ETV Bharat / state

Panchayat Poll: କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ

author img

By

Published : Feb 14, 2022, 5:16 PM IST

keonjhar collector ashish thakare press meet on panchayat poll
Panchayat Poll: କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ । ଆଉ ଦୁଇ ଦିନ ପରେ ପଞ୍ଚାୟତ ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ମତଦାନ ହେବ । ଅଧିକ ପଢନ୍ତୁ

କେନ୍ଦୁଝର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ । ଆଉ ଦୁଇ ଦିନ ପରେ ପଞ୍ଚାୟତ ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ମତଦାନ ହେବ । ଜିଲ୍ଲାରେ ନିର୍ବାଚନ ପ୍ରସ୍ତୁତି ନେଇ କେନ୍ଦୁଝର ଜିଲ୍ଲାପାଳ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ।

Panchayat Poll: କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ

ସେହିପରି ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କେନ୍ଦୁଝର ଜିଲ୍ଲାରେ ସମୁଦାୟ ୩ ହଜାର ୭ଶହ ୫୪ଟି ବୁଥରେ ମତଦାନ ହେବ ।ଏଥିମଧ୍ୟରୁ ୨ ଶହ ୩୭ଟି ଅତି ସମ୍ବେଦନଶୀଳ ଓ ୩ ଶହ ୫୫ଟି ସମ୍ବେଦନଶୀଳ ବୁଥ ରହିଛି । ତେବେ ଅତି ସମ୍ବେଦନଶୀଳ ଓ ସମ୍ବେଦନଶୀଳ ବୁଥ ଗୁଡିକରେ ସିସିଟିଭି କ୍ୟାମେରା ସହିତ ଭିଡିଓ ସୁଟିଙ୍ଗ ବ୍ୟବସ୍ଥା ହୋଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ କହିଛନ୍ତି ।

ଅନ୍ୟପଟେ ମହିଳାଙ୍କ ପାଇଁ ସମୁଦାୟ ୧୯ଟି ବୁଥ ହୋଇଥିବା କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକ୍‌ରେ କହିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.