ETV Bharat / state

କେନ୍ଦୁଝରରେ ଗଡିଲା ରାଜସ୍ବ ସେବା ରଥ

author img

By

Published : May 18, 2021, 8:13 PM IST

କେନ୍ଦୁଝରରେ ଗଡିଲା ରାଜସ୍ବ ସେବା ରଥ, ଲକଡାଉନରେ ଘରେ ରହି ରାଜସ୍ବ ସେବା ପାଇବେ ଜିଲ୍ଲାବାସୀ
କେନ୍ଦୁଝରରେ ଗଡିଲା ରାଜସ୍ବ ସେବା ରଥ, ଲକଡାଉନରେ ଘରେ ରହି ରାଜସ୍ବ ସେବା ପାଇବେ ଜିଲ୍ଲାବାସୀ

ଲକଡାଉନ ସମୟରେ ଘରେ ରହି ପାଇପାରିବେ ରାଜସ୍ବ ସେବା । କେନ୍ଦୁଝର ଜିଲ୍ଲାରେ ଆରମ୍ଭ ହେଲା ରାଜସ୍ବ ସେବା ରଥ । ଅଧିକ ପଢନ୍ତୁ....

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ତହସିଲ ଓ ଘସିପୁରା ତହସିଲ କାର୍ଯ୍ୟାଳୟରେ ନୂତନ ଭାବେ ଆରମ୍ଭ କରାଯାଇଛି ରାଜସ୍ବ ସେବା ରଥ। ଏହି କାର୍ଯ୍ୟକ୍ରମକୁ ଆନନ୍ଦପୁର ଉପଜିଲ୍ଲାପାଳ ସରୋଜ କୁମାର ଦତ୍ତକ ଶୁଭାରମ୍ଭ କରିଥିବାବେଳେ ସହଯୋଗ କରିଛନ୍ତି ତହସିଲଦାର ଓ ଅନ୍ୟ କର୍ମଚାରୀମାନେ । ବର୍ତ୍ତମାନ କୋଭିଡ ସମୟର ଘସିପୁରା ତହସିଲ ଅଞ୍ଚଳର କୌଣସି ବ୍ୟକ୍ତି ଯେମିତି ତହସିଲ କାର୍ଯ୍ୟକୁ ନେଇ ଅସନ୍ତୋଷ ନ ହୁଅନ୍ତି ତାହା ହିଁ ଏହାର ମୁଖ୍ୟ ଲକ୍ଷ ବୋଲି ଜଣାପଡିଛି ।

ବର୍ତ୍ତମାନ ସମୟରେ ଲକଡ଼ାଉନ ଭଳି ପରିସ୍ଥିତି ଲାଗି ରହିଥିବାବେଳେ ଲୋକମାନଙ୍କର ପଟ୍ଟା ଠାରୁ ଆରମ୍ଭ କରି ଯେକୌଣସି ସାର୍ଟିଫିକେଟ ସେମାନେ ଏହି ରାଜସ୍ବ ରଥ ମାଧ୍ୟମରେ ନିଜ ଘରେ ରହି ପାଇପାରିବେ। ଏହାଦ୍ୱାରା ସ୍ଥାନୀୟ ଜନସାଧାରଣଙ୍କର ନିଶ୍ଚିତ ରୂପେ ଉପକାର ହେବ। ପ୍ରଶାସନିକ ସ୍ତରରେ ଏଭଳି ପଦକ୍ଷେପ ନିଶ୍ଚିତ ରୂପେ ସ୍ୱାଗତଯୋଗ୍ୟ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.