ETV Bharat / state

ଘଟଗାଁ ତାରିଣୀ ପୀଠରେ ଆରମ୍ଭ ହେଲା ଚଇତି ପର୍ବ, ସୁନାବେଶରେ ଦର୍ଶନ ଦେଲେ ମା'

author img

By

Published : Apr 9, 2023, 10:20 AM IST

Updated : Apr 9, 2023, 11:25 AM IST

suna besha of maa tarini
suna besha of maa tarini

ଆଜିଠୁ ଆରମ୍ଭ ହେଲା ଘଟଗାଁ ମା' ତାରିଣୀଙ୍କ ଚଇତି ପର୍ବ । ଆସନ୍ତା ପଣା ସଂକ୍ରାନ୍ତି ଯାଏଁ ଏହି ପର୍ବ ଚାଲିବାକୁ ଥିବାବେଳେ ଆଜି ସୁନାବେଶରେ ଦର୍ଶନ ଦେଉଛନ୍ତି ନଡିଆ ରାଣୀ । ଅଧିକ ପଢନ୍ତୁ

suna besha of maa tarini

କେନ୍ଦୁଝର: ଘଟଗାଁ ରାଣୀ ମାଆ ତାରିଣୀ । ମନ୍ଦାର ନଡିଆ ଯାହାଙ୍କ ପ୍ରିୟ । କୋଟି କୋଟି ଓଡିଆଙ୍କ ଆରାଧ୍ୟ ଦେବୀ ମାଆ ତାରିଣୀ । ଆଜିଠୁ ଆରମ୍ଭ ହୋଇଛି ମାଆଙ୍କ ପ୍ରସିଦ୍ଧ ଚଇତି ପର୍ବ । ଏହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି କେନ୍ଦୁଝର । ମାଆ ତାରିଣୀଙ୍କ ୮୭ତମ ଚଇତି ପର୍ବ ପାଇଁ ମନ୍ଦିର ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ସମସ୍ତେ ତତ୍ପର ରହିଥିବା ବେଳେ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି ।

ମାଆ ତାରିଣୀଙ୍କ ଚଇତି ପର୍ବ ଆଜିଠୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ୭ ଦିନ ଧରି ମହାଆଡମ୍ବରରେ ପାଳିତ ହେବ । ଚଇତି ପର୍ବ ଅବସରରେ ମାଆ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଭକ୍ତ ମଧ୍ୟ ଅତି ଶ୍ରଦ୍ଧାର ସହିତ ମାଆଙ୍କୁ ଦର୍ଶନ କରୁଛନ୍ତି । ଆଜିର ଦିନରେ ମାଆଙ୍କୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ବାସ ରହିଛି । ଏବେ ଠାରୁ ଗ୍ରୀଷ୍ମର ପ୍ରକୋପ ଅଧିକ ରହିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ମନ୍ଦିରରେ ଭକ୍ତମାନଙ୍କ ଶୃଙ୍ଖଳା ଦର୍ଶନ, ମନ୍ଦିରର ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପ୍ରଶାସନ ଓ ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।


ପ୍ରବଳ ଖରା କାରଣରୁ ଅଶୁଂଘାତର ମୁକାବିଲା ପାଇଁ ମନ୍ଦିର ପରିସର, ଘଟଗାଁ ପାଲା ମଣ୍ଡପକୁ ପାଲରେ ଛାଉଣି କରାଯାଇଛି । ସାତ ଦିନ ଧରି ମାଆ ତାରିଣୀ ସୁନାବେଶରେ ଦର୍ଶନ ଦେବା ସହିତ ମନ୍ଦିର ପରିସରରେ ହୋମ ଯଜ୍ଞ, ଚଣ୍ଡିପାଠ, ଭାଗବତ ପାଠ ଆଦି ଅନୁଷ୍ଟିତ ହେବ । ଏହି ଅବସରରେ ମାଆଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଶୃଙ୍ଖଳା ଦର୍ଶନ ଓ ଭକ୍ତଙ୍କ ସୁରକ୍ଷା ପାଇଁ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି । ମନ୍ଦିର ପରିସରରେ ସିସିଟିଭି କ୍ୟାମେରା ଲଗାଯିବା ସହ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ଏହି ଚଇତି ପର୍ବରେ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ, ଯୁବକ ସଂଘମାନେ ସହଯୋଗର ହାତ ବଢାଇଥାନ୍ତି । ଚଇତି ପର୍ବ ପାଇଁ ସାତ ଦିନ ଧରି ମାଆଙ୍କ ପୀଠରେ ଭଜନ ସମାରୋହ, ପ୍ରବଚନ, ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ, ବାଦିପାଲା ଆଦି ଅନୁଷ୍ଠିତ ହୋଇ ଏକ ଆଧ୍ୟାତ୍ମିକ ପରିବେଷ ସୃଷ୍ଟି କରିବ । ଏହି ୭ ଦିନ ଧରି ଘଟଗାଁ ଅଞ୍ଚଳରେ ଆମିଷ ସେବନକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥାଏ । ଆଜି ସକାଳୁ ମାଆଙ୍କ ଶାବରୀ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ସକାଳ ଆଳତୀ ପରେ ମାଆ ସମସ୍ତ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି । ଭକ୍ତ ମଧ୍ୟ ଏହାକୁ ହାତଛଡା ନକରି ନିଜ ପରିବାରର ମଙ୍ଗଳ ପାଇଁ ମନସ୍କାମନା କରୁଛନ୍ତି । ଅନେକ ଭକ୍ତମାନେ ବହୁ ଦୂରରୁ ଆସି ମାଆଙ୍କ ଏହି ଦିବ୍ୟ ଦର୍ଶନ କରିଛନ୍ତି । ମାଆଙ୍କ ଅପୂର୍ବ ରୂପକୁ ଦର୍ଶନ କରି ଖୁସି ଥିବା କହିଛନ୍ତି ଭକ୍ତ ।

ଇଟିଭି ଭାରତ, କେନ୍ଦୁଝର

Last Updated :Apr 9, 2023, 11:25 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.