ETV Bharat / state

ଧୋକା ଦେଲା ସରକାରୀ ବିହନ, ଚିନ୍ତାରେ ଚାଷୀ

author img

By

Published : Oct 27, 2021, 9:49 PM IST

ଧୋକା ଦେଲା ସରକାରୀ ବିହନ, ଚିନ୍ତାରେ ଚାଷୀ
ଧୋକା ଦେଲା ସରକାରୀ ବିହନ, ଚିନ୍ତାରେ ଚାଷୀ

ନିଅଣ୍ଟିଆ ବର୍ଷା, ପରେ ଧୋକା ଦେଲା ସରକାରୀ ନକଲି ବିହନ । ଚଳିତ ବର୍ଷ ଧାନ ଚାଷ ଘୋର ପ୍ରଭାବିତ ହୋଇଥିବା ବେଳେ ବିରି ଚାଷ କରି ଭରଣ କରିବାକୁ ଆଶା ରଖିଥିବା ଚାଷୀଙ୍କୁ ଧୋକା ଦେଲା ସରକାରୀ ବିହନ । ଅଧିକ ପଢନ୍ତୁ...

ଆନନ୍ଦପୁର: ଅନ୍ନଦାତାଙ୍କ ମୁଣ୍ଡରେ ପଡିଛି ନକଲି ବିହନ ଚଡକ । ଗୋଟିଏ ପରେ ଗୋଟିଏ ଚାଷ କରି ଜିଲ୍ଲାବାସୀଙ୍କୁ ପେଟକୁ ଦାନା ଯୋଗାଉଥିବା ବେଳେ ପୁଣି ଦେଖିବାକୁ ମିଳିଛି ଚାଷୀ ଆଖିରେ ଲୁହ। ସରୁନି କେନ୍ଦୁଝର ଜିଲ୍ଲା ଚାଷୀଙ୍କ ଦୁଃଖ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍ ଅଧିନ ସରେଇ ଗ୍ରାମରେ । କେତେବେଳେ ସରକାରୀ ନକଲି ମଞ୍ଜି କିଣି ଠକାମୀର ଶିକାର ହେଉଛନ୍ତି ତ ଆଉ କେତେବେଳେ ଦାଉ ସାଧୁଛି ରୋଗପୋକ। ଚଳିତବର୍ଷ ନିଅଁଟିଆ ବର୍ଷା ଯୋଗୁଁ ହେକ୍ଟର ହେକ୍ଟର ଚାଷ ଜମି ପଡିଆ ପଡିଥିବା ବେଳେ ଜିଲ୍ଲାରେ ଚାଷକାର୍ଯ୍ୟ ଠପ୍ ହୋଇଛି ।

ଧୋକା ଦେଲା ସରକାରୀ ବିହନ, ଚିନ୍ତାରେ ଚାଷୀ

ତେବେ ବର୍ଷାର ଅଭାବ ଯୋଗୁଁ ଧାନ ଚାଷ ବାଧାପ୍ରାପ୍ତ ହୋଇଥିଲେ ହେଁ ବିରି ଚାଷ କରି ଗୁଜୁରାଣ ମେଣ୍ଟାଇବାକୁ ଲକ୍ଷ୍ୟ ରଖିଥିଲେ ଘଷିପୁରା ବ୍ଲକ୍ ସରେଇ ଗ୍ରାମର ଚାଷୀ । ସେଥିପାଇଁ ବ୍ଲକ୍ କୃଷି ଅଧିକାରୀଙ୍କୁ ଭେଟି ଏହି ଘଟଣା ସମ୍ପର୍କରେ ଅବଗତ କରାଇବା ସହ ଅଧିକାରୀଙ୍କ ପ୍ରଶିକ୍ଷଣ ଆଧାରରେ ବିରି ଚାଷ କରିଥିଲେ। କିନ୍ତୁ ଚାଷ କରି ବେଶ୍ ଦୁଇ ପଇସା ରୋଜଗାର କରି ପରିବାର ଚଳାଇବେ କଣ, ଏହି ଘଟଣାରେ ଚାଷୀଙ୍କ ଆଶା ପାଣିଫୋଟକା ଭଳି ମିଳେଇ ଯାଇଥିବା ବେଳେ ମୁଣ୍ଡରେ ହାତ ଦେଇ ପ୍ରମାଦ ଗଣୁଛି ଚାଷୀ ।

ପ୍ରାୟ ୩୦ ଏକରରୁ ଉର୍ଦ୍ଧ୍ବ ଜମିରେ ଚାଷୀମାନେ ସୁନାର ଫସଲ କରିବାକୁ ଆଶା ବାନ୍ଧି ଥିବା ବେଳେ ବିହନ ବୁଣା ପରେ ଗଛରେ ଫୁଲ କଷିଟିଏ ବି ହେଲାନାହିଁ । ଯୁଆଡେ ଦେଖିବ ଖାଲି ଥୁଣ୍ଟା ଗଛ ହିଁ ଗଛ । ସେପଟେ ସମାନ ସମୟରେ ଗ୍ରାମର ଅନ୍ୟ ଚାଷୀମାନେ ଦେଶୀ ବିହନ ବୁଣି କିଛି ଅମଳ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ସରକାରୀ ବିହନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଚାଷୀ । ଆଉ ଏବେ ବିରିଗଛ ବଦଳରେ ଚାଷଜମି ପାଳଗଦା ପାଲଟିଥିବା ନେଇ କହିଛନ୍ତି ବ୍ଲକର କୃଷି ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି ଚାଷୀ ।

ସେପଟେ ଏନେଇ କୃଷି ଅଧିକାରୀଙ୍କୁ ଅଭିଯୋଗ ପାଇବା ପରେ ସେ ବିଭାଗୀୟ ତ୍ରୁଟିକୁ ଚାପି ସଠିକ ରକ୍ଷଣାବେକ୍ଷଣ ଅଭାବରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ ଚାଷୀ ମାନଙ୍କୁ ସଫେଇ ଦେଇଛନ୍ତି କୃଷି ଅଧିକାରୀ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.