ETV Bharat / state

ଧାନର ଅଭାବୀ ବିକ୍ରି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

author img

By

Published : Mar 24, 2021, 9:30 PM IST

ଧାନର ଅଭାବୀ ବିକ୍ରି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର
ଧାନର ଅଭାବୀ ବିକ୍ରି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦୁଝର ଜିଲ୍ଲାରେ ଚଳିତ ଖରିପ ଋତୁରେ ଧାନର ଅଭାବୀ ବିକ୍ରି ଏକ ସଂଙ୍କଟଜନକ ସ୍ଥିତି ସୃଷ୍ଟି ହୋଇଛି । ଏନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ବିଜେପି କୃଷକ ମୋର୍ଚ୍ଚା । ଅଧିକ ପଢନ୍ତୁ...

କେନ୍ଦୁଝର: ଜିଲ୍ଲାରେ ଚଳିତ ଖରିପ ଋତୁରେ ଧାନର ଅଭାବୀ ବିକ୍ରି ଏକ ସଙ୍କଟଜନକ ସ୍ଥିତି ସୃଷ୍ଟି କରିଛି । ଜିଲ୍ଲାର ଶତକଡ଼ା 30 ପ୍ରତିଶତ ଚାଷୀ ଉତ୍ପାଦିତ ଧାନ ବିକ୍ରି କରି ପାରିନାହାନ୍ତି । ଅନ୍ୟ ପକ୍ଷରେ ଯେଉଁ ଚାଷୀଙ୍କୁ ଧାନ ବିକ୍ରି ପାଇଁ ଟୋକାନ ମିଳିଥିଲା ସେସଵୁ ବିକ୍ରି ପୂର୍ବରୁ ଲାପ୍ସ ହୋଇଯାଇଛି । ଏହି ଅଭିଯୋଗକୁ ଭିତ୍ତି କରି ଆଜି ବଜେପି କୃଷକ ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।

ଧାନର ଅଭାବୀ ବିକ୍ରି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦୁଝର ଜିଲ୍ଲାର ସମସ୍ତ ଚାଷୀଙ୍କ ଧାନ କିଣା ଯାଉ ଓ ଲାପ୍ସ ହୋଇଥିବା ଚାଷୀଙ୍କ ଟୋକନରେ ମଧ୍ୟ ଧାନ କିଣିବାକୁ ଦାବି କରାଯାଇଛି । ଅନ୍ୟ ପକ୍ଷରେ ଜିଲ୍ଲାର ମିଲର ଯେଉଁ ମାନେ ଦଲାଲଙ୍କ ସହାୟତାରେ 1200 ଟଙ୍କାରେ ଧାନ କିଣି ହଜାର ହଜାର ଟନ ଧାନ ବେଆଇନ ଭାବେ ଗଛିତ ରଖିଛନ୍ତି । ତେଣୁ ତଦନ୍ତ କରାଯାଇ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ବିଜେପି କୃଷକ ମୋର୍ଚ୍ଚା ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.