ETV Bharat / state

ଟ୍ରକ-ବାଇକ ଧକ୍କା: ଜଣେ ମୃତ, ଜଣେ ଗୁରୁତର

author img

By

Published : Aug 22, 2020, 11:22 AM IST

ଟ୍ରକ-ବାଇକ ଧକ୍କା: ଜଣେ ମୃତ, ଜଣେ ଗୁରୁତର
ଟ୍ରକ-ବାଇକ ଧକ୍କା: ଜଣେ ମୃତ, ଜଣେ ଗୁରୁତର

ଟ୍ରକ-ବାଇକ ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଜାତୀୟ ରାଜପଥ -୨୦ ରିଲିଆନ୍ସ ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ଆନନ୍ଦପୁର: ଟ୍ରକ-ବାଇକ ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଜାତୀୟ ରାଜପଥ -୨୦ ରିଲିଆନ୍ସ ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ଟ୍ରକ-ବାଇକ ଧକ୍କା: ଜଣେ ମୃତ, ଜଣେ ଗୁରୁତର

ମୃତ ଯୁବକ ଜଣକ ଘଷିପୁରାର ବିଶ୍ବନାଥ ପାତ୍ର। ସେ ନିଜ ବାଇକରେ ଘରକୁ ଫେରୁଥିବା ବେଳେ ସାମ୍ନାରୁ ଆସୁଥିବା ଟ୍ରକ ସହିତ ତାଙ୍କର ମୁହାଁ ମୁହିଁ ଧକ୍କା ହୋଇଥିଲା। ଫଳରେ ବିଶ୍ବନାଥଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହେବା ସହ ଟ୍ରକ ଡ୍ରାଇଭର ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଘଟଣା ସ୍ଥଳରେ ଘଷିପୁରା ପୋଲିସ ପହଞ୍ଚି ମୃତଦେହ ଜବଦ ସହ ତଦନ୍ତ ଜାରି ରଖିଛି ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.