ETV Bharat / state

ମହାଷ୍ଟମୀରେ ଅଘଟଣ: ବଜ୍ରାଘାତରେ 2 ମୃତ

author img

By

Published : Oct 6, 2019, 8:04 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ରାଜ୍ୟରେ ଦିନକୁ ଦିନ ବଜ୍ରପାତ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ଆଜି ପୁଣି ଚାଲିଗଲା 2 ଜଣଙ୍କ ଜୀବନ । 2 ଆହତଙ୍କ ଚାଲିଛି ଚିକିତ୍ସା ।

ଆନନ୍ଦପୁର: ପୁଣି ବଜ୍ରପାତ ନେଲା 2 ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ପଦ୍ମପୁର ଗ୍ରାମରେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ସୂଚନା ଅନୁସାରେ ବାଉଁଶଗଡ ଗ୍ରାମର ଦୁଃଶାସନ ନାଏକ ଓ ଭାଗବତ ନାଏକ ଏବଂ ପଦ୍ମପୁର ଗ୍ରାମର ଲିପୁନ ସାହୁ ଓ ଶରତ ନାହାକ ବିଲରେ କାମ କରୁଥିଲେ । ଏତିକିବେଳେ ବଜ୍ରପାତ ହେବାରୁ ସମସ୍ତ ବିଲରେ ଟଳିପଡିଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ସେଠାରେ ଦୁଃଶାସନ ନାଏକ ଓ ଭାଗବତ ନାଏକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ଆହତ ଦୁଇ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।


ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Intro:0610EB_AND_AVB_ଆନନ୍ଦପୁର_Lighting R
ଆଙ୍କର-ବଜ୍ରପାତରେ ୨ ଜଣ ମୃତ୍ୟୁବରଣ କରିଥିବାବେଳେ ୨ ଜଣ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ପଦ୍ମପୁର ଗ୍ରାମରେ । ଆଜି ବିଲରେ ବିଲାତି କୋଡୁଥିବା ବଜ୍ରପାତ ହେବାରୁ ବାଉଁଶଗଡ ଗ୍ରାମ ର ଦୁଃଶାସନ ନାଏକ ଓ ଭାଗବତ ନାଏକ ଏବଂ ପଦ୍ମପୁର ଗ୍ରାମର ଲିପୁନ ସାହୁ,ଶରତ ନାହାକ ବିଲରେ ଟଳି ପଡ଼ିଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ବାଉଁଶଗଡ ର ଦୁଃଶାସନ ନାଏକ ଓ ଭାଗବତ ନାଏକ ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।ଅନ୍ୟ ଆହତ ଦୁଇ ଜଣ ଡାକ୍ତରଖାନାରେ ଚିକିତ୍ସା ହେଉଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି।
ବାଇଟ ୧ - ସଂପକୀୟ
ବାଇଟ. ୨- ଡାକ୍ତର
ବା ଇଟ-୩ - ଭାଗିରଥି ସେଠି ବିଧାୟକ ଆନନ୍ଦପୁରBody:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.