ETV Bharat / state

ଘଟଗାଁ ଦୁର୍ଘଟଣା: ମୃତଦେହକୁ ଗଞ୍ଜାମ ପଠାଇଲା ପ୍ରଶାସନ, ଗୁରୁତରଙ୍କୁ ଏସସିବି ସ୍ଥାନାନ୍ତର

author img

By ETV Bharat Odisha Team

Published : Dec 2, 2023, 6:51 AM IST

ଘଟଗାଁ ସଡକ ଦୁର୍ଘଟଣା :୮ ମୃତ, ଗୁରୁତରଙ୍କୁ କଟକ ସ୍ଥାନାନ୍ତରଣ
ଘଟଗାଁ ସଡକ ଦୁର୍ଘଟଣା :୮ ମୃତ, ଗୁରୁତରଙ୍କୁ କଟକ ସ୍ଥାନାନ୍ତରଣ

ଘଟଗାଁର ୨୦ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତା ଉପରେ ଠିଆ ହୋଇଥିବା ଏକ ଆଇରନ ଟ୍ରକକୁ ପଛରୁ ଧକ୍କା ଦେଇଥିଲା ଯାତ୍ରୀ ବାହି ଗାଡି । ମୃତଦେହଗୁଡିକୁ ନିଜ ଗାଁକୁ ପାଠାଇଲା ପ୍ରଶାସନ । ଅଧକ ପଢନ୍ତୁ

ଘଟଗାଁ ସଡକ ଦୁର୍ଘଟଣା :୮ ମୃତ, ଗୁରୁତରଙ୍କୁ କଟକ ସ୍ଥାନାନ୍ତରଣ

କେନ୍ଦୁଝର: ଗତକାଲି ଭୋରୁ କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ବାଲିଯୋଡି ଠାରେ ଘଟିଥିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ 8 ଜଣଙ୍କ ମୃତ ହୋଇଥିବା ବେଳେ ଅନ୍ୟମାନେ ଗୁରୁତର ହୋଇ ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ସମୟରେ ଆଉ ଜଣେ ଶିଶୁର ମୃତ୍ୟୁ ହୋଇଥିଲା । ଅନ୍ୟ ଗୁରୁତର ଆହତଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିବା ବେଳେ ଜଣଙ୍କ ଅବସ୍ଥା ଠିକ ଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଦିଗପହଣ୍ଡି ଥାନା ବତାଗଡ଼ର ପାଟପୁର ଗ୍ରାମରରୁ କିଛି ଲୋକ ଏକ ୱିଙ୍ଗରରେ ଘଟଗାଁ ଦର୍ଶନ ପାଇଁ ଆସୁଥିଲେ । ମାଆ ତାରିଣୀ ଦର୍ଶନ ସାରି ପୁରୀ ଦର୍ଶନ ପାଇଁ ମଧ୍ୟ କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ଭୋରୁ ଘଟଗାଁ ନିକଟସ୍ଥ ବାଲିଯୋଡ଼ି ନିକଟରେ ରାସ୍ତା ଉପରେ ଠିଆ ହୋଇଥିବା ଏକ ଆଇରନ ଟ୍ରକକୁ ପଛରୁ ଧକ୍କା ଦେଇଥିଲା ଗାଡିଟି । ଫଳରେ ଘଟଣା ସ୍ଥଳରେ ୭ ଜଣକ ମୃତ୍ୟୁ ହୋଇଥିବାବେଳେ ପରେ ଅନ୍ୟଜଣକଙ୍କ ମୃତ୍ୟୁ ହୋଇଥିଲା ବାକି ଗୁରୁତରଙ୍କୁ ଘଟଗାଁ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ....କେନ୍ଦୁଝରରେ ଭୟଙ୍କର ଦୁର୍ଘଟଣା: ଟ୍ରକକୁ ପଛରୁ ପିଟିଲା ଭ୍ୟାନ, 8 ମୃତ

ଦୁର୍ଘଟଣାଟି ଏତେ ଭୟାବହ ଥିଲା ଯେ ୩ଟି ପରିବାର ଲୋକେ ଏକ ପ୍ରକାରର ନିଶ୍ଚିହ୍ନ ହୋଇଥିବା ଜଣାପଡିଛି । ମୃତକ ବ୍ୟକ୍ତିମାନେ ହେଲେ ରୁଦ୍ର ଗୌଡ଼, ବାବୁଲା ଗୌଡ଼, ମଦନ ଗୌଡ଼, ବାୟାଘନା ଗୌଡ଼, ଲିଲି ଗୌଡ଼, ଆକାଶ ପ୍ରଧାନ, ଓ ମିତା ପ୍ରଧାନ ବୋଲି ଜଣାପଡିଛି । ସେହିପରି ହରିଓଁ ଗୌଡ଼, ବସନ୍ତ ଗୌଡ଼, ଚିନ୍ମୟ ଗୌଡ଼, ମାମା ଗୌଡ଼, ସରୋଜ ଗୌଡ଼, ରଞ୍ଜିତା ଗୌଡ଼, ସାଇ ରାମ୍ ଗୌଡ଼, କୁନା ଗୌଡ଼, ଝୁମୁରି ଗୌଡ଼, ଓ ଜଗଦୀଶ ଗୌଡ଼ ବୋଲି ଜଣାପଡିଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସଙ୍ଗେ ସଙ୍ଗେ ମୃତଦେହ ଗୁଡିକୁ ବ୍ୟବଚ୍ଛେଦ କରାଯାଇଥିଲା । ୪ ଜଣ ଡାକ୍ତରଙ୍କ ସହାୟତା କ୍ରମେ ୮ ଜଣଙ୍କ ବ୍ୟବଚ୍ଛେଦ କରାଯାଇଥିଲା ।

ଜିଲ୍ଲା ପ୍ରଶାସନର ୩ଟି ମହାପ୍ରୟାଣ ଆମ୍ବୁଲାନ୍ସ ସହଯୋଗରେ ସମସ୍ତ ମୃତଦେହକୁ ନିଜ ଗ୍ରାମ ପାଟପୁରକୁ ପଠାଯାଇଛି । କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ପହଞ୍ଚିଥିବା ପରିବାର ଲୋକଙ୍କ ଅନୁରୋଧ କ୍ରମେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଅନ୍ୟମାନଙ୍କଙ୍କୁ ମଧ୍ୟ କଟକ ବଡ ଡାକ୍ତରଖାନାକୁ ପଠା ଯିବା ପାଇଁ ବ୍ୟବସ୍ଥା କରାଯାଉଥିବା ସିଡିଏମଓ ସୂଚନା ଦେଇଛନ୍ତି । ଦିନକୁ ଦିନ କେନ୍ଦୁଝର ଜିଲ୍ଲାରେ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇ ଚାଲିଛି । ବାରମ୍ବାର ଦୁର୍ଘଟଣା ହେଉଥିବା ବେଳେ ପ୍ରଶାସନର ଖାମଖିଆଲ ନୀତି ଯୋଗୁଁ ଏହା ହେଉଥିବା ଅଭିଯୋଗ ହେଉଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.