ETV Bharat / state

ଶ୍ରମିକ କାର୍ଡ ପାଇଁ ଲମ୍ବାଧାଡି, ସାମାଜିକ ଦୂରତାକୁ ଫୁ

author img

By

Published : Aug 18, 2021, 6:42 PM IST

covid19 guideline violation in labour card resgistration in kendujhar
ଶ୍ରମିକ କାର୍ଡ ପାଇଁ ଲମ୍ବାଧାଡି, ସାମାଜିକ ଦୂରତା କୁ ଫୁ

ସାମାଜିକ ସ୍ଥାନ ହେଉକି ସରକାରୀ କାର୍ଯ୍ୟାଳୟ ସବୁଠି ଲୋକେ କଟକଣା ମାନୁ ନାହାଁନ୍ତି । ଆଜି ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା କେନ୍ଦୁଝର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ । ଅଧିକ ପଢନ୍ତୁ...

କେନ୍ଦୁଝର: କୋରୋନାର ଦ୍ୱିତୀୟ ଲହରୀ ହଟିବା ପରେ ସବୁଠି ଭିଡ଼ ପରିଲକ୍ଷିତ ହେଉଛି । ସାମାଜିକ ସ୍ଥାନ ହେଉକି ସରକାରୀ କାର୍ଯ୍ୟାଳୟ ସବୁଠି ଲୋକେ କଟକଣା ମାନୁ ନାହାନ୍ତି । ଆଜି ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା କେନ୍ଦୁଝର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ।

ଶ୍ରମିକ କାର୍ଡ ପାଇଁ ଲମ୍ବାଧାଡି, ସାମାଜିକ ଦୂରତା କୁ ଫୁ

କୋରୋନା କଟକଣା କୋହଳ ହେବା ପରେ ଶ୍ରମିକ କାର୍ଡ ପୁନଃ ପଞ୍ଜୀକରଣ ନେଇ ଏହି ଭିଡ଼ ପରିଲକ୍ଷିତ ହୋଇଥିଲା । କୋରୋନା ସମୟରେ ଏହି କାର୍ଡଧାରୀଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥକ ସହଯୋଗ ପ୍ରଦାନ କରାଯାଇଥିଲା । ଫଳରେ ଲୋକେ କଟକଣା କି ସାମାଜିକ ଦୂରତା ନମାନି ପୁନଃ ପଞ୍ଜିକରଣ ପାଇଁ ଲମ୍ବାଧାଡି ଲମ୍ବାଇ ଥିଲେ । ଏନେଇ ଶ୍ରମ ଅଧିକାରୀଙ୍କୁ ପଚାରିବାରୁ କର୍ମଚାରୀ ଅଭାବକୁ କୋରୋନା କଟକଣା ହଟିବାରୁ ଏଭଳି ଭିଡ଼ ହେଉଥିବା ପ୍ରକାଶ କରିଥିଲେ । ଭିଡ଼ ନେଇ ଲୋକଙ୍କୁ ସଚେତନତା କରାଯାଉଥିବା ଅଧିକାରୀ ପ୍ରକାଶ କରିଥିଲେ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.