ETV Bharat / state

କୋଭିଡ ହସ୍ପିଟାଲର ସ୍ଥିତି ନିରୀକ୍ଷଣ କଲେ ଜିଲ୍ଲାପାଳ

author img

By

Published : May 15, 2021, 1:29 PM IST

କୋଭିଡ ହସ୍ପିଟାଲର ସ୍ଥିତି ନିରୀକ୍ଷଣ କଲେ ଜିଲ୍ଲାପାଳ
କୋଭିଡ ହସ୍ପିଟାଲର ସ୍ଥିତି ନିରୀକ୍ଷଣ କଲେ ଜିଲ୍ଲାପାଳ

କେନ୍ଦୁଝର ରାଙ୍କି କୋଭିଡ ହସ୍ପିଟାଲର ସ୍ଥିତି ନିରୀକ୍ଷଣ କଲେ ଜିଲ୍ଲାପାଳ ଆଶିଷ ଠାକରେ । ଅଧିକ ପଢନ୍ତୁ...

କେନ୍ଦୁଝର: କୋରୋନାର ଦ୍ବିତୀୟ ଲହର ଭୟଙ୍କର ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ କେନ୍ଦୁଝର କୋଭିଡ଼ ହସ୍ପିଟାଲରେ ଅବ୍ୟବସ୍ଥା ନେଇ ବିଜେପି ଅଭିଯୋଗ ଆଣିଥିବା ବେଳେ ଶୁକ୍ରବାର କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ରାଙ୍କି କୋଭିଡ ହସ୍ପିଟାଲକୁ ଯାଇ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ସହ ଆଲୋଚନା କରିଥିଲେ ।

ହସ୍ପିଟାଲରେ ସ୍ବାସ୍ଥ୍ୟ କର୍ମଚାରୀଙ୍କ ସହ ଆଲୋଚନା କରି ଉତ୍ତମ ସେବା ଦେବା ସହ ଖାଦ୍ୟର ମାନ ପରୀକ୍ଷା କରିଥିଲେ । ରୋଗୀଙ୍କ ସମ୍ପର୍କୀୟ ମାନଙ୍କ ସହ ଜିଲ୍ଲାପାଳ ଆଲୋଚନା କରି ଗୁଣାତ୍ମକ ସେବା ପ୍ରଦାନ ପାଇଁ ସୁନିଶ୍ଚିତ କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ହସ୍ପିଟାଲ ସମ୍ମୁଖରେ ରୋଗୀଙ୍କ ପରିଜନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାପଡିଛି । ଏଥି ସହ କେନ୍ଦୁଝର ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତଙ୍କୁ ମାସ୍କ ପରିଧାନ, ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା ପାଇଁ ନିବେଦନ କରାଯାଇଛି ।

କେନ୍ଦୁଝରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.