ETV Bharat / state

କେନ୍ଦୁଝରରେ ଭାରତ ଯୋଡ଼ ଯାତ୍ରା: ସରକାରକୁ ଆସିଲେ ଜିଲ୍ଲାରେ ଷ୍ଟିଲ ପ୍ଲାଣ୍ଟ ଗଢ଼ାହେବ କହିଲେ ପିସିସି ସଭାପତି

author img

By

Published : Nov 15, 2022, 10:25 PM IST

କେନ୍ଦୁଝରରେ ଭାରତ ଯୋଡ଼ ଯାତ୍ରା
କେନ୍ଦୁଝରରେ ଭାରତ ଯୋଡ଼ ଯାତ୍ରା

କେନ୍ଦୁଝର ଜିଲ୍ଲାରେ ପହଞ୍ଚିଲା କଂଗ୍ରେସର ଭାରତ ଯୋଡ଼ ପଦଯାତ୍ରା । ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ସରକାରକୁ ଆସିଲେ କେନ୍ଦୁଝର ଜିଲ୍ଲାରେ ପ୍ରଥମେ ଷ୍ଟିଲ ପ୍ଲାଣ୍ଟ ସ୍ଥାପନ କରାଯିବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରତିଶୃତି ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

କେନ୍ଦୁଝର: ଓଡ଼ିଶାରେ ଜାରି ରହିଛି କଂଗ୍ରେସର ଭାରତ ଯୋଡ଼ ପଦଯାତ୍ରା । ଗତକାଲି କେନ୍ଦୁଝର ଜିଲ୍ଲାରେ ପହଞ୍ଚିଛି ଏହି ଯାତ୍ରା । ଜିଲ୍ଲାରେ ଭାରତ ଯୋଡ଼ ପଦଯାତ୍ରା ଆରମ୍ଭ କରିବା ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ସରକାରକୁ ଆସିଲେ କେନ୍ଦୁଝର ଜିଲ୍ଲାରେ ପ୍ରଥମେ ଷ୍ଟିଲ ପ୍ଲାଣ୍ଟ ସ୍ଥାପନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ପିସିସି ସଭାପତି ।

କେନ୍ଦୁଝରରେ ଭାରତ ଯୋଡ଼ ଯାତ୍ରା

କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ସାରା ଦେଶରେ ଜାରି ରହିଛି ଭାରତ ଯୋଡ଼ ପଦଯାତ୍ରା । ଏହି କ୍ରମରେ ଓଡ଼ିଶାରେ ମଧ୍ୟ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ଯାତ୍ରା ଆରମ୍ଭ କରାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକୀରୁ ଓଡ଼ିଶା କଂଗ୍ରେସ ପକ୍ଷରୁ ଭାରତ ଯୋଡ଼ ଯାତ୍ରା ଆରମ୍ଭ କରାଯାଇଛି । ଓଡ଼ିଶାର କୋଣ ଅନୁକୋଣରେ କଂଗ୍ରେସକୁ ସକ୍ରିୟ କରିବା ଲକ୍ଷ୍ୟ ନେଇ ଏହି ଯାତ୍ରା ଆରମ୍ଭ କରାଯାଇଥିବାବେଳେ ଗତକାଲି ରାତିରେ କେନ୍ଦୁଝର ଜିଲ୍ଲାରେ ପହଞ୍ଚିଛି ଏହି ପଦଯାତ୍ରା ।

କେନ୍ଦୁଝର ଜିଲ୍ଲାରେ ଭାରତ ଯୋଡ଼ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଆଜି ସକାଳୁ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ପିସିସି ସଭାପତି ଶରତ ପଟ୍ଟନାୟକ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାର ମିଳିମିଶି ସାଧାରଣ ଲୋକଙ୍କୁ ଶୋଷଣ ନିତି ଚଳାଇଥିବା ପ୍ରକାଶ କରିଥିଲେ ପିସିସି ସଭାପତି । କେନ୍ଦୁଝର ଜିଲ୍ଲାରେ ଦୀର୍ଘ ୨୨ ବର୍ଷ ସରକାରରେ ଏକ ଷ୍ଟିଲ ପ୍ଲାଣ୍ଟ କରି ପାରିନଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ ଶରତ ପଟ୍ଟନାୟକ । ସେ କହିଥିଲେ, "ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ସରକାରକୁ ଆସିଲେ କେନ୍ଦୁଝର ଜିଲ୍ଲାରେ ପ୍ରଥମେ ଷ୍ଟିଲ ପ୍ଲାଣ୍ଟ ସ୍ଥାପନ କରାଯିବ ।"

ସାମ୍ବାଦିକ ସମ୍ମିଳନୀ ପରେ ସ୍ଥାନୀୟ ତୈଳିକ ସମାଜଠାରୁ ଏହି କେନ୍ଦୁଝର ଜିଲ୍ଲାରେ ଭାରତ ଯୋଡ଼ ଯାତ୍ରା ଆରମ୍ଭ ହୋଇଥିଲା । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଏହି ଯାତ୍ରାରେ କେନ୍ଦୁଝର ସହର ପରିକ୍ରମା କରି ପାଲଲହଡା ପହଞ୍ଚିଛି । ଆଜିର ଏହି ଭାରତ ଯୋଡ ଯାତ୍ରାରେ ପୂର୍ବତନ ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ମୁଖପାତ୍ର ଗଣେଶ୍ବର ବେହେରା ପ୍ରମୁଖଙ୍କ ସମେତ ଶତାଧିକ କର୍ମୀ ସାମିଲ ହୋଇଥିଲେ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.