ETV Bharat / state

Panchayat Election: ନିର୍ବାଚନ ସୁପରିଚାଳନା ନେଇ ଜିଲ୍ଲା ପ୍ରଶାସନର କଡା ବ୍ୟବସ୍ଥା

author img

By

Published : Jan 19, 2022, 10:09 AM IST

ନିର୍ବାଚନ ସୁପରିଚାଳନା ନେଇ ଜିଲ୍ଲା ପ୍ରଶାସନର କଡା ବ୍ୟବସ୍ଥା
ନିର୍ବାଚନ ସୁପରିଚାଳନା ନେଇ ଜିଲ୍ଲା ପ୍ରଶାସନର କଡା ବ୍ୟବସ୍ଥା

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ଜିଲ୍ଲାରେ ନିର୍ବାଚନକୁ ସୁଚାରୁ ରୂପେ ତୁଲାଇବା ପାଇଁ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ପରିଚାଳନା ପାଇଁ ପ୍ରଶାସନର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଜିଲ୍ଲାପାଳ । ଅଧିକ ପଢନ୍ତୁ

କେନ୍ଦୁଝର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ସୋମବାରଠୁ ନାମାଙ୍କନ ପତ୍ର ଦଖଲ ପ୍ରକ୍ରିୟା ଜାରି ରହିଛି । ଆଜି ନାମାଙ୍କନ ପ୍ରକ୍ରିୟା ଦାଖଲ କରିବାର ତୃତୀୟ ଦିନ । ଜିଲ୍ଲାରେ ନିର୍ବାଚନକୁ ସୁଚାରୁ ରୂପେ ତୁଲାଇବା ପାଇଁ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ପରିଚାଳନା ପାଇଁ ପ୍ରଶାସନର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଜିଲ୍ଲାପାଳ ।

ନିର୍ବାଚନ ସୁପରିଚାଳନା ନେଇ ଜିଲ୍ଲା ପ୍ରଶାସନର କଡା ବ୍ୟବସ୍ଥା

ନିର୍ଵାଚନ ପକ୍ରିୟାକୁ ମଧ୍ୟ ଶାନ୍ତି ଶୃଙ୍ଖଳା ସହ ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ନିଶ୍ଚିତ କରାଯାଇଛି । ନିର୍ଵାଚନ କମିଶନଙ୍କ ଦିଶା ନିର୍ଦ୍ଦେଶ ଅନୁଯାୟୀ ଏହି ନିର୍ବାଚନ ପକ୍ରିୟା କାର୍ଯ୍ୟ ଜାରି ରହିଥିବା କେନ୍ଦୁଝର ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଏହାସହ କୋଭିଡ଼ କଟକଣା ମାନି ଏହି ନିର୍ବାଚନ ଅନୁଷ୍ଠିତ କରିବାକୁ ସମସ୍ତ ନିର୍ଦ୍ଦେଶ ଦିଆଯାଇଥିବା ପ୍ରକାଶ କରିଛନ୍ତି ଜିଲ୍ଲାପାଳ । ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ ଚୟନ କରାଯାଇ ତାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.