ETV Bharat / state

ତାଲା ବନ୍ଦ ଆନ୍ଦୋଳନରୁ ଓହରିଲା କୁଡୁମୀ ସମାଜ

author img

By

Published : Sep 9, 2021, 9:55 PM IST

ଦୀର୍ଘ ୯ ଦିନ ଧାରଣା ପରେ ଗତକାଲି(ବୁଧବାର) ହରିଚନ୍ଦନପୁର ତହସିଲରେ ତାଲା ପକାଇ ଆନ୍ଦୋଳନକୁ ଜୋରଦାର କରିଥିଲା କୁଡୁମୀ ସମାଜ । ଅଧିକ ପଢନ୍ତୁ...

ତାଲା ବନ୍ଦ ଆନ୍ଦୋଳନରୁ ଓହରିଲା କୁଡୁମୀ ସମାଜ
ତାଲା ବନ୍ଦ ଆନ୍ଦୋଳନରୁ ଓହରିଲା କୁଡୁମୀ ସମାଜ

କେନ୍ଦୁଝର: ଦୀର୍ଘ ୯ ଦିନ ଧାରଣା ପରେ ଗତକାଲି(ବୁଧବାର) ହରିଚନ୍ଦନପୁର ତହସିଲରେ ତାଲା ପକାଇ ଆନ୍ଦୋଳନକୁ ଜୋରଦାର କରିଥିଲା କୁଡୁମୀ ସମାଜ । ଦୀର୍ଘଦିନ ଧରି ଜମିଜମା ମାମଲାକୁ ନେଇ ହରିଚନ୍ଦନପୁର ତହସିଲ ଅନ୍ତର୍ଗତ ନଳପଙ୍ଗା ଗ୍ରାମରେ କୁଡୁମୀ ଓ ଜୁଆଙ୍ଗ ଲୋକଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଛି । ଏହି ଜମିଜମା ମାମଲା କୋର୍ଟ ଯାଇ କୁଡୁମୀ ଲୋକଙ୍କୁ ଥଇଥାନ ପାଇଁ ତହସିଲକୁ ନିର୍ଦ୍ଦେଶ ହୋଇଛି । କିନ୍ତୁ ଏହି ଘଟଣାର ପ୍ରଶାସନ ସମାଧାନ କରୁନଥିବା ଅଭିଯୋଗ କରିଥିଲେ କୁଡୁମୀ ସମାଜ ।

ତାଲା ବନ୍ଦ ଆନ୍ଦୋଳନରୁ ଓହରିଲା କୁଡୁମୀ ସମାଜ

ଗତକାଲିର ତାଲା ବନ୍ଦ ଆନ୍ଦୋଳନ ପରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଦରବାର ହଲ ଠାରେ ଏକ ବୈଠକ ଡକାଯାଇଥିଲା । ଏଥିରେ ଜିଲ୍ଲା ପ୍ରଶାସନର ଅଧିକାରୀ, ପୋଲିସ ଓ କୁଡୁମୀ ସମାଜର ପ୍ରତିନିଧି ଉପସ୍ଥିତ ଥିଲେ । ବୈଠକରେ ଯଥାଶୀଘ୍ର ଏହି ଜମିଜମା ମାମଲାର ସମାଧାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା । ଫଳରେ ହରିଚନ୍ଦନପୁର ତହସିଲରେ ହୋଇଥିବା ଆନ୍ଦୋଳନ ପ୍ରତ୍ୟାହୃତ କରାଯାଇଥିବା କୁଡୁମୀ ସମାଜ ପକ୍ଷରୁ କୁହାଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.