ETV Bharat / state

ସାପ କାମୁଡ଼ାରେ ଚାଲିଗଲା ମାଆ ଝିଅଙ୍କ ଜୀବନ

author img

By ETV Bharat Odisha Team

Published : Sep 10, 2023, 12:37 PM IST

Updated : Sep 10, 2023, 2:59 PM IST

ବିଷାକ୍ତ ସାପ କାମୁଡ଼ା
ବିଷାକ୍ତ ସାପ କାମୁଡ଼ା

କେନ୍ଦୁଝର ଜିଲ୍ଲାର ନୟାକୋଟ ଥାନା ଅନ୍ତର୍ଗତ ମୁଁରୁସଁଆ ରୁଗୁଡି ସାହିରେ ସାପ କାମୁଡାରେ ଚାଲିଗଲା ମାଆ ଝିଅଙ୍କ ଜୀବନ । ଅଧିକ ପଢନ୍ତୁ

ବିଷାକ୍ତ ସାପ କାମୁଡ଼ା

କେନ୍ଦୁଝର: ଦିନକୁ ଦିନ ସାପ କାମୁଡାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପୁଣି ସାପ କାମୁଡାରେ ଚାଲିଗଲା ନିରୀହ ଜୀବନ । ସାପ କାମୁଡାରେ ଚାଲିଗଲା ମାଆ ଝିଅଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାର ନୟାକୋଟ ଥାନା ଅନ୍ତର୍ଗତ ମୁଁରୁସଁଆ ରୁଗୁଡି ସାହିରେ । ତେବେ ମୃତକ ହେଲେ ଗ୍ରାମର ସୁଖମନି ମୁଣ୍ଡା ଏବଂ ତାଙ୍କର ୨ ବର୍ଷର ଶିଶୁ କନ୍ୟା ।

ସୂଚନା ଅନୁଯାୟୀ, ଗତକାଲି (ଶନିବାର) ରାତିରେ ଖାଇ ପିଇ ଶୋଇଥିବା ସମୟରେ ସୁଖମନି ମୁଣ୍ଡା ଏବଂ ତାଙ୍କର ୨ ବର୍ଷର ଶିଶୁ କନ୍ୟାକୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା । ପାହାନ୍ତା ସମୟ ମା’ ଓ ଶିଶୁ ଅସୁସ୍ଥ ହୋଇ ପଡ଼ିଥିବା ବେଳେ କିଛି ସମୟ ମଧ୍ୟରେ ଶିଶୁ କନ୍ୟାର ମୃତ୍ୟୁ ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ସୁଖମନିଙ୍କୁ ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଙ୍କୁ ଅଣାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ପରିବାରରେ ରହିଥିବା ବର୍ଷକର ଶିଶୁ କନ୍ୟା ସମେତ ୩ ଶିଶୁ ମାତୃ ଶୂନ୍ୟ ହୋଇ ଯାଇଥିବା ବେଳେ ସ୍ବାମୀ ସୁରେନ ମୁଣ୍ଡା ଭାଙ୍ଗି ପଡିଛନ୍ତି । ଏହି ଘଟଣାକୁ ନେଇ ମୁରୁସୁଆଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଘଟଣା ସ୍ଥଳରେ ନୟାକୋଟ ପୋଲିସ ପହଁଚି ତଦନ୍ତ ଜାରି ରଖିଛି ।

ପ୍ରକାଶ ଥାଉକି, ଗତ ମାସରେ ରାଇରଙ୍ଗପୁରରେ ରାତିରେ ଶୋଇଥିବା ବେଳେ ନାବାଳକଙ୍କୁ ଏକ ଚିତି ସାପ ଦଂଶନ କରିଥିଲା । ତେବେ ପ୍ରଦୀପ ହେମ୍ବ୍ରମଙ୍କ ଘର ଲୋକେ ଖାଇ ପିଇ ସମସ୍ତେ ନିଜ ଘରେ ଶୋଇଥିଲେ । ପ୍ରଦୀପଙ୍କ ବଡ଼ ପୁଅ ଓ ସାନ ପୁଅ ଦୁହେଁ ମଧ୍ୟ ଖାଇ ପିଇ ଘର ଭିତର ଚଟାଣରେ ବିଛଣା ପକାଇ ଶୋଇଥିଲେ । ତେବେ ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ପ୍ରଦୀପଙ୍କ 6 ବର୍ଷର ସାନ ପୁଅ ମୁକେଶ ହେମ୍ବ୍ରମଙ୍କ ହାତକୁ ଏକ ବିଷାକ୍ତ ଚିତି ସାପ କାମୁଡି ଦେଇଥିଲା । ଏହାପରେ ମୁକେଶର ଚିତ୍କାର ଶୁଣି ପରିବାର ଲୋକେ ଉଠି ପଡ଼ିଥିଲେ। ମୁକେଶର ହାତରୁ ରକ୍ତ ଝରୁଥିବା ବେଳେ ଘର ଭିତରେ ଚିତି ସାପ ଥିବାର ଦେଖିବାକୁ ପାଇଥିଲେ ପରିବାର ଲୋକେ।

ଏହା ମଧ୍ୟ ପଢନ୍ତୁ- 6ବର୍ଷର ନାବାଳକକୁ ଦଂଶିଲା ସାପ, ଚାଲିଗଲା ନିରୀହ ଜୀବନ

ଏହାପରେ ପରିବାର ଲୋକ ଡେରି ନ କରି ତୁରନ୍ତ ମୁକେଶକୁ ରାଇରଙ୍ଗପୁର ଡାକ୍ତରଖାନାକୁ ନେଇଯାଇଥିଲେ । ହେଲେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଜୀବନ ଚାଲି ଯାଇଥିଲା। ପରେ ଘଟଣା ସମ୍ପର୍କରେ ବାଦାମପାହାଡ ଥାନା ପୋଲିସକୁ ଖବର ଦିଆଯିବାରୁ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ପରେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିଲେ।

ଇଟିଭି ଭାରତ, କେନ୍ଦୁଝର

Last Updated :Sep 10, 2023, 2:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.