ETV Bharat / state

ସିଂପୁର ଗାଁରେ ଗୋଷ୍ଠୀ ସଂଘର୍ଷ: 2 ଗୁରୁତର

author img

By

Published : Mar 25, 2021, 8:23 PM IST

ସିଂପୁର ଗାଁରେ ଗୋଷ୍ଠୀ ସଂଘର୍ଷ: 2 ଗୁରୁତର
ସିଂପୁର ଗାଁରେ ଗୋଷ୍ଠୀ ସଂଘର୍ଷ: 2 ଗୁରୁତର

କେନ୍ଦୁଝର ଜିଲ୍ଲା ନୟାକଟ ଥାନା ଅନ୍ତର୍ଗତ ସିଂପୁର ଗାଁରେ ଗୋଷ୍ଠୀ ସଂଘର୍ଷ । 2 ଜଣ ଗୁରୁତର ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ...

କେନ୍ଦୁଝର: ଜିଲ୍ଲାସ୍ଥିତ ନାୟକଟ ଥାନା ଅନ୍ତର୍ଗତ ସିଂପୁର ଗାଁରେ ଗୋଷ୍ଠୀ ସଂଘର୍ଷ ଘଟି 2 ଜଣ ଗୁରୁତର ଆହତ ହୋଇଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ଗୋଷ୍ଠୀ ସଂଘର୍ଷ ଘଟିଥିବା ଜଣାପଡିଛି ।

ସିଂପୁର ଗାଁରେ ଗୋଷ୍ଠୀ ସଂଘର୍ଷ: 2 ଗୁରୁତର

ସୂଚନା ଅନୁଯାୟୀ ଗତ 13 ବର୍ଷ ଧରି ଗାଁରେ ଜମି ବିବାଦକୁ ନେଇ ହରିହର ଘଣାଙ୍କୁ ନିଆଁପାଣି ବନ୍ଦ କରିବା ସହ ଗାଁରୁ ବାସନ୍ଦ କରାଯାଇଥିଲା । ଏପରିକି ଗତ 5 ତାରିଖରେ ତାଙ୍କ ନାତୁଣୀର ବାହାଘରରେ ପ୍ରୋସେସନ କରିବାକୁ ମଧ୍ୟ ଦେଇନଥିଲେ ଗ୍ରାମବାସୀ । ଏଥିରେ ପ୍ରତିଶୋଧ ପରାୟଣ ହୋଇ ହରିହର ଆଜି(ଗୁରୁବାର) କିଛି ଭଡାଟିଆ ଗୁଣ୍ଡାଙ୍କୁ ଆଣି ଗାଁରେ ଗଣ୍ଡଗୋଳ କରିଥିଲେ । ଗ୍ରାମବାସୀ ବାରଣ କରିବା ସତ୍ତ୍ବେ ପ୍ରଥମେ ବଚସା ଓ ପରେ ମାରପିଟ ହୋଇଥିଲା ।

ଖବର ପାଇ ଘଟଣାସ୍ଥଳରେ ନାୟକଟ ପୋଲିସ ପହଞ୍ଚି ଅଟକାଇବାକୁ ଉଦ୍ୟମ କରୁଥିବାବେଳେ ଉତ୍ତ୍ୟକ୍ତ ଲୋକେ ପୋଲିସ ଗାଡି ଉପରେ ଆକ୍ରମଣ କରିଛନ୍ତି । ଏଥିରେ 2 ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ହୋଇଥିବା ବ୍ୟକ୍ତି ହେଉଛନ୍ତି ନରେନ୍ଦ୍ର ଘଣା ଓ ମୁରଲୀ ଘଣା । ଗ୍ରାମବାସୀ ଉତ୍ତେଜିତ ହୋଇ ହରିହରଙ୍କ ଘରେ ଭଙ୍ଗାରୁଜା କରିଥିବା ଜଣାପଡିଛି । ଅନ୍ୟପଟେ ଗ୍ରାମବାସୀ ମଧ୍ୟ ଏସଆଇ ଇନ୍ଦ୍ରମଣି ଶତପଥୀଙ୍କ ବଦଳି ଦାବି କରିଛନ୍ତି । ଏନେଇ କୌଣସି ପୋଲିସ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.