ETV Bharat / state

ନାବାଳିକାକୁ ମିଳିଲା ନ୍ୟାୟ, ଦୁଷ୍କର୍ମକାରୀଙ୍କୁ ଆଜୀବନ ଜେଲ

author img

By ETV Bharat Odisha Team

Published : Nov 29, 2023, 5:33 PM IST

ନାବାଳିକାକୁ ମିଳିଲା ନ୍ୟାୟ, ଦୁଷ୍କର୍ମକାରୀଙ୍କୁ ଆଜୀବନ ଜେଲ
ନାବାଳିକାକୁ ମିଳିଲା ନ୍ୟାୟ, ଦୁଷ୍କର୍ମକାରୀଙ୍କୁ ଆଜୀବନ ଜେଲ

Minor Rape Case: ନାବାଳିକା ଦୁଷ୍କର୍ମ ମାମଲା ୩ ଜଣ ଅଭିଯୁକ୍ତଙ୍କୁ ଆଜୀବନ ଜେଲ । ବର୍ଷେ ଆଠ ମାସ ପରେ ନ୍ୟାୟ ପାଇଲେ ପୀଡିତା । କେନ୍ଦୁଝରରେ ଘଟିଥିଲା ଘଟଣା । ଅଧିକ ପଢନ୍ତୁ

ନାବାଳିକାକୁ ମିଳିଲା ନ୍ୟାୟ, ଦୁଷ୍କର୍ମକାରୀଙ୍କୁ ଆଜୀବନ ଜେଲ

କେନ୍ଦୁଝର: ନାବାଳିକାକୁ ମିଳିଲା ନ୍ୟାୟ । ଦୁଷ୍କର୍ମକାରୀଙ୍କୁ ମିଳିଲା ଦଣ୍ଡ । ଆଜି(ବୁଧବାର) କେନ୍ଦୁଝର ସ୍ୱତନ୍ତ୍ର ଅତିରିକ୍ତ ଦୌରାଜଜ୍ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ୩ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଛନ୍ତି । ଏହି ୩ ଜଣ ହେଲେ ରଞ୍ଜିତ ମହାନ୍ତି, ରବୀନ୍ଦ୍ର ନାଏକ, ସୁନିଲ ବେହେରା । ଏହି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା ଅନାଦେୟ ଏକ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି କୋର୍ଟ ।

ସୂଚନା ଅନୁଯାୟୀ, ଗତ ବର୍ଷ ମାର୍ଚ୍ଚ ତାରିଖ ସନ୍ଧ୍ୟାରେ ଜଣେ ନାବାଳିକା ତାର ଭାଇ ସହ ପାଟଣା ଜାଗର ଯାତ୍ରା ଦେଖିବା ପାଇଁ ଯାଇଥିଲେ । ପୀଡିତାର ଭାଇ ଦୋଳି ଖେଳୁଥିବା ବେଳେ କରେଣ୍ଟ କଟି ଯାଇଥିଲା । ଏହାର ସୁଯୋଗ ନେଇ ୩ ବ୍ୟକ୍ତି ନାବାଳିକାର ପାଟି ବନ୍ଦ କରି ନିକଟସ୍ଥ ଏକ ବନ୍ଦ ୱେଲ୍ଡିଙ୍ଗ ଦୋକାନ ଭିତରକୁ ନେଇଯାଇଥିଲେ । ସେଠାରେ ଅଭିଯୁକ୍ତମାନେ ନାବାଳିକାକୁ ଦୁଷ୍କର୍ମ କରିଥିଲେ । ନାବାଳିକା ଜଣକ ଦୁଷ୍କର୍ମ ଶିକାର ହେବା ପରେ ନିଜ ଘରକୁ ଆସି ଘଟଣା ବିଷୟରେ କହିଥିଲେ । ଏହା ପରେ ପରିବାର ଲୋକେ ପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗ ଆଧାରରେ କେସ ନଂ ୪୩/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ୩ ଜଣ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ୩୭୬,୫୦୬/୬/୩୦ ଧାରା ଲଗାଇ କୋର୍ଟ ଚାଲାଣ କରିଥିଲେ।

ଆଜି ସରକାରୀ ଓକିଲ ଗଣେଶ ପ୍ରସାଦ ମହାପାତ୍ର ପରିଚାଳନାରେ ସ୍ପେଶାଲ୍ କେସ ୪୧/ ୨୦ ର ଶୁଣାଣି କରି ୧୫ଜଣ ସାକ୍ଷ୍ୟଙ୍କ ବୟାନ ଆଧାରରେ ଜଜ୍ ଏସ ତ୍ରିପାଠୀ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଏହା ସହ ନାବାଳିକାକୁ 7 ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।

ଏହା ମଧ୍ୟ ପଢନ୍ତୁ....ଆମ୍ବଗଡ ହତ୍ୟା ଘଟଣା, ଆଠ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ସୂଚନା ଥାଉକି, ଗତ ଅକ୍ଟୋବର ୧୧ ତାରିଖ ଦିନ ଆଉ ଏକ ଦୁଷ୍କର୍ମ ମାମଲାର ଶୁଣାଣି କରିଥିଲେ ଅଦାଲତ । ଗତ 2019 ମସିହାରେ ପୀଡିତାଙ୍କୁ ଦୁଷ୍କର୍ମ କରାଯାଥିଲା । ପୋଲିସର କେସ ନମ୍ବର ୩୬୧/୩୫/୨୦୨୨/୨୦୧୯କୁ ବିଚାର କରି ପୋକ୍ସୋ କୋର୍ଟ ଦୁଷ୍କର୍ମକାରୀକୁ ୧୬ ଜଣ ସାକ୍ଷୀକୁ ଭିତ୍ତି କରି ୩୭୬/୩, ୩୬୩, ୩୪୨ IPCରେ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଥିଲେ । ଏହାସହ ୨୦ ହଜାର ଟଙ୍କା ଫାଇନ ଲଗାଇଥିବା ବେଳେ ଅନାଦେୟ ଏକ ବର୍ଷ ଅଧିକ ଦଣ୍ଡ ଶୁଣାଇଛନ୍ତି କୋର୍ଟ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.