ETV Bharat / state

ଶ୍ରମିକ ଶୋଷଣ ବିରୋଧରେ ପ୍ରତିବାଦ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ଏଆଇଟିୟୁସି

author img

By ETV Bharat Odisha Team

Published : Nov 23, 2023, 8:30 PM IST

ଏସେଲ ମାଇନିଂ ଶ୍ରମିକଙ୍କୁ ଶୋଷଣ କରୁଥିବା ଅଭିଯୋଗ, ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଘେରିଲା ଏଆଇଟିୟୁସି
ଏସେଲ ମାଇନିଂ ଶ୍ରମିକଙ୍କୁ ଶୋଷଣ କରୁଥିବା ଅଭିଯୋଗ, ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଘେରିଲା ଏଆଇଟିୟୁସି

ଶ୍ରମିକ ଶୋଷଣ ଓ ଶ୍ରମ ଆଇନ ଉଲ୍ଲଘଂନ ପ୍ରତିବାଦରେ କେନ୍ଦୁଝର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଏଆଇଟିୟୁସିର ଆନ୍ଦୋଳନ । ଅଧିକ ପଢନ୍ତୁ

ଏସେଲ ମାଇନିଂ ଶ୍ରମିକଙ୍କୁ ଶୋଷଣ କରୁଥିବା ଅଭିଯୋଗ, ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଘେରିଲା ଏଆଇଟିୟୁସି

କେନ୍ଦୁଝର: ଏସେଲ ମାଇନିଂ ବିରୋଧରେ ଆନ୍ଦୋଳକୁ ଓହ୍ଲାଇଲା ଶ୍ରମିକ ସଂଗଠନ । ଏସେଲ ମାଇନିଂ ଶ୍ରମିମମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଆଜି କେନ୍ଦୁଝରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଛି ଏଆଇଟିଉସି । ଶ୍ରମିକମାନଙ୍କୁ ସଠିକ ସମୟରେ ଦରମା, ଶ୍ରମିକଙ୍କୁ ବୋନସ ପ୍ରଦାନ, ସେମାନଙ୍କୁ ନିଯୁକ୍ତି ପତ୍ର ଓ ସାଲେରି ସ୍ଲିପ୍ ଆଦି ପ୍ରଦାନ ଦାବିରେ ଆଜି ପ୍ରତିବାଦ କରିଛନ୍ତି ଶତାଧିକ ଶ୍ରମିକ ।

ସୂଚନା ଯୋଗ୍ୟ ଆଦିତ୍ୟ ବିର୍ଲା ଗ୍ରୁପ୍ ,ଏସେଲ ମାଇନିଂ ଏଣ୍ଡ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ବସନ୍ତପୁର ପିଲେଟ୍ ପ୍ଲାଣ୍ଟ ଦୀର୍ଘ ୪ ବର୍ଷ ହେଲା ଚାଲୁ କରାଯାଇଛି । ଏହି ପ୍ଲାଣ୍ଟରେ ବସନ୍ତପୁର ଅଞ୍ଚଳର ୪ ଶହରୁ ଅଧିକ ଶ୍ରମିକ କାର୍ଯ୍ୟ କରିଆସୁଛନ୍ତି । ଏହା ପୂର୍ବରୁ ହରିମେସିନ କମ୍ପାନୀ ଅଧିନରେ ରହିଥିଲା । ହେଲେ ବର୍ତ୍ତମାନ ଏସେଲ ମାଇନିଂ ନେବା ପରେ ଶ୍ରମିକମାନଙ୍କ ବହୁ ସମସ୍ୟ ଉପୁଜିଛି । ଏମିତିକି ଶ୍ରମ ଆଇନ ଅନୁସାରେ ଉକ୍ତ କମ୍ପାନୀ କାର୍ଯ୍ୟ କରୁନଥିବା ଅଭିଯୋଗ ହୋଇଛି । ଶ୍ରମ ଆଇନ ଅନୁସାରେ ଶ୍ରମିକମାନଙ୍କୁ ନିଯୁକ୍ତି ପତ୍ର ଓ ସାଲେରି ସ୍ଲିପ୍ ଆଦି ପ୍ରଦାନ କରାଯାଉ ନଥିବା ଅଭିଯୋଗ କରିଛି ଏଆଇଟିୟୁସି ।

ଏଆଇଟିୟୁସିର ଜିଲ୍ଲା ସାଧାରଣ ସଂପାଦକ ମହେଶ୍ୱର ରାଉତ କହିଛନ୍ତି," ପ୍ରତି ମାସର ଦରମା ପରବର୍ତ୍ତେ ମାସର ୫ ତାରିଖ ମଧ୍ୟରେ ଦେବା ପାଇଁ ଆଇନରେ ବ୍ୟବସ୍ଥା ଥିଲେବି ବିଳମ୍ବରେ ଦରମା ଦିଆଯାଉଛି । ପ୍ରଥମରୁ ଏ ପର୍ଯ୍ୟନ୍ତ ଶ୍ରମ ଆଇନ ଅନୁସାରେ କୌଣସି ଶ୍ରମିକକୁ ବୋନସ ଓ ଛୁଟି ଆଦି ଦିଆ ଯାଇନାହିଁ । ନିମ୍ନମାନର ନିରାପତ୍ତା ସାମଗ୍ରୀ ଦିଆଯାଉଛି ଯେଉଁଥି ପାଇଁ ଶ୍ରମିକମାନେ ଅନେକ ସମୟରେ ଛୋଟ ବଡ ଦୁର୍ଘଟଣାର ଶିକାର ହେଉଛନ୍ତି । "


ଏହା ମଧ୍ୟ ପଢନ୍ତୁ .....ଆଦିବାସୀ ଜମି ହସ୍ତାନ୍ତର ପ୍ରସଙ୍ଗ, ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି

ଏହା ସହ କାରଖାନା ପରିସରରେ ନିରପତ୍ତା ନିୟନ୍ତ୍ରଣ ଅଭାବରୁ ନିକଟରେ ଏକ ଦୁର୍ଘଟଣାରେ ଜନୈକ ଶ୍ରମିକର ମୃତ୍ୟୁ ଘଟିଥିବା ବେଳେ ଦୁର୍ଘଟଣା ଘଟାଇ ଥିବା ଟ୍ରକର ଫିଟନେସ, ଇନସୁରାନ୍ସ ଆଦି ନଥିବା ଜଣାପଡିଛି । ଦୁର୍ଘଟଣା ପରେ ଉକ୍ତ ମୃତ ଶ୍ରମିକ ପରିବାରକୁ ୨୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା ହେଲେ ତାହା ବାଉନ୍ସ ହୋଇଥିବା ଜଣାପଡିଛି । ଦୁର୍ଘଟଣା ସମୟର ଉତ୍ତେଜନାକୁ କେନ୍ଦ୍ର କରି କଂପାନୀ ତରଫରୁ ଶ୍ରମିକ ମାନଙ୍କ ବିରୁଦ୍ଧରେ ମିଥ୍ୟା କେସରେ ୩ ଜଣ ଶ୍ରମିକଙ୍କୁ ଗିରଫ କରାଯାଇଥିବା ଅଭିଯୋଗ କରିଛନ୍ତି ଶ୍ରମିକ । ଉକ୍ତା କମ୍ପାନୀ ତରଫରୁ ଶ୍ରମିକ ମାନଙ୍କୁ ସାଧା କାଗଜରେ ଦସ୍ତଖତ କରିବା ପାଇଁ ବାଧ୍ୟ କରାଯାଉଛି ।ଏହାରି ଭିତରେ କମ୍ପାନୀ ନିଜର ମନମୁଖି କାର୍ଯ୍ୟକଳାପ ଦ୍ୱାରା ଶ୍ରମିକମାନେ ଅତିଷ୍ଠ ହୋଇପଡିଥିବା କରିଛନ୍ତି ।ଏହାର ପ୍ରତିବାଦରେ ଆଜି ଶ୍ରମିକ ମାନେ ଆଜି କେନ୍ଦୁଝର ଜିଲ୍ଲାପାଳ ଅଫିସ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି ।


ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.