେ ଆକାଶ ଘରେ ନଥିବା ସମୟରେ ଆଶାକୁ ନିକଟସ୍ଥ ଅରଡେଇ ନଦୀକୁ ଗାଧୋଇବା ଡାକି ନେଇଥିଲା ମୁନି । ତେବେ ସଉତୁଣିକୁ ଏକ ଓଢ଼ଣୀ ସାହାଯ୍ୟରେ ହତ୍ୟା କରିଥିବା ଘରେ କହିଥିଲା ମୁନି । ପରିବାର ଲୋକେ ଏହା ଜାଣିବା ପରେ ଆଶାଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଟାଉନ ଥାନା ପୋଲିସ ଘଟଣା ସମ୍ପର୍କରେ ଜାଣିବା ପରେ ସେଠାରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଏ ସଂକ୍ରାନ୍ତରେ ଟାଉନ ଥାନାରେ ଏକ ହତ୍ୟା ମାମଲା ୧୨୧ / ୨୦୨୩ ରୁଜୁ କରିଛି । ମୃତଦେହ ବ୍ୟବଚ୍ଛେଦ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଠାଇଥିଲା ପୋଲିସ । ମୁନିକୁ ଅଟକ ରଖିବା ସହ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.