ETV Bharat / state

ମକର ସଂକ୍ରାନ୍ତିରେ ସୁନାବେଶରେ ଝଟକିଲେ ମା' ତାରିଣୀ, ସାଧାରଣ ଦର୍ଶନ ବନ୍ଦ

author img

By

Published : Jan 14, 2022, 1:19 PM IST

ମକର ସଂକ୍ରାନ୍ତିରେ ମା' ତାରିଣୀଙ୍କ ସୁନାବେଶ , ସାଧାରଣ ଦର୍ଶନ ବନ୍ଦ
ମକର ସଂକ୍ରାନ୍ତିରେ ମା' ତାରିଣୀଙ୍କ ସୁନାବେଶ , ସାଧାରଣ ଦର୍ଶନ ବନ୍ଦ

ମକର ସଂକ୍ରାନ୍ତିରେ ଅନୁଷ୍ଠିତ ହୋଇଛି ଘଟଗାଁ ମା' ତାରିଣୀଙ୍କ ସୁନାବେଶ । ସାଧାରଣ ଦର୍ଶନକୁ ବାରଣ । ଅଧିକ ପଢନ୍ତୁ

କେନ୍ଦୁଝର: ଆଜି ମକର ସଂକ୍ରାନ୍ତି । ଆଜିର ଦିନରେ ମନ୍ଦିର ଗୁଡିକରେ ଭକ୍ତଙ୍କ ଭିଡ ପରିଲକ୍ଷିତ ହୁଏ । ବିଶେଷ କରି କେନ୍ଦୁଝରରେ ଘଟଗାଁ ମା' ତାରିଣୀଙ୍କ ପୀଠରେ ଭକ୍ତଙ୍କ ଭିଡ ଜମେ । କିନ୍ତୁ ଚଳିତ ବର୍ଷ କୋଭିଡ ସଂକ୍ରମଣ ଯୋଗୁଁ ମକର ସଂକ୍ରନ୍ତୀରେ ଖାଁ ଖାଁ ହୋଇପଡିଛି ମନ୍ଦିର ପରିସର । କେବେଳ ରୀତିନୀତି ଅନୁସାରେ କରୋନା କଟକଣା ମଧ୍ୟରେ ମା ତାରିଣୀଙ୍କ ପୂଜା ଚାଲିଛି ।

ମକର ସଂକ୍ରାନ୍ତିରେ ମା' ତାରିଣୀଙ୍କ ସୁନାବେଶ , ସାଧାରଣ ଦର୍ଶନ ବନ୍ଦ

ଏନେଇ ଆଜି ସକାଳୁ ମା'ଙ୍କ ପୂଜା ସହ ସୁନା ବେଶ ଅନୁଷ୍ଠିତ ହୋଇଛି । ଆସନ୍ତାକାଲି ଠାରୁ ମନ୍ଦିର ସାଧାରଣ ଦର୍ଶନ ପାଇଁ ଖୋଲା ରହିବ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ଆଜି ଜିଲ୍ଲାର ସମସ୍ତ ମନ୍ଦିରରେ ସାଧାରଣ ଦର୍ଶନ ବାରଣ କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.