ETV Bharat / state

ଖଣିକୁ ନେଇ ବିଜେଡିର 2 ଗୋଷ୍ଠୀ ମୁହାଁମୁହିଁ

author img

By

Published : Aug 27, 2021, 8:53 AM IST

ଖଣିକୁ ନେଇ ବିଜେଡିର 2 ଗୋଷ୍ଠୀ ମୁହାଁମୁହିଁ
ଖଣିକୁ ନେଇ ବିଜେଡିର 2 ଗୋଷ୍ଠୀ ମୁହାଁମୁହିଁ

କେନ୍ଦୁଝରରେ ଖଣି କାର୍ଯ୍ୟକୁ ନେଇ ଦୁଇ ବିଜେଡି ଗୋଷ୍ଠୀ ମୁହାଁମୁହିଁ । ଗୋଟିଏ ପକ୍ଷକୁ ଗିରଫ ପରେ ପୋଲିସ ବିରୁଦ୍ଧରେ ତେଜିଲେ ଆଉ ଏକ ଗୋଷ୍ଠୀ । ଅଧିକ ପଢନ୍ତୁ...

କେନ୍ଦୁଝର: ଜିଲ୍ଲାରେ ବଲାଣି ଅଞ୍ଚଳରେ ଖଣି କାର୍ଯ୍ୟକୁ ନେଇ ବିଜେଡିରେ ଫାଟ ସୃଷ୍ଟି ହୋଇଛି । ସ୍ଥିତି ଏପରି ହୋଇଛି ଯେ, ଗୋଷ୍ଠୀ ସଙ୍ଘର୍ଷ କରିବାକୁ ପଛାଇନାହାନ୍ତି ଦଳୀୟ କର୍ମୀ । ତେବେ ବଲାଣି ଖଣିରେ ପରିବହନ କାର୍ଯ୍ୟକୁ ନେଇ ଜିଲ୍ଲା ବରିଷ୍ଠ ଉପସଭାପତି କୁଶ ଆପଟଙ୍କ ସମର୍ଥକ ହେମନ୍ତ ଖଟୁଆ ବିଜେଡି କର୍ମୀ ଓ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହନ୍ତଙ୍କ ସମର୍ଥକ ଲାଲଟୁ ମହାନ୍ତଙ୍କ ସମେତ ବିଜେଡି ମଧ୍ୟରେ ମୁହାଁମୁହିଁ ହୋଇଛି ।

ଖଣିକୁ ନେଇ ବିଜେଡିର 2 ଗୋଷ୍ଠୀ ମୁହାଁମୁହିଁ

ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଏପରି ସଙ୍ଘର୍ଷ ଘଟିଛି ଯେ, ମାମଲା ଯାଇ ଥାନାରେ ପହଞ୍ଚିଛି । ବଲାଣି ପୋଲିସ କୁଶ ଆପଟଙ୍କ ସମର୍ଥକ ବାଲାଗୋଡ଼ା ପଞ୍ଚାୟତ ବିଜେଡି ସଭାପତି ହେମନ୍ତ ଖଟୁଆଙ୍କୁ ଗିରଫ କରି କୋର୍ଟଚାଲାଣ କରି ଥିବାବେଳେ ଲାଲଟୁ ମହାନ୍ତଙ୍କ ସମର୍ଥକ ଜାପାନୀ ନାଏକଙ୍କୁ ଗିରଫ ନକରିବାକୁ ପ୍ରବଳ ବିରୋଧ କରାଯାଇଛି । ଏହାକୁ ନେଇ ଉତ୍ତ୍ଯକ୍ତ ଲୋକେ ବଲାଣି ଥାନା ଘେରାଉ କରିବା ସହ ପୋଲିସ ଗାଡିକୁ ବହୁ ସମୟ ଧରି ଅଟକ ରଖିଥିଲେ । ସୂଚନାନୁସାରେ ବଲାଣି ଖଣିରୁ ଏସାର ଷ୍ଟିଲର ଲୌହ ପଥର ଗୁଣ୍ଡ ବଡ଼ବିଲ ରେଳ ସାଇଡିଂକୁ କୁଶ ସମର୍ଥିତ ବିଜେଡି କର୍ମୀ କରୁ ଥିବାବେଳେ ଲାଲଟୁ ମହାନ୍ତଙ୍କ ସମର୍ଥକ ପରିବହନ କାର୍ଯ୍ୟକୁ ବନ୍ଦ କରି ରାସ୍ତା ଅବରୋଧ କରିଥିଲେ ।

ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇବା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ହୋଇଥିଲା । ଦୁଇ ପକ୍ଷ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ବଲାଣି ପୋଲିସ କୁଶ ସମର୍ଥକ ହେମନ୍ତ ଖଟୁଆଙ୍କୁ ଗିରଫ କରି କୋର୍ଟଚାଲାଣ କରି କରିଥିବାବେଳେ ଅନ୍ୟଗୋଷ୍ଠୀର ଅଭିଯୁକ୍ତଙ୍କୁ ଗିରଫ ନ କରିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଏହାପରେ ପୋଲିସ ଲାଲଟୁ ମହନ୍ତଙ୍କ ସମର୍ଥକ ଜାପାନୀ ନାଏକଙ୍କୁ ଗିରଫ କରି ଏକା ସାଙ୍ଗରେ କୋର୍ଟଚାଲାଣ କରିବା ପରେ କୁଶଙ୍କ ସମର୍ଥକ ଆନ୍ଦୋଳନରୁ ଓହରିଛନ୍ତି । ଏନେଇ ପୋଲିସ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.