ETV Bharat / state

୧୦ ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘର ଧାରଣା, ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିୟରିଂ ଛାଡ ଡାକରା

author img

By

Published : Mar 15, 2023, 7:17 PM IST

ଷ୍ଟିୟରିଂ ଛାଡ଼ଲେ ଓଡ଼ିଶା ଡ୍ରାଇଭର ମହାସଂଘ
ଷ୍ଟିୟରିଂ ଛାଡ଼ଲେ ଓଡ଼ିଶା ଡ୍ରାଇଭର ମହାସଂଘ

ଷ୍ଟିୟରିଂ ଛାଡ଼ଲେ ଓଡ଼ିଶା ଡ୍ରାଇଭର ମହାସଂଘ । କେନ୍ଦୁଝର ଜିଲ୍ଲାର ଏନଏଚ ୪୯ ଓ ୨୦ ଜାତୀୟ ରାଜପଥ ଅବରୋଧ କରି ପ୍ରତିବାଦ କରୁଛନ୍ତି ଡ୍ରାଇଭର ମହାସଂଘ । ଅଧିକ ପଢ଼ନ୍ତୁ

ଷ୍ଟିୟରିଂ ଛାଡ଼ଲେ ଓଡ଼ିଶା ଡ୍ରାଇଭର ମହାସଂଘ

କେନ୍ଦୁଝର: ରାଜ୍ୟବ୍ୟାପି ଅଖ ଚକ ବନ୍ଦ ଡାକରା । ଆଜିଠୁ ଷ୍ଟିୟରିଂ ଛାଡ଼ଲେ ଓଡ଼ିଶା ଡ୍ରାଇଭର ମହାସଂଘ । ୧୦ ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିୟରିଂ ଛାଡ ଆନ୍ଦୋଳନର ଡାକରା ଦେଇଛି ଡ୍ରାଇଭର ଏକତା ମଞ୍ଚ । କେନ୍ଦୁଝର ଜିଲ୍ଲାର ଏନଏଚ ୨୦ ଓ ୪୯ ଠାରେ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରୁଛି ମହାମଞ୍ଚ ।

୧୦ ଦଫା ଦାବି ଦେଲା ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ତିଆରି, ପ୍ରତି 100 କିଲୋମିଟରରେ ବିଶ୍ରାମଗାର, ଶୌଚାଳୟ, 55 ବର୍ଷ ପରେ ପେନସନ ଦାବି କରିଛନ୍ତି । ଏହାସହ ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ 20ଲକ୍ଷ, ଅକ୍ଷମ ହେଇଗଲେ 10 ଲକ୍ଷ ସହ ଚିକିତ୍ସା ପାଇଁ 5 ଲକ୍ଷ ଦାବି କରାଯାଇଛି । ଆବାସ ଯୋଜନାରେ ସାମିଲ, ପିଲାଙ୍କ ଲାଗି ଉଚ୍ଚ ଶିକ୍ଷାର ବ୍ୟବସ୍ତା, ଲାଇସେନ୍ସ ପାଇଁ ଫାଇନ 15 ହଜାର ଟଙ୍କା ହଟା ଯାଉ, ଦାବି ନେଇ ରାଜରାସ୍ତାରେ ଅବରୋଧ କରିଛନ୍ତି ବସ ଡ୍ରାଇଭର ସଙ୍ଘ ।

ଦାବି ପୂରଣ ପାଇଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅଖଚକ ବନ୍ଦ କରିଥିବା ବେଳେ ଜାତୀୟ ରାଜପଥରେ ପିକେଟିଂ କରାଯାଉଛି । ବସ, ଟ୍ରକ ସହ ଅନ୍ୟାନ୍ୟ ଗାଡିକୁ ଅଟକାଇ ସେମାନଙ୍କୁ ସଚେତନ କରିଛନ୍ତି ଓଡ଼ିଶା ଡ୍ରାଇଭର ମହାସଂଘ ସଦସ୍ୟ । ତେବେ କେନ୍ଦୁଝର ଧର୍ମଘଟରେ ସାମିଲ ହୋଇଛନ୍ତି ଜିଲ୍ଲାର ୨୦ ହଜାରରୁ ଊର୍ଦ୍ଧ୍ବ ଗାଡ଼ି ଚାଳକ । ରାଜ୍ୟର ସମସ୍ତ ବ୍ଲକ ଏବଂ ସଦର ମହକୁମାରେ ଚାଲିଛି ଆନ୍ଦୋଳନ ।

ଆନ୍ଦୋଳନକୁ ଜିଲ୍ଲାରେ ଗାଡି ଚଳାଚଳ ବନ୍ଦ ଥିବା ବେଳେ ରାସ୍ତାରେ ଟ୍ରକ ଗୁଡିକ ପଛକୁ ପଛ ଲାଗି ରହିଛି । ଏହି ଧର୍ମଘଟ ଶାନ୍ତିପୂର୍ଣ୍ଣ ଭାବେ ହେଉଥିବା ବେଳେ ପରୀକ୍ଷା ଚାଲୁଥିବାରୁ ସ୍କୁଲ କଲେଜ ବସ, ଆମ୍ବୁଲାନ୍ସ ଓ ଅତ୍ୟାଆବଶ୍ୟକ କାର୍ଯ୍ୟରେ ଯାଉଥିବା ଲୋକଙ୍କୁ ଛାଡୁଥିବା କହିଛନ୍ତି ଆନ୍ଦୋଳନକାରୀ ଡ୍ରାଇଭର । ତେବେ ୧୦ ଦଫା ଦାବି ନେଇ ଗତବର୍ଷ ଡ୍ରାଇଭର ସଂଘ ଆନ୍ଦୋଳନ କରିଥିବା ବେଳେ ସେଥି ମଧ୍ୟରୁ ୮ଟି ଦାବିକୁ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଥିଲା ।

ବିଶେଷକରି ଡ୍ରାଇଭରଙ୍କୁ ସାମାଜିକ ସୁରକ୍ଷା, ପେନସନ ବ୍ୟବସ୍ଥା, ଦୁର୍ଘଟଣା ଜନିତ କ୍ଷତିପୂରଣ, ଗାଡି ରହଣି ସ୍ଥଳରେ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବା ଭଳି ପ୍ରତିଶୃତି ଦିଆ ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୂରଣ ହୋଇପାରି ନାହିଁ । ସରକାର ଯେଉଁ ପ୍ରତିଶୃତି ଦେଇ ପ୍ରତାରଣା କରିଛନ୍ତି ସେନେଇ ଆନ୍ଦୋଳନ କରିଛି ଡ୍ରାଇଭର ମହାସଙ୍ଘ । ସାଧାରଣ ଲୋକଙ୍କୁ କୌଣସି କ୍ଷତି ପହଞ୍ଚାଇ ନୁହେଁ ଶାନ୍ତିପୂର୍ଣ୍ଣ ଭାବରେ ଏହି ଆନ୍ଦୋଳନ କରୁଛୁ ବୋଲି କହିଛି ମହାସଂଘ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.