ETV Bharat / state

ଟ୍ରକ ଅନଲୋଡିଂ ବିବାଦ, ଅନ୍ୟ ଜିଲ୍ଲା ଟ୍ରକ ଅଟକାଇଲା ଜିଲ୍ଲା ଟ୍ରକ ମାଲିକ ସଙ୍ଘ

author img

By

Published : May 23, 2020, 5:58 PM IST

truck-unloading-dispute-other-district-trucks-stopped-by-the-district-truck-owners-association
ଟ୍ରକ ଅନଲୋଡିଂ ବିବାଦ, ଅନ୍ୟ ଜିଲ୍ଲା ଟ୍ରକ ଅଟକାଇଲା ଜିଲ୍ଲା ଟ୍ରକ ମାଲିକ ସଙ୍ଘ

କେନ୍ଦୁଝର ଜିଲ୍ଲାର ସମସ୍ତ ମାଲିକଙ୍କ ଟ୍ରକକୁ କେନ୍ଦ୍ରାପଡା ଦେଇ ଠିକ ସେ ଚଳାଚଳ କରିବାକୁ ଦିଆଯାଉ ନଥିବା ଅଭିଯୋଗ କରିଛି ଜିଲ୍ଲା ସଙ୍ଘ ।

କେନ୍ଦୁଝର: ଶୁକ୍ରବାର ରାତିରୁ କେନ୍ଦ୍ରାପଡା ଜିଲ୍ଲା ମାଲିକଙ୍କର କେନ୍ଦୁଝର ଲୋଡିଂ ପାଇଁ ଆସୁଥିବା ସମସ୍ତ ଟ୍ରକକୁ ଅଟକାଉଛି କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଙ୍ଘ । କେନ୍ଦୁଝର ଜିଲ୍ଲାର ସମସ୍ତ ମାଲିକଙ୍କ ଟ୍ରକକୁ କେନ୍ଦ୍ରାପଡା ଦେଇ ଠିକ ସେ ଚଳାଚଳ କରିବାକୁ ଦିଆଯାଉ ନଥିବା ଅଭିଯୋଗ କରିଛି ଜିଲ୍ଲା ସଙ୍ଘ ।

ଟ୍ରକ ଅନଲୋଡିଂ ବିବାଦ, ଅନ୍ୟ ଜିଲ୍ଲା ଟ୍ରକ ଅଟକାଇଲା ଜିଲ୍ଲା ଟ୍ରକ ମାଲିକ ସଙ୍ଘ

ଏହା ସହ କେନ୍ଦୁଝର ଜିଲ୍ଲାର କୌଣସି ଟ୍ରକକୁ କେନ୍ଦ୍ରାପଡା ଟ୍ରକ ମାଲିକଙ୍କ ଦ୍ବାରା ପାରାଦୀପ ଠାରେ ଆଇରନ୍‌ ଅନଲୋଡିଂ ସୁରୁଖୁରୁରେ କରେଇ ଦେଉ ନଥିବା ମଧ୍ୟ ସଙ୍ଘ ଅଭିଯୋଗ କରିଛି । ଏହାର ପ୍ରତିବାଦରେ ଶୁକ୍ରବାର ରାତିରୁ ଜିଲ୍ଲା ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଟାଉନ ଥାନା ଅନ୍ତର୍ଗତ ରାଙ୍କି ଠାରେ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ଟ୍ରକକୁ ଅଟକା ଯାଉଛି । କେନ୍ଦ୍ରାପଡା ଟ୍ରକ ମାଲିକ ସଙ୍ଘ ଏହି ଭଳି କାର୍ଯ୍ୟରୁ ବିରତ ରହି ଏହାର ଶୀଘ୍ର ସମାଧାନ ନ କଲା ପର୍ଯ୍ୟନ୍ତ ଏଭଳି ଟ୍ରକ ଅଟକା ଯିବ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି । ଏନେଇ ପ୍ରଶାସନକୁ ମଧ୍ୟ ଜଣା ଯାଇଥିବା ସଙ୍ଘ ପକ୍ଷରୁ କୁହାଯାଇଛି ।

ଦୁଇ ହାଜରରୁ ଉର୍ଦ୍ଧ୍ବ ଟ୍ରକ ଜାତୀୟ ରାଜପଥ କଡ଼ରେ ଟ୍ରକ ସଙ୍ଘ ପକ୍ଷରୁ ଅଟକ ରଖାଯାଇଛି । ଏହି ମାଲିକ ବିବାଦ ମଧ୍ୟରେ ଡ୍ରାଇଭରମାନେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ଯେଉଁ ସ୍ଥାନରେ ତାଙ୍କୁ ଅଟକା ଯାଉଛି ସେହି ସ୍ଥାନରେ କିଛି ଖାଇବା ପିଇବା ସୁବିଧା ନଥିବାରୁ ସେମାନେ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.