ETV Bharat / state

Panchayat Polls: ମୈଦାନରେ BJD-BJPରୁ ଲଢୁଛନ୍ତି ଦୁଇ ଭାଇ

author img

By

Published : Jan 21, 2022, 8:00 AM IST

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ମୈଦାନରେ BJD-BJPରୁ ଲଢୁଛନ୍ତି ଦୁଇ ଭାଇ
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ମୈଦାନରେ BJD-BJPରୁ ଲଢୁଛନ୍ତି ଦୁଇ ଭାଇ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଗୁଲ ବାଜି ସାରିଛି । କେନ୍ଦୁଝରରେ ଗୋଟିଏ ପରିବାରରୁ ଦୁଇ ଭାଇ ଭିନ୍ନ ଦଳରୁ ଲଢୁଛନ୍ତି । ଅଧିକ ପଢନ୍ତୁ

କେନ୍ଦୁଝର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଗୁଲ ବାଜି ସାରିଛି । ନାମାଙ୍କନ ପାଇଁ ଆଉ ଦିନେ ଥିବା ବେଳେ ସମସ୍ତ ଦଳ କସରତ ଜାରି ରଖିଛନ୍ତି । ବିଜେଡି, ବିଜେପି, କଂଗ୍ରେସ ସହ କିଛି ସ୍ୱାଧୀନ ଜିଲ୍ଲା ପରିଷଦ ସଦସ୍ୟ ନିଜ ସମର୍ଥକଙ୍କ ସହ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ମୈଦାନରେ BJD-BJPରୁ ଲଢୁଛନ୍ତି ଦୁଇ ଭାଇ

କେନ୍ଦୁଝର ଜିଲ୍ଲାରେ ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ ନିର୍ଵାଚନୀ ଲଢେଇ ଜୋରଦାର ହେବା ଆଶା କରାଯାଉଛି । ଏହି ଆଶାକୁ ଆହୁରି ଜୋର କରିଛି ଗୋଟିଏ ପରିବାରର ଦୁଇ ଭାଇ ଭିନ୍ନ ଦଳରୁ ପାର୍ଥିପତ୍ର ଦାଖଲ କରିଛନ୍ତି । ବାଂଶପାଳ ବ୍ଲକ ୨୫ ନମ୍ବର ଜୋନ ପାଇଁ ଦୁଇ ଭାଇ ଗୁରୁବାର ସଦର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପାର୍ଥିପତ୍ର ଦାଖଲ କରିଛନ୍ତି । ବିଜେଡି ପକ୍ଷରୁ ବଡ଼ ଭାଇ ଅରୁଣ ବାରିକ ଓ ବିଜେପି ପକ୍ଷରୁ ସାନ ଭାଇ ରଞ୍ଜିତ ବାରିକ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ।

ଦୁଇ ଭାଇ ସ୍ଥାନୀୟ ସମସ୍ୟା ନେଇ ଜନ ସାଧାରଣଙ୍କୁ ଭୋଟ ମାଗିବା ପାଇଁ ଆଶା ରଖିଛନ୍ତି । ଦୁଇ ଭାଇ ଦୁଇ ଭିନ୍ନ ଦଳର ପ୍ରାର୍ଥୀ ହୋଇଥିଲେ ହେଁ ବଡ଼ ଭାଇ ନବୀନ ପଟ୍ଟନାୟକଙ୍କ ସୁଶାସନକୁ ନେଇ ନିର୍ଵାଚନୀ ମୈଦାନକୁ ଓହ୍ଲାଇ ଥିବା ପ୍ରକାଶ କରିଛନ୍ତି । ସେହିଭଳି ମଧ୍ୟ ସାନ ଭାଇ ବିଜେପିର ଲୋକାଭିମୁଖି ଯୋଜନା ସହ ଦଳର ବିଚାରଧାରାକୁ ନେଇ ଆଗାମୀ ନିର୍ବାଚନ ବାଜି ଜିତିବେ ବୋଲି କହିଛନ୍ତି । ଆଗାମୀ ଦିନରେ ଏହି ଆସନଟି ବେଶ ରୋଚକ ହେବ ବୋଲି ଚର୍ଚ୍ଚା ଜୋର ଧରିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.