ETV Bharat / state

ମକରରେ ସୁନାବେଶରେ ଦର୍ଶନ ଦେଲେ ମା’ ତାରିଣୀ

author img

By

Published : Jan 14, 2021, 10:09 AM IST

ମକରରେ ସୁନାବେଶରେ ଦର୍ଶନ ଦେଲେ ମା’ ତାରିଣୀ, ଭକ୍ତ ନିରାଶ
ମକରରେ ସୁନାବେଶରେ ଦର୍ଶନ ଦେଲେ ମା’ ତାରିଣୀ, ଭକ୍ତ ନିରାଶ

ଆଜି ମକର ଉପଲକ୍ଷେ ମା ତାରିଣୀଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

କେନ୍ଦୁଝର: ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ମା’ ଘଟଗାଁ ତାରିଣୀଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି । କଟକଣାରେ ମା’ଙ୍କ ସ୍ବତନ୍ତ୍ର ନୀତି କରାଯାଇଛି । ମକର ସଂକ୍ରାନ୍ତିରେ ମା ତାରିଣୀ ସୁନାବେଶରେ ଭକ୍ତକୁ ଦର୍ଶନ ଦିଅନ୍ତି । ହେଲେ ଚଳିତ ବର୍ଷ ମହାମାରୀ କଟକଣା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିଛି ।

ମକରରେ ସୁନାବେଶରେ ଦର୍ଶନ ଦେଲେ ମା’ ତାରିଣୀ, ଭକ୍ତ ନିରାଶ

ମକର ସଂକ୍ରାନ୍ତି ଉପଲକ୍ଷେ ସାଧାରଣ ଦର୍ଶନ ବହୁ ଭିଡ଼ ପରିଲକ୍ଷିତ ହୋଇଥାଏ । କିନ୍ତୁ ଏହି କଟକଣା ପାଇଁ ଚଳିତ ବର୍ଷ ମାଙ୍କ ଦର୍ଶନ ଶ୍ରଦ୍ଧାଳୁ କରିପାରିନାହାନ୍ତି। ମା ତାରିଣୀଙ୍କ ମକର ସଂକ୍ରାନ୍ତି ଉପଲକ୍ଷେ ସ୍ବତନ୍ତ୍ର ପୂଜା କରାଯାଇଥାଏ । ସକାଳୁ ସାବରୀ ରୀତିନୀତି ଅନୁଯାୟୀ ଆଜି ମାଙ୍କ ପୂଜା ଦେହୁରୀଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି । ମା ତାରିଣୀଙ୍କର ସାଧାରଣ ଦର୍ଶନ ଆସନ୍ତା ୧୮ ତାରିଖରେ ହେବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଏହି ସାଧାରଣ ଦର୍ଶନ ପାଇଁ କୋଭିଡ଼ ନିୟମାନୁସାରେ କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଥିବା ଜଣାପଡିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.