ETV Bharat / state

ଶୋଇଥିଲେ ଭାଙ୍ଗିଲା ଧାନ ଭାଡି, ସ୍ତ୍ରୀ ମୃତ ସ୍ବାମୀ ଗୁରୁତର

author img

By

Published : Jan 25, 2021, 1:03 PM IST

ଭାଡ଼ି ଭାଙ୍ଗି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
ଭାଡ଼ି ଭାଙ୍ଗି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ଆନନ୍ଦପୁର ଥାନା ବାହିଆ ବାରଦଣ୍ଡା ସରେଇ ଗାଁରେ ଅଘଟଣ । ଭାଡ଼ି ଭାଙ୍ଗି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର । ଅଧିକ ପଢନ୍ତୁ...

ଆନନ୍ଦପୁର: କେନ୍ଦୁଝର ଆନନ୍ଦପୁର ଥାନା ବାହିଆ ବାରଦଣ୍ଡା ସରେଇ ଗାଁରେ ଅଘଟଣ । ଧାନ ରଖାଯାଇଥିବା ଭାଡ଼ି ଭାଙ୍ଗି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର । ମୃତକ ଜଣକ ହେଲେ ଜାନକୀ ହୋ । ସୂଚନା ଅନୁଯାୟୀ, ଗତକାଲି(ରବିବାର) ରାତିରେ ଘରର ସମସ୍ତେ ଖାଇ ପିଇ ଶୋଇବା ପରେ ସେଠାରେ ଧାନ ପାଇଁ ରଖାଯାଇଥିବା ଭାଡ଼ି ହଠାତ୍‌ ଭାଙ୍ଗି ପଡ଼ିଥିଲା । ଫଳରେ ଭାଡ଼ି ସହ ଅନ୍ୟ ଜିନିଷ ଜାନକୀ ହୋ ଏବଂ ତାଙ୍କ ସ୍ବାମୀ ମାଗୁଆ ହୋଙ୍କ ଉପରେ ଅଜାଡ଼ି ହୋଇ ପଡ଼ିଥିଲା ।

ଭାଡ଼ି ଭାଙ୍ଗି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ଗୁରୁତର ଅବସ୍ଥାରେ ଉଭୟଙ୍କୁ ଆନନ୍ଦପୁର ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଜାନକୀଙ୍କର ମୃତ୍ୟୁ ଘଟିଥିଲା।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.