ETV Bharat / state

ଦଶ ଦଫା ଦାବି ନେଇ କେନ୍ଦୁଝର ନିର୍ମାଣ ମଜଦୁର ସଙ୍ଘର ବିକ୍ଷୋଭ

author img

By

Published : Nov 25, 2020, 1:32 PM IST

Updated : Nov 25, 2020, 1:43 PM IST

ଦଶଦଫା ଦାବିନେଇ କେନ୍ଦୁଝର ନିର୍ମାଣ ମଜଦୂର ସଙ୍ଘର ବିକ୍ଷୋଭ
ଦଶଦଫା ଦାବିନେଇ କେନ୍ଦୁଝର ନିର୍ମାଣ ମଜଦୂର ସଙ୍ଘର ବିକ୍ଷୋଭ

କେନ୍ଦୁଝର ନିର୍ମାଣ ମଜଦୁର ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ । 10 ଦଫା ଦାବିନେଇ ସଙ୍ଘ ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

କେନ୍ଦୁଝର: ଜିଲ୍ଲାରେ ନିର୍ମାଣ ମଜଦୁର ସଙ୍ଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦଶଦଫା ଦାବି ନେଇ ସଙ୍ଘ ଏହି ବିକ୍ଷୋଭ କରୁଛି । ତେବେ ଲକଡାଉନ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା 15 ଶହ ଟଙ୍କା ପ୍ରଦାନେର ବିଳମ୍ବ, ଶ୍ରମ କାର୍ଯ୍ୟାଳୟରେ ଖାଲି ପଡିଥିବା ପଦବୀ ପୂରଣ ଆଦି ଦାବି ରଖିଛି ସଙ୍ଘ ।

ଦଶ ଦଫା ଦାବି ନେଇ କେନ୍ଦୁଝର ନିର୍ମାଣ ମଜଦୁର ସଙ୍ଘର ବିକ୍ଷୋଭ

କେନ୍ଦୁଝର ଜିଲ୍ଲା ନିର୍ମାଣ ମଜଦୁର ସଙ୍ଘ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି । ସଙ୍ଘ ଜିଲ୍ଲାପାଳଙ୍କ ସମ୍ମୁଖରେ 10ଟି ଦାବି ରଖିଛି । ଲକଡାଉନ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ମାଣ ଶ୍ରମିକଙ୍କୁ ପନ୍ଦର ଶହ ଟଙ୍କା ଅନୁଦାନ ଘୋଷଣା କରାଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ଅନୁଦାନ ଅର୍ଥ ନିର୍ମାଣ ଶ୍ରମିକଙ୍କୁ ପ୍ରଦାନ କରାଯାଇନାହିଁ । ଏଥିସହ ଶ୍ରମ କାର୍ଯ୍ୟାଳୟରେ ଖାଲି ପଡିଥିବା ପଦବୀ ପୂରଣ କରାଯାଉ ନାହିଁ । ନିର୍ମାଣ ଶ୍ରମିକଙ୍କ କୌଣସି ପଞ୍ଜିକରଣ କରାଯାଉନଥିବା ଅଭିଯୋଗ କରିଛି ଓଡିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୂର ସଙ୍ଘ ।

ଦଶଦଫା ଦାବିନେଇ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ କରିଛି ମଜଦୂର ସଙ୍ଘ । ଏନେଇ ଏକ ଦାବିପତ୍ର ଜିଲ୍ଲାପାଳ ଓ ଶ୍ରମ କମିଶନରଙ୍କୁ ପ୍ରଦାନ କରିଛି ଓଡିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୂର ସଙ୍ଘର କେନ୍ଦୁଝର ଶାଖା । ଦାବିଗୁଡିକ ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated :Nov 25, 2020, 1:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.