ETV Bharat / state

ସାମାଜିକ ଦୂରତ୍ବ ନିୟମକୁ ଭୁଲିଗଲେ ଲୋକେ, ଜମାଉଛନ୍ତି ଭିଡ

author img

By

Published : May 10, 2020, 6:09 PM IST

keonjhar
ନିୟମକୁ ଭୁଲି ବଜାରରେ ଭିଡ ଜମାଉଛନ୍ତି ଲୋକେ

କେନ୍ଦୁଝର ଜିଲ୍ଲାରୁ 2 କୋରୋନା ପଜେଟିଭ ଆସିବା ପରେ ସରକାର ଜିଲ୍ଲାକୁ ଅରେଞ୍ଜ ଜୋନ ଭାବେ ଘୋଷଣା କରିଛନ୍ତି । ହେଲେ ନିୟମ କୋହଳ ହେଲା ପରେ ରାସ୍ତା ବଜାରରେ ପୋଲିସ ନଥିବା ଯୋଗୁଁ ଅନାବଶ୍ୟକ ଯାନବାହନ ଚଳାଚଳ ବୃଦ୍ଧି ପାଇଛି ।

କେନ୍ଦୁଝର: କୋରୋନା ମହାମାରୀକୁ ରୋକିବାକୁ ସାମାଜିକ ଦୂରତା ହିଁ ଏକମାତ୍ର ବିକଳ୍ପ । ମାତ୍ର ରାଜ୍ୟର କିଛି କିଛି ସ୍ଥାନମାନଙ୍କରେ କୋରୋନା କଟକଣାକୁ ସାମାନ୍ୟ କୋହଳ କରାଯାଇଛି । ଏହି ନିୟମ କୋହଳ ହେଲା ପରେ ଜୀବନଯାତ୍ରା ଗୋଟିଏ ପଟେ ସ୍ବଭାବିକ ହୋଇଥିବାବେଳେ କେନ୍ଦୁଝରରେ ଅସ୍ବଭାବିକ ଭାବେ ଟ୍ରାଫିକ ବଢି ଯାଇଛି ।

ସାମାଜିକ ଦୂରତ୍ବ ନିୟମକୁ ଭୁଲିଗଲେ ଲୋକେ, ଜମାଉଛନ୍ତି ଭିଡ

କେନ୍ଦୁଝର ଜିଲ୍ଲାରୁ 2 କୋରୋନା ପଜେଟିଭ ଆସିବା ପରେ ସରକାର ଜିଲ୍ଲାକୁ ଅରେଞ୍ଜ ଜୋନ ଭାବେ ଘୋଷଣା କରିଛନ୍ତି । ହେଲେ ନିୟମ କୋହଳ ହେଲା ପରେ ରାସ୍ତା ବଜାରରେ ପୋଲିସ ନଥିବା ଯୋଗୁଁ ଅନାବଶ୍ୟକ ଯାନବାହନ ଚଳାଚଳ ବୃଦ୍ଧି ପାଇଛି । ସାଧାରଣ ଲୋକେ ଦୋକାନ ବଜାରରେ ସାମାଜିକ ଦୂରତ୍ବ ନିୟମକୁ ଭୁଲି କିଣାବିକା କରୁଥିବା ଦେଖିବାକୁ ମିଳୁଛି ।

ଏଭଳି ସ୍ଥିତିରେ କେନ୍ଦୁଝର ସହରରେ କଡାକଡି ସାମାଜିକ ଦୂରତା ନିୟମକୁ ପାଳନ ନହେବାକୁ ନେଇ ଭବିଷ୍ୟତରେ କୋରୋନାର ମାତ୍ରା ବୃଦ୍ଧିକୁ ଏଡାଯାଇ ନପାରେ । ଅନ୍ୟପଟେ ଏହି ଜନଗହଳି ଓ ସାମାଜିକ ଦୂରତ୍ବକୁ ଦେଖିବାକୁ ପ୍ରଶାସନ ପକ୍ଷରୁ ସେପରି ବ୍ୟବସ୍ଥା ନଥିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.