ETV Bharat / state

ଲକଡାଉନରେ ଗାଁ ନ ଛାଡିବାକୁ ଦାବିକଲେ କାନପୁର ବିସ୍ଥାପିତ

author img

By

Published : Jul 3, 2021, 10:43 PM IST

ଲକଡାଉନରେ ଗ୍ରାମ ନ ଛାଡିବାକୁ ଦାବିକଲେ କାନପୁର ବିସ୍ଥାପିତ
ଲକଡାଉନରେ ଗ୍ରାମ ନ ଛାଡିବାକୁ ଦାବିକଲେ କାନପୁର ବିସ୍ଥାପିତ

ବିସ୍ଥାପିତ ଲୋକେ କୋଭିଡ ମହାମାରୀ ସମୟରେ ଗାଁ ଛାଡିବାକୁ ଦାବି କରିବା ସହ ଜିଲ୍ଲାପାଳଙ୍କ ଅଫିସକୁ ଯାଇ ନିଜର ସମସ୍ୟା ଜଣାଇଛନ୍ତି । ଅଧିକ ପଢନ୍ତୁ...

କେନ୍ଦୁଝର: ବୈତରଣୀ ନଦୀ ଉପରେ ନିର୍ମାଣାଧୀନ କାନପୁର ଉଚ୍ଛେଦ ପାଇଁ ଆଉ ୬ ମାସର ମହଲତ ଦେବା ବୃହତ ଜଳ ସେଚନ ପ୍ରକଳ୍ପ ନିମନ୍ତେ ବିସ୍ଥାପନ ଜନିତ ସମସ୍ୟା ଲମ୍ବି ଚାଲିଛି । ଗୋଟିଏ ସମସ୍ୟାର ସମାଧାନ ସରିଲା ବେଳକୁ ଆଉ ଏକ ସମସ୍ୟା ମୁଣ୍ଡ ଟେକୁଛି । ଅପରପକ୍ଷେ ବର୍ତ୍ତମାନ ବର୍ଷା ଦିନ ବିସ୍ଥାପନ ପାଇଁ ପ୍ରମୁଖ ସମସ୍ୟା ସୃଷ୍ଟି କରିଛି । ବର୍ଷାଦିନ ଥିବାରୁ ବିସ୍ଥାପନ ପାଇଁ ମହଲତ ମାଗିଛନ୍ତି ରେଭେନ୍ସାପୁରର କ୍ଷତିଗ୍ରସ୍ତ ହେଉଥିବା ଗ୍ରାମବାସୀ । ବର୍ଷା ଦିନ ସରିଗଲେ ସରକାର ଯେଉଁଠି ଥଇଥାନ କରିବେ ସେଠି ଯିବାକୁ ରାଜି ଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ ।

ଲକଡାଉନରେ ଗ୍ରାମ ନ ଛାଡିବାକୁ ଦାବିକଲେ କାନପୁର ବିସ୍ଥାପିତ

ରବିବାର ଉକ୍ତ ଗ୍ରାମର ଶତାଧିକ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ସାକ୍ଷାତକରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଯେଉଁ ଗ୍ରାମକୁ ବିସ୍ଥାପିତ ଯିବାକୁ ଚାହୁଁଛନ୍ତି ସେଠି କୋଭିଡ଼ ଆଳରେ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେଣୁ ବର୍ଷା ଦିନ ସରିବା ପରେ ବିସ୍ଥାପିତ କରିବାକୁ ଉକ୍ତ ଗ୍ରାମବାସୀ ନିବେଦନ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.