ETV Bharat / state

ବିଧାୟକଙ୍କୁ ବୋମାମାଡ ଘଟଣା, ନିରପେକ୍ଷ ତଦନ୍ତ ଦାବି କଲା ବିଜେଡି

author img

By

Published : Oct 13, 2021, 1:11 PM IST

ବିଧାୟକ ମୋହନ ମାଝୀଙ୍କୁ ବୋମାମାଡ ଘଟଣାରେ ବିଜେଡିର ପ୍ରତିକ୍ରିୟା । ନିରପେକ୍ଷ ତଦନ୍ତ କରି ଦୋଷୀକୁ ଦଣ୍ଡ ଦିଆଯାଉ ବୋଲି କହିଲା ଦଳ । ଅଧିକ ପଢନ୍ତୁ...

ବିଧାୟକଙ୍କୁ ବୋମାମାଡ ଘଟଣା,  ନିରପେକ୍ଷ ତଦନ୍ତ ଦାବି କଲା ବିଜେଡି
ବିଧାୟକଙ୍କୁ ବୋମାମାଡ ଘଟଣା, ନିରପେକ୍ଷ ତଦନ୍ତ ଦାବି କଲା ବିଜେଡି

କେନ୍ଦୁଝର: ବିଧାୟକ ମୋହନ ମାଝୀଙ୍କୁ ବୋମାମାଡ ଘଟଣା । ଆକ୍ରମଣକୁ ଦୁଇ ଦିନ ବିତିଯାଇଥିଲେ ସୁଦ୍ଧା ଏବେ ପୋଲିସର ହାତ ଖାଲି । ତେବେ ଏହି ଘଟଣା ପଛରେ ବିଜେଡି ରାଜ୍ୟ ଉପସଭାପତି ସୌମ୍ୟ ଶଙ୍କର ଚକ୍ରଙ୍କ ହାତ ଥିବା ଥାନାରେ ଅଭିଯୋଗ କରିଛନ୍ତି ସଦର ବିଧାୟକ । ଏପରିକି ନ୍ୟାୟ ଦାବିରେ ବିଜେପି ରାସ୍ତାରୋକ ମଧ୍ୟ କରିଥିଲା । ସେପଟେ ବିଜେଡି ନେତା ଉପରେ ଆଙ୍ଗୁଠି ଉଠିବା ପରେ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛି ଶାସକ ଦଳ ।

ବିଧାୟକଙ୍କୁ ବୋମାମାଡ ଘଟଣା, ନିରପେକ୍ଷ ତଦନ୍ତ ଦାବି କଲା ବିଜେଡି

ବୁଧବାର ବିଜେଡି କାର୍ଯ୍ୟାଳୟରେ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ସମ୍ମିଳନୀରେ ବିଧାୟକଙ୍କୁ ବୋମାମାଡ ଘଟଣାର ତୀବ୍ର ନିନ୍ଦା କରିଛି ବିଜେଡି । ଦଳ ରାଜନୀତିରେ ହିଂସାକୁ ସ୍ଥାନ ଦିଏନାହିଁ । ପୋଲିସ ମାମଲାର ଉଚିତ୍ ଓ ନିରପେକ୍ଷ ତଦନ୍ତ କରୁ । ପ୍ରକୃତ ସତ୍ୟାସତ୍ୟ ଉନ୍ମୋଚନ କରାଯାଇ ଦୋଷୀକୁ କଠୋର ଦଣ୍ଡ ଦିଆଯାଉ ବୋଲି କହିଛି ବିଜେଡି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.