ETV Bharat / state

ଆସନ୍ନ ବାତ୍ୟା ନେଇ ଅଗ୍ନିଶମ ବିଭାଗ ସଜାଗ

author img

By

Published : Jun 11, 2021, 11:53 AM IST

ଆସନ୍ନ ବାତ୍ୟା ନେଇ ସଜାଗ ଅଗ୍ନିଶମ ବିଭାଗ
ଆସନ୍ନ ବାତ୍ୟା ନେଇ ସଜାଗ ଅଗ୍ନିଶମ ବିଭାଗ

କେନ୍ଦୁଝରରେ ଆସନ୍ନ ବନ୍ୟାକୁ ନେଇ ସଜାଗ କେନ୍ଦୁଝର ଜିଲ୍ଲା ପ୍ରଶାସନ । ସମ୍ବେଦନଶୀଳ ସ୍ଥାନରୁ ସ୍ଥାନାନ୍ତର ହେଲେ ଅଗ୍ନିଶମ ବାହିନୀ । ଅଧିକ ପଢନ୍ତୁ...

କେନ୍ଦୁଝର: ଆସନ୍ନ ବନ୍ୟାକୁ ନେଇ ସଜାଗ ଅଗ୍ନିଶମ ବିଭାଗ । ପ୍ରଳୟଙ୍କାରୀ ବାତ୍ୟା ୟାସ ପରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଆଶଙ୍କା କରିଛି ପାଣିପାଗ ବିଭାଗ । ଏନେଇ କେନ୍ଦୁଝର ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି ।

ଆସନ୍ନ ବାତ୍ୟା ନେଇ ସଜାଗ ଅଗ୍ନିଶମ ବିଭାଗ

ତେବେ ବର୍ଷା ଯୋଗୁଁ ଓଡ଼ିଶାର ପୂର୍ବ ଭାଗରେ ବନ୍ୟା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏନେଇ ଏସଆରସିଙ୍କ ପକ୍ଷରୁ ବିଭିନ୍ନ ଜିଲ୍ଲାନେଇ ଆଲର୍ଟ ଜାରି କରାଯାଇଛି । କେନ୍ଦୁଝର ଜିଲ୍ଲାକୁ ୟେଲୋ ଜୋନ ଘୋଷଣା କରାଯାଇ ଥିବାବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ପୂର୍ବ ପ୍ରସ୍ତୁତି କାରଯାଇଛି । ବନ୍ୟା ଯୋଗୁଁ କିପରି ଅଧିକ କ୍ଷୟକ୍ଷତି ନହୁଏ ସେନେଇ ସବୁ ବ୍ଲକ ଅଗ୍ନିଶମ ବିଭାଗରେ ଯନ୍ତ୍ରପାତିର ଟେଷ୍ଟିଂ ସହ ଆବଶ୍ୟକତା ଅନୁଯାୟୀ ଲାଇଟର ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ଅଗ୍ନିଶମ ଅଧିକାରୀ ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.