ETV Bharat / state

ସୁଗମ ହେଉଛି ଦୁର୍ଗମ ଅଞ୍ଚଳକୁ ରାସ୍ତା, OMBADC ସହାୟତାରେ ଚାଲିଛି ରାସ୍ତା ସଂଯୋଗୀକରଣ

author img

By

Published : Jun 8, 2023, 10:07 PM IST

ସୁଗମ ହେଉଛି ଦୁର୍ଗମ ଅଞ୍ଚଳକୁ ରାସ୍ତା
ସୁଗମ ହେଉଛି ଦୁର୍ଗମ ଅଞ୍ଚଳକୁ ରାସ୍ତା

ହରିଚନ୍ଦନପୁର,ବାଂଶପାଳ ଝୁମ୍ପୁରା ବ୍ଲକରେ OMBADC ପାଣ୍ଠି ବିନିଯୋଗରେ ରାସ୍ତା ସଂଯୋଗୀକରଣ କାର୍ଯ୍ଯକ୍ରମ ଚାଲିଛି । ତିନୋଟି ବ୍ଲକରେ ବର୍ତ୍ତମାନ ସୁଦ୍ଧା 224 କିମି ରାସ୍ତା ନିର୍ମାଣ ହୋଇଛି । ଅଧିକ ପଢ଼ନ୍ତୁ

କେନ୍ଦୁଝର: ଉପାନ୍ତ ଅଞ୍ଚଳକୁ ଯୋଡ଼ି ହେଉଛି ବିକାଶର ଧାରା । ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ବିକାଶର ଧାରା ସହ ଯୋଡ଼ିବା ପାଇଁ ସରକାରଙ୍କ ପକ୍ଷରୁ ନିଆ ଯାଉଛି ପଦକ୍ଷପ । ଖଣି ଅଞ୍ଚଳ କେନ୍ଦୁଝରର ଅନେକ ଦୁର୍ଗମ ଗାଁକୁ ଏହି ସଂଯୋଗିକରଣ କାର୍ଯ୍ୟକ୍ରମ ଦ୍ବାରା ଆଜି ଯାତାୟାତ ସୁଗମ କରାଯାଇ ପାରିଛି । ରାସ୍ତାକୁ ଅଞ୍ଚଳର ପ୍ରାଥମିକ ବିକାଶ ରୂପେ ଗଣନା କରାଯାଏ । ଏହାରି ମଧ୍ୟରେ ବଣ ପାହାଡ଼ ଘେରା କେନ୍ଦୁଝରକୁ ମୁଖ୍ୟ ସ୍ରୋତ ସହ ଯୋଡିବା ପାଇଁ ପ୍ରଶାସନ ପକ୍ଷରୁ ରାସ୍ତା ସଂଯୋଗିକରଣ କାର୍ଯ୍ୟ ହାତକୁ ନିଆ ଯାଉଛି । ଓଡ଼ିଶା ଖଣିଜ ପଦାର୍ଥ ଧାରକ ଉନ୍ନୟନ ନିଗମ ବା OMBADC ପାଣ୍ଠି ସହାୟତାରେ ନୂତନ ସେତୁ ଓ ରାସ୍ତା ନିର୍ମାଣ କରାଯାଉଛି ।

ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ କହିଛନ୍ତି, "ଓମ୍ବାଡସି ପାଣ୍ଠି ସହାୟତାରେ ଅନେକ ଜନ କଲ୍ୟାଣକାରୀ କାର୍ଯ୍ୟ ହାତକୁ ନେଇଛି । ଏହାସହ ରାସ୍ତା ସଂଯୋଗିକରଣକୁ ପ୍ରାଧାନ୍ୟ ଦିଆ ଯାଇଛି । ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ସେତୁ ଓ ରାସ୍ତା ନିର୍ମାଣ କରିବା ଯୋଗୁଁ ଆଜି ଲୋକମାନେ ବିଭିନ୍ନ ସୁବିଧା ସୁଯୋଗ ପାଇପାରୁଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଆଧିବାସୀମାନଙ୍କ ଜୀବନଧାରଣ ମାନରେ ପରିବର୍ତ୍ତନ ଘଟୁଛି । ହରିଚନ୍ଦନପୁର , ବାଂଶପାଳ ଝୁମ୍ପୁରା ବ୍ଲକରେ ଓମ୍ବାଡସି ପାଣ୍ଠି ବିନିଯୋଗରେ ରାସ୍ତା ସଂଯୋଗୀକରଣ କାର୍ଯ୍ଯକ୍ରମ ଚାଲିଛି । ମୋଟ 262.32 କିଲୋମିଟର କାର୍ଯ୍ୟରୁ ବର୍ତ୍ତମାନ ସୁଦ୍ଧା 224 କିଲୋମିଟର ନୂତନ ରାସ୍ତା କାର୍ଯ୍ୟ ଶେଷ ହୋଇଛି । ଏହି କାର୍ଯ୍ୟରେ 34ଟି ଗାଁର 14 ହଜାର ଲୋକେ ଉପକୃତ ହୋଇଛନ୍ତି । ଏହାସହ ବାଂଶପାଳର ଯାତାୟାତ ବିଭିନ୍ନ ନାଳ ଉପରେ ନିର୍ମାଣ କରାଯଇଛି ମୋଟ 195.39 ମିଟର ଲମ୍ବା 3ଟି ସେତୁ ।"

ଲୁଙ୍ଗାଝରା ଗ୍ରାମାବସୀ କହିଛନ୍ତି, "ଆଗରୁ ଆମ ଗାଁକୁ ଭଲ ରାସ୍ତ ନଥିବା କାରଣରୁ ଯାତୟାତରେ ବିଭିନ୍ନ ଅସୁବିଧା ହେଉଥିଲା। ପାହାଡ କାଟି ରାସ୍ତା ହୋଇଛି । ଫଳରେ ଆମେ ସୁବିଧାରେ ହସ୍ପିଟାଲ ଯାଇପାରୁଛୁ । ଆମ ପିଲାମାନେ ସ୍କୁଲକୁ ଯାଇ ପାରୁଛନ୍ତି । ରାସ୍ତା ହେବା କରାଣରୁ ଅବାଧରେ ବିଭିନ୍ନ ଗଡି ମଟର ଯାଇ ପାରୁଛି । ଫଳରେ ସହରକୁ ଯିବା ମଧ୍ୟ ସହଜ ହୋଇଛି । ନାଳ ଉପରେ ପୋଲ ହେବା ଫଳରେ ବର୍ଷା ଦିନ ହେଉ ଅବା ଖରା ଯାତ୍ରା ସୁବିଧାଜନକ ରହୁଛି ।"

ରାସ୍ତା ସଂଯୋଗୀକରଣ ଫଳରେ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳ ଯୋଡି ହୋଇଛି । ଫଳରେ ସ୍ଥାନୀୟ ଲୋକଙ୍କ ଜୀବନ ସୁଗମ ହୋଇଛି । OMBADC ସହାୟତା ଫଳରେ ଦୁର୍ଗମ ଅଞ୍ଚଳକୁ ରାସ୍ତାକାର୍ଯ୍ୟ ଅତ୍ୟନ୍ତ ସହଜ ହୋଇଛି । ସାଧାରଣ ପରିବହନ ବ୍ୟବସ୍ଥାରେ ଗାଁକୁ ଯାତ୍ରୀବାହୀ ଗାଡ଼ି ଚଳାଚଳ କରୁଛି । ଫଳରେ ସ୍ବାସ୍ଥ୍ୟ, ଶିକ୍ଷା ପରି ମୌଳିକ ସେବା ପାଇ ପାରୁଛନ୍ତି ଗ୍ରାମବାସୀ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.