ETV Bharat / state

ବାତ୍ୟା ୟସ ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ପ୍ରସ୍ତୁତ

author img

By

Published : May 25, 2021, 2:07 PM IST

ମାଡି ଆସୁଛି ବାତ୍ୟା ୟସ, ଜିଲ୍ଲା ପ୍ରଶାସନ ସଜାଗ
ମାଡି ଆସୁଛି ବାତ୍ୟା ୟସ, ଜିଲ୍ଲା ପ୍ରଶାସନ ସଜାଗ

ବାତ୍ୟା ୟସ ମୁକାବିଲା ନେଇ ପ୍ରତ୍ୟେକ୍ଷ ତତ୍ତ୍ବାବଧାନ କଲେ କେନ୍ଦୁଝର ଜିଲ୍ଲାପାଳ । ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରଭାବିତ ଅଞ୍ଚଳ ପାଇଁ ନିଆଯାଇଥିବା ପଦକ୍ଷେପ ବାବଦରେ ତଥ୍ୟ ରଖିଲେ । ଅଧିକ ପଢନ୍ତୁ...

କେନ୍ଦୁଝର: ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ୟସ ଏବେ ଉପକୂଳ ମୁହାଁ । ଏହା ବାତ୍ୟାର ରୂପ ନେଇ ଭଦ୍ରକ ଧାମରା ନିକଟରେ ଲ୍ୟାଣ୍ଡ ଫଲ କରିବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରୁଛି । ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ପ୍ରଭାବ ପଡିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏନେଇ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି ।

ବାତ୍ୟା ୟସ ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ପ୍ରସ୍ତୁତି


ଗତକାଲି(ସୋମବାର) କେନ୍ଦୁଝର ଜିଲ୍ଲାପାଳ ଆନନ୍ଦପୁର ସବଡିଭିଜନ ଅଞ୍ଚଳ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ କରିଛନ୍ତି । ଏନେଇ ଜିଲ୍ଲାପାଳ ସ୍ଥାନୀୟ ଦରବାର ହଲ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଜିଲ୍ଲାର ଆନନ୍ଦପୁର ସବଡିଭିଜନର ତିନୋଟି ବ୍ଲକ ସମେତ ହରିଚନ୍ଦନପୁର ବ୍ଲକର 7ଟି ପଞ୍ଚାୟତ, ସହରପଡା ଓ ପାଟଣା ବ୍ଲକରେ ୟସର ମୁକାବିଲା ପାଇଁ ସମସ୍ତଙ୍କୁ ସଜାଗ କରାଯାଇଛି । ଏହି ସମୟରେ କଚ୍ଚା ଘର ଥିବା ସମସ୍ତ ଜନସାଧାରଣଙ୍କୁ ନିକଟସ୍ଥ ସ୍କୁଲ ଗୃହକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦିଆଯାଇଛି । ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ଶୁଖିଲା ଓ ରନ୍ଧା ଖାଦ୍ୟର ବ୍ୟବସ୍ଥା ମଧ୍ୟ କରାଯାଇଛି । ଜିଲ୍ଲାର ସମସ୍ତ ଅଗ୍ନିଶମ ବାହିନୀକୁ ସଜାଗ କରି ରଖାଯିବା ସହ ୫ ଟିଏନଡିଆରେଫ ଓ ଗୋଟିଏ ଓଡ୍ରାଫ ଟିମକୁ ମୁତୟନ କରାଯାଇଛି ।

୪ଟି ଏନଡିଆରଏଫ ଟିମକୁ ଆନନ୍ଦପୁର ସବ ଡିଭିଜନରେ ମୁତୟନ କାରାଯାଇ ଥିବାବେଳେ ଗୋଟିଏକୁ ଜିଲ୍ଲା ମୁଖ୍ୟାଳୟରେ ମୁତୟନ କରାଯାଇଛି । 2 ଶହରୁ ଊର୍ଦ୍ଧ୍ବ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇ ମା ଗୃହକୁ ନିଆଯାଇଛି । ବର୍ତ୍ତମାନ ସମୟରେ କୋରୋନାର ଦ୍ୱିତୀୟ ଲହର ଚାଲି ଥିବାରୁ କୋଭିଡ ନିୟମକୁ ମାନି ଜିଲ୍ଲାରେ ସମସ୍ତ ସ୍ଥାନାନ୍ତରିତ ଓ ଆଶ୍ରୟସ୍ଥଳୀରେ ରହିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ୨୮ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯିବା ପାଇଁ ଯୋଜନା କରାଯାଇଛି । ଏହାସହ ୧୨ ରୁ ଊର୍ଦ୍ଧ୍ବ ଆମ୍ବୁଲାନ୍ସ ମଧ୍ୟ ଆନନ୍ଦପୁର ସବଡିଭିଜନରେ ବ୍ୟବସ୍ଥା କରାଯାଇଛି । ଏହି ସ୍ଥାନାନ୍ତରିତ ପ୍ରକ୍ରିୟାରେ କୋଭିଡ଼ ଆକ୍ରାନ୍ତକୁ ସ୍ଵତନ୍ତ୍ର ଦୃଷ୍ଟି ଦିଆଯାଇ ଥିବାବେଳେ ଘରୋଇ ସଙ୍ଗରୋଧରେ ଅଛନ୍ତି ତାଙ୍କୁ ଆନନ୍ଦପୁର ସିସିସି ଓ କେନ୍ଦୁଝର ମୁଖ୍ୟାଳୟରେ ଥିବା କେଭିଡ କେୟାରସେଣ୍ଟରକୁ ସ୍ଥାନାନ୍ତରିତ ପକ୍ରିୟା ଆରମ୍ଭ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଆଶ୍ରୟ ସ୍ଥଳରେ ବିସ୍ଥାପନ ଗୃହରେ ଥିବା ବ୍ୟକ୍ତିଙ୍କ ପାଇଁ ୧୫ ହଜାର ମାସ୍କ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଉଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.